ଏବେ ‘ରଙ୍ଗବତୀ...’ ଖାଲି ଗୀତ ନୁହେଁ, ଏକ ଗାଁର ନାଁ ମଧ୍ୟ ! କେନ୍ଦ୍ର ସରକାରଙ୍କ ଅନୁମତି କ୍ରମେ ବିଲୁଙ୍ଗ ଗ୍ରାମର ନୂଆ ନାମ ରଖାଗଲା ‘ରଙ୍ଗବତୀ ବିଲୁଙ୍ଗ’

Advertisment
ଏବେ ‘ରଙ୍ଗବତୀ...’ ଖାଲି ଗୀତ ନୁହେଁ, ଏକ ଗାଁର ନାଁ ମଧ୍ୟ ! କେନ୍ଦ୍ର ସରକାରଙ୍କ ଅନୁମତି କ୍ରମେ ବିଲୁଙ୍ଗ ଗ୍ରାମର ନୂଆ ନାମ ରଖାଗଲା ‘ରଙ୍ଗବତୀ ବିଲୁଙ୍ଗ’

ସମ୍ବଲପୁର:  ବିଶ୍ବପ୍ରସିଦ୍ଧ ସମ୍ବଲପୁରୀ ଗୀତ  ‘ରଙ୍ଗବତୀ’ ନାମରେ ସମ୍ବଲପୁରର ବିଲୁଙ୍ଗ ନାମକ ଏକ ଗ୍ରାମର ନୂଆ ନାମକରଣ କରାଯାଇ ‘ରଙ୍ଗବତୀ ବିଲୁଙ୍ଗ’ ରଖାଯାଇଛି। ଭାରତ ସରକାରଙ୍କଠାରୁ ନୋ ଅବ୍‌ଜେକ୍ସନ ସାର୍ଟିଫିକେଟ୍‌(ଏନ୍‌ଓସି) ପାଇବା ପରେ ଏହି ଗ୍ରାମର ନୂଆ ନାମକରଣ କରାଯାଇଥିବା ସୂଚନା ରହିଛି। ‘ରଙ୍ଗବତୀ’ ଆଉ କେବଳ ଏକ ଗୀତର ନାମ ନୁହେଁ ଏକ ଗ୍ରାମର ନାମ ମଧ୍ୟ ପାଲଟି ଯାଇଛି।  ଉଲ୍ଲେଖଯୋଗ୍ୟ, ବିଲୁଙ୍ଗ ହେଉଛି ରଙ୍ଗବତୀ ଗୀତର ଗୀତିକାର ମିତ୍ରଭାନୁ ଗୌନ୍ତିଆଙ୍କ ଗାଁ ।

ଆପଣ ଜାଣିଥିବେ ନିଶ୍ଚୟ ଯେ ରଙ୍ଗବତୀ ହେଉଛି ଓଡ଼ିଶାର ଏକ ବହୁ ପରିଚିତ ଗୀତ। ଏହି ଗୀତ ଗାଇଥିବା କଣ୍ଠଶିଳ୍ପୀ ଜିତେନ୍ଦ୍ର ହରିପାଲଙ୍କୁ ୨୦୧୭ ମସିହାରେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଜିତେନ୍ଦ୍ରଙ୍କ ସହ ଗୀତଟିକୁ ଗାଇଥିଲେ କ୍ରିଷ୍ଣା ପଟେଲ୍‌।

publive-image

ଏହି ଗୀତଟିକୁ ପ୍ରଥମେ ୧୯୭୫-୭୬ ମସିହାରେ ଅଲ୍‌ ଇଣ୍ଡିଆ ରେଡିଓ ସମ୍ବଲପୁରରେ ରେକର୍ଡ କରାଯାଇଥିଲ। ଏହି ଗୀତକୁ ବହୁଳ ଗ୍ରହଣୀୟତା ମିଳିବା ପରେ ୧୯୭୬ ମସିହାରେ ଇଣ୍ଡିଆନ୍‌ ରେକର୍ଡ ମାନୁଫ୍ୟାକ୍ଚରିଂ କମ୍ପାନି ଲିମିଟେଡ୍‌ ଏହାକୁ ଡିସ୍କ୍‌ ଫର୍ମାଟରେ ରେକର୍ଡ କରିଥିଲା। ଏହି ଡିସ୍କଟି ୧୯୭୮-୭୯ ମସିହାରେ ରିଲିଜ୍‌ ହୋଇଥିଲା। ଏହି ଗୀତର ସଂଗୀତ ଦେଇଥିଲେ ଦିବଗଂତ ପ୍ରଭୁଦତ୍ତ ପ୍ରଧାନ ଓ ଗୀତଟିକୁ ଲେଖିଥିଲେ ମିତ୍ରଭାନୁ ଗୌନ୍ତିଆ।

ରଙ୍ଗବତୀ ଓଡ଼ିଶା ବ୍ୟତୀତ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ବିହାର ଓ ଛତିଶଗଡ଼ରେ ମଧ୍ୟ ବେଶ ପରିଚିତ। ସେ ସମୟରେ ଦୂରଦର୍ଶନ, ସମ୍ବଲପୁରରେ ଏହି ଗୀତକୁ ନେଇ ଏକ ଘଣ୍ଟାର ଡକ୍ୟୁମେଣ୍ଟାରି ପ୍ରସାରଣ କରାଯାଇଥିଲା। ରଙ୍ଗବତୀ ଏବେ ଆଉ ଖାଲି ଏକ ଗୀତ ହୋଇ ନାହିଁ। ଏହା ଏବେ ଆମ ଲୋକାଚାର ଓ ମନୋରମ ସଂସ୍କୃତିର ଏକ ଅଂଶ ପାଲଟି ସାରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe