ଏବେ ସ୍କୁଲ ବନ୍ଦ ହେବନି: ଗଣଶିକ୍ଷା ମନ୍ତ୍ରୀ

Advertisment
ଏବେ ସ୍କୁଲ ବନ୍ଦ ହେବନି: ଗଣଶିକ୍ଷା ମନ୍ତ୍ରୀ

www.chseonss.nic.in

ଭୁବନେଶ୍ବର : କେନ୍ଦ୍ରୀୟ ବିଦ୍ୟାଳୟ ସମେତ ରାଜଧାନୀର ଦୁଇଟି ବିଦ୍ୟାଳୟର ୪ ଜଣ ଛାତ୍ରଛାତ୍ରୀ କରୋନା ଆକ୍ରାନ୍ତ ହୋଇଛନ୍ତି। ଗତକାଲି ଏ ସମ୍ପର୍କରେ ଜଣାପଡ଼ିବା ପରେ ଏପ୍ରିଲରୁ ସ୍କୁଲ ବନ୍ଦ ହେବା ନେଇ ଏକ ଖବର ଘୂରି ବୁଲୁଛି। ଯାହାକୁ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ଯେ ଏପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ଦ୍ବାରା ପରିଚାଳିତ ସ୍କୁଲ କିମ୍ବା ହଷ୍ଟେଲରୁ କୌଣସି ଆକ୍ରାନ୍ତ ବାହାରି ନାହାନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ଏସଓପିକୁ କଡ଼ାକଡ଼ି ପାଳନ କରିବା ଲାଗି ନିର୍ଦେଶ ଦିଆଯାଇଛି। ଘରୋଇ ସ୍କୁଲଗୁଡ଼ିକ ଉପରେ ଜିଲ୍ଲା ପ୍ରଶାସନ ପକ୍ଷରୁ କଡ଼ା ନଜର ରଖାଯାଇଛି। ସ୍କୁଲ ବନ୍ଦ ହେବା ନେଇ ଏ ପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନିଆଯାଇନାହିଁ। ଛାତ୍ରଛାତ୍ରୀ, ଅଭିଭାବକ, ସ୍କୁଲ କର୍ତୃପକ୍ଷ ଏଭଳି ବିଭ୍ରାନ୍ତିକର ତଥ୍ୟକୁ ବିଶ୍ବାସ ନ କରିବାକୁ ଶ୍ରୀ ଦାଶ କହିଛନ୍ତି।

ଅନ୍ୟପକ୍ଷରେ ଗତ ସପ୍ତାହକ ମଧ୍ୟରେ ଭୁବନେଶ୍ବରସ୍ଥିତ ଏକ୍ସଆଇଏମ୍‌ବି, ଏକ କୋଚିଂ ସେଣ୍ଟର, ଘରୋଇ ବିଦ୍ୟାଳୟ, କେନ୍ଦ୍ରୀୟ ବିଦ୍ୟାଳୟ, ଏକ ଇଞ୍ଜିନିୟରିଂ କଲେଜ, ରାଉରକେଲାସ୍ଥିତ ଏନ୍‌ଆଇଟି, କଟକସ୍ଥିତ ଏକ ଘରୋଇ କଲେଜ ଓ ରେଭେନ୍ସା ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀ କରୋନା ଆକ୍ରାନ୍ତ ହେବା ପରେ ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ି ଯାଇଛି। କିଭଳି ଏହାର ମୁକାବିଲା କରିହେବ, ସେନେଇ ଜିଲ୍ଲାସ୍ତରରେ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି। ହଷ୍ଟେଲ ଛାତ୍ରଛାତ୍ରୀ ବିଶେଷ ପ୍ରଭାବିତ ହେଉଥିବାରୁ ଆଜି ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ସହରର ୩ଟି ଶିକ୍ଷାନୁଷ୍ଠାନରେ କରୋନା ଟେଷ୍ଟ କରାଯାଇଛି। ଆଗକୁ ବି ଏହି ଧାରା ଜାରି ରହିବ ବୋଲି ବିଏମ୍‌ସି ସୂଚନା ଦେଇଛି। ଅପରପକ୍ଷେ ରେଭେନ୍ସା ବିଶ୍ବବିଦ୍ୟାଳୟର ପରୀକ୍ଷା ବାତିଲ୍‌ ସହ କ୍ୟାମ୍ପସରେ କଟକଣାକୁ କଡ଼ାକଡ଼ି କରାଯାଇଛି। କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଯେପରି ବୃଦ୍ଧି ନ ପାଏ, ସେ ଦିଗରେ ପଦକ୍ଷେପ ନେବାକୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe