ଏବେ ବର୍ଷା କମିବ, ୧ରୁ ପୁଣି ବଢ଼ିବ

ଓଡ଼ିଶା ଉପରେ ସକ୍ରିୟ ରହିଥିବା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରଭାବରେ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ଲାଗିରହିଛି। ଗତକାଲି ସକାଳ ‌ସାଢ଼େ ୮ଟାରୁ ଆଜି ପୂର୍ବାହ୍ନ ମଧ୍ୟରେ କଟକ ଜିଲ୍ଲା କଣ୍ଟାପଡ଼ାରେ ସର୍ବାଧିକ ୧୧୦ ମିମି ବର୍ଷା ହୋଇଛି।

rain

ଭୁବନେଶ୍ବର: ଓଡ଼ିଶା ଉପରେ ସକ୍ରିୟ ରହିଥିବା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରଭାବରେ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ଲାଗିରହିଛି। ଗତକାଲି ସକାଳ ‌ସାଢ଼େ ୮ଟାରୁ ଆଜି ପୂର୍ବାହ୍ନ ମଧ୍ୟରେ କଟକ ଜିଲ୍ଲା କଣ୍ଟାପଡ଼ାରେ ସର୍ବାଧିକ ୧୧୦ ମିମି ବର୍ଷା ହୋଇଛି। ଏହାବ୍ୟତୀତ ବାଙ୍କିରେ ୧୦୫ ମିମି, ପୁରୀ ଜିଲ୍ଲା ପିପିଲିରେ ୧୦୫, ବରଗଡ଼ ଜିଲ୍ଲାର ପଦ୍ମପୁରରେ ୧୦୨, ଖୋର୍ଦ୍ଧାରେ ୮୫, ଢେଙ୍କାନାଳ ଜିଲ୍ଲା ଭୂବନରେ ୮୦, ଖୋର୍ଦ୍ଧା ଜିଲ୍ଲା ଜଟଣୀରେ ୭୫, ପୁରୀ ଜିଲ୍ଲା ଗୋପରେ ୭୪ ଓ ସତ୍ୟବାଦୀରେ ୭୨ ମିମି ବର୍ଷା ରେକର୍ଡ ହୋଇଥିଲା। ଆଜି ସକାଳଠାରୁ ସନ୍ଧ୍ୟା ମଧ୍ୟରେ ଭବାନୀପାଟଣାରେ ୩୪.୬, ଯାଜପୁରରେ ୩୦, ପୁରୀରେ ୨୭.୬ ମିମି ବର୍ଷା ହୋଇଛି।

ଶନିବାର ପୂର୍ବାହ୍ନ ସୁଦ୍ଧା ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼ ଓ କେନ୍ଦୁଝର ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ। ପରବର୍ତ୍ତୀ ୩ ଦିନ ଯାଏ ସେଭଳି ବଡ଼ ବର୍ଷାର ସମ୍ଭାବନା ନାହିଁ। ତେବେ ଅକ୍ଟୋବର ୧ ବେଳକୁ ଉପକୂଳ ଓଡ଼ିଶା ସମେତ ନୟାଗଡ଼, ମୟୂରଭଞ୍ଜ, ଗଜପତି, କେନ୍ଦୁଝର ଓ ସୁନ୍ଦରଗଡ଼ରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବ। ତାହାକୁ ଦୃଷ୍ଟିରେ ରଖି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe