ଉପକନିଷ୍ଠ ସରିଲା, ଏବେ ଜାତୀୟ କନିଷ୍ଠ ବାଳକ ହକି ପ୍ରତିଯୋଗିତାକୁ ଅପେକ୍ଷା

Advertisment

ଫାଇନାଲ୍‌ ମ୍ୟାଚ୍‌ର ମଜାନେଲେ ୫ ହାରରୁ ଅଧିକ ହର୍ଶକ, ଜୁନ ୧୨ରୁ ଜାତୀୟ କନିଷ୍ଠ ବାଳକ ହକି

ଫାଇନାଲ୍‌ ମ୍ୟାଚ୍‌ର ମଜାନେଲେ ୫ ହାରରୁ ଅଧିକ ହର୍ଶକ, ଜୁନ ୧୨ରୁ ଜାତୀୟ କନିଷ୍ଠ ବାଳକ ହକି

ଉପକନିଷ୍ଠ ସରିଲା, ଏବେ ଜାତୀୟ କନିଷ୍ଠ ବାଳକ ହକି ପ୍ରତିଯୋଗିତାକୁ ଅପେକ୍ଷା

ରାଉରକେଲା: ବିଶ୍ବର ସର୍ବବୃହତ ଆସନ ବିଶିଷ୍ଟ ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଶେଷ ହୋଇଛି ୧୪ତମ ଉପକନିଷ୍ଠ ବାଳକ ଜାତୀୟ ହକି ପ୍ରତିଯୋଗିତା। ରବିବାର ସନ୍ଧ୍ୟାରେ ଉତ୍ତରପ୍ରଦେଶ ଓ ଓଡ଼ିଶା ମଧ୍ୟରେ ଖେଳାଯାଇଥିବା ଫାଇନାଲ ମ୍ୟାଚ୍‌ରେ ୫ ହଜାରରୁ ଅଧିକ ଦର୍ଶକ ଉପସ୍ଥିତ ରହିଥିଲେ। ପ୍ରତିଯୋଗିତାରେ ଯଦିଓ ଓଡ଼ିଶା ଉପବିଜେତା ହୋଇଛି; କିନ୍ତୁ ଉତ୍କୃଷ୍ଟ କ୍ରୀଡ଼ାନୈପୁଣ୍ୟ ପ୍ରଦର୍ଶନ କରି ହକିପ୍ରେମୀଙ୍କୁ ମନୋରଞ୍ଜନ ଯୋଗାଇଛି। ଇସ୍ପାତ ସହରବାସୀ ଲାଗ୍‌ଲାଗ୍‌ ଦୁଇଟି ଜାତୀୟ ହକି ପ୍ରତିଯୋଗିତା ଉପଭୋଗ କରିବାର ସୁଯୋଗ ପାଇଛନ୍ତି। ତେବେ ଆଉ ଦୁଇଟି ଜାତୀୟ ପ୍ରତିଯୋଗିତାର ମଜା ନେବାକୁ ବେଶି ଦିନ ଅପେକ୍ଷା କରିବାକୁ ପଡ଼ିବନି। କାରଣ, ଜୁନ୍‌ ୧୨ ତାରିଖରୁ ୧୩ତମ କନିଷ୍ଠ ଜାତୀୟ ବାଳକ ହକି ପ୍ରତିଯୋଗିତା ଏଠାରେ ଆରମ୍ଭ ହେବ। ଏହି ପ୍ରତିଯୋଗିତା ୧୦ ଦିନ ଧରି, ଅର୍ଥାତ୍‌ ଜୁନ ୨୨ ତାରିଖ ଯାଏ ଚାଲିବ। ଏହାପରେ ଜୁନ ୨୭ରୁ ଜୁଲାଇ ୭ ତାରିଖଯାଏ କନିଷ୍ଠ ବାଳିକା ଜାତୀୟ ହକି ପ୍ରତିଯୋଗିତା ଅନୁଷ୍ଠିତ ହେବ।

publive-image

ସଦ୍ୟ ସମାପ୍ତ ଉପକନିଷ୍ଠ ବାଳକ ଜାତୀୟ ହକି ପ୍ରତିଯୋଗିତାରେ ବହୁସଂଖ୍ୟାରେ ଦର୍ଶକଙ୍କ ଉପସ୍ଥିତି ଦେଖିବାକୁ ମିଳିଥିଲା। ସାଧାରଣତଃ ଉପକନିଷ୍ଠ ପ୍ରତିଯୋଗିତାରେ ଦର୍ଶକ ସଂଖ୍ୟା ଅତି ନଗଣ୍ୟ ରହିଥାଏ। କିନ୍ତୁ ଏଠାରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଥିଲା। ଅବଶ୍ୟ, ପୁଲ୍‌ ପର୍ଯ୍ୟାୟରେ ଦର୍ଶକ ସଂଖ୍ୟା କମ୍‌ ଥିଲା; କିନ୍ତୁ କ୍ବାର୍ଟର ଫାଇନାଲ, ସେମିଫାଇନାଲ ସଂଖ୍ୟା ଆଶାତୀତ ରହିଥିଲା। ଫାଇନାଲ ମ୍ୟାଚ୍‌ରେ ୫ ହଜାରରୁ ଉର୍ଦ୍ଧ୍ବ ହକିପ୍ରେମୀ ଷ୍ଟାଡିୟମରେ ମ୍ୟାଚ୍‌ର ମଜା ନେଇଥିଲେ। ଏହି ପ୍ରତିଯୋଗିତାରେ ମୋଟ୍‌ ୪୪ଟି ମ୍ୟାଚ୍‌ ଖେଳାଯାଇଥିବାବେଳେ ମୋଟ୍‌ ୫୭୧ଟି ଗୋଲ୍‌ ସ୍କୋର୍‌ ହୋଇଥିଲା। ଏଥିମଧ୍ୟରୁ ୪୧୩ଟି ଫିଲ୍‌ଡ ଗୋଲ୍‌ ଥିବାବେଳେ ୧୫୦ଟି ପେନାଲ୍‌ଟି କର୍ଣ୍ଣର୍‌ ଓ ୮ ଟି ପେନାଲ୍‌ଟି ଷ୍ଟ୍ରୋକ୍‌ରୁ ଆସିଥିଲା। ଦଳଗତଭାବେ ମଧପ୍ରଦେଶ ସର୍ବାଧିକ ୬୭ଟି ଗୋଲ୍‌ ସ୍କୋର୍‌ କରିଥିଲେ। ତେବେ ବ୍ୟକ୍ତିଗତଭାବେ ଦିଲ୍ଲୀର ଆଫ୍ରିଦି ସର୍ବାଧିକ ୧୮ଟି ଗୋଲ୍‌ ଦେଇ ଟେବଲ୍‌ ଟପ୍ପର ହୋଇଛନ୍ତି। ପ୍ରତିଯୋଗିତାରେ ଏକାଧିକ ଏକତରଫା ମ୍ୟାଚ୍‌ ଦେଖିବାକୁ ମିଳିଥିଲା। ଲିଗ୍‌ ପର୍ଯ୍ୟାୟର ଏକ ମ୍ୟାଚ୍‌ରେ ଦିଲ୍ଲୀ ସର୍ବବୃହତ ବିଜୟ ହାସଲ କରିଥିଲା। ତ୍ରୀପୁରା ବିପକ୍ଷରେ ଦିଲ୍ଲୀ ୫୪ଟି ଗୋଲ୍‌ ସ୍କୋର୍‌ କରି ଏହି ରେକର୍ଡ ହାସଲ କରିଛି। ଏହି ମ୍ୟାଚ୍‌ରେ ଆଫ୍ରିଦି ବ୍ୟକ୍ତିଗତଭାବେ ସର୍ବାଧିକ ୧୪ଟି ଗୋଲ୍‌ ଦେଇଥିଲେ। ସେହିଭଳି ପଞ୍ଜାବ ୪୨-୦ରେ ତ୍ରୀପୁରାକୁ ପରାସ୍ତ କରି ଦ୍ବିତୀୟ ସର୍ବବୃହତ ବିଜୟ ହାସଲ କରିଥିବାବେଳେ ଉତ୍ତରପ୍ରଦେଶ ୩୫-୦ ଗୋଲ୍‌ରେ କେରଳକୁ, ଚଣ୍ଡିଗଡ଼ ୨୮-୧ ଗୋଲ୍‌ରେ ଗୁଜୁରାଟକୁ, ଆସାମା ୨୭-୦ ଗୋଲ୍‌ରେ ତ୍ରୀପୁରାକୁ ଓ ମଧ୍ୟପ୍ରଦେଶ ୨୭-୦ ଗୋଲ୍‌ରେ ମିଜୋରାମକୁ ପରାସ୍ତକରି ଯଥାକ୍ରମେ ତୃତୀୟ, ଚତୁର୍ଥ ଓ ପଞ୍ଚମ ସର୍ବବୃହତ ବିଜୟ ହାସଲ କରିଛି।

publive-image

ହକି ଇଣ୍ଡିଆ ସଭାପତିଙ୍କ ଭୂୟସୀ ପ୍ରଶଂସା

ଫାଇନାଲ ମ୍ୟାଚ୍‌ରେ ଉପସ୍ଥିତ ରହି ହକି ଇଣ୍ଡିଆ ସଭାପତି ଦିଲ୍ଲୀପ ତିର୍କୀ ସଫଳ ଆୟୋଜନ ପାଇଁ ସାଧୁବାଦ ଦେଇଛନ୍ତି। କହିଛନ୍ତି, ‘‘ଜାତୀୟ ଉପକନିଷ୍ଠ ବାଳିକା ହକି ଭଳି ଜାତୀୟ ଉପକନିଷ୍ଠ ବାଳକ ହକି ପ୍ରତିଯୋଗିତାର ସଫଳ ଆୟୋଜନ ପାଇଁ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ କ୍ରୀଡ଼ାବିଭାଗକୁ ସାଧୁବାଦ। ପ୍ରତ୍ୟେକ ମ୍ୟାଚ୍‌ରେ ବହୁସଂଖ୍ୟକ ଦର୍ଶକ ଉପସ୍ଥିତ ରହି ମ୍ୟାଚ୍‌ ଉପଭୋଗ କରିଛନ୍ତି; ଯାହାକି ଖେଳାଳିଙ୍କୁ ପ୍ରୋତ୍ସାହିତ କରିଛି। ଯୁବ ହକି ଖେଳାଳିଙ୍କୁ ବିଶ୍ବସ୍ତରୀୟ ଷ୍ଟାଡିୟମରେ ଖେଳିବାର ସୁଯୋଗ ଦେବା ଉଦ୍ଦେଶ୍ୟରେ ଏଠାରେ ଯେଉଁ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା, ତାହା ସଫଳ ହୋଇଛି। ଏମାନେ ହେଉଛନ୍ତି ଭାରତୀୟ ହକିର ଭବିଷ୍ୟତ। ଏବେଠାରୁ ବିଶ୍ବସ୍ତରୀୟ ଷ୍ଟାଡିୟମରେ ଖେଳି ଏମାନେ ନୂଆ ଅଭିଜ୍ଞତା ହାସଲ କରିଛନ୍ତି ଓ ପ୍ରେରଣା ପାଇଛନ୍ତି; ଯାହାକି ଭବିଷ୍ୟତରେ ସେମାନଙ୍କୁ ସର୍ବୋତ୍କୃଷ୍ଟ ହକି ତାରକାରେ ପରିଣତ କରିବ।’’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe