ବାଂଲାଦେଶୀ ଅନୁପ୍ରବେଶକାରୀ ହଟାଇବା ପ୍ରସଙ୍ଗ'ଏନ୍‌ଆର୍‌ସି ନିଷ୍ପତ୍ତି ଅଟକିଲା!

Advertisment
ବାଂଲାଦେଶୀ ଅନୁପ୍ରବେଶକାରୀ ହଟାଇବା ପ୍ରସଙ୍ଗ'ଏନ୍‌ଆର୍‌ସି ନିଷ୍ପତ୍ତି ଅଟକିଲା!

ଭୁବନେଶ୍ବର : କେନ୍ଦ୍ରାପଡ଼ାରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଜାତୀୟ ନାଗରିକ ପଞ୍ଜିକା (ଏନ୍‌ଆର୍‌ସି) ଅନୁଯାୟୀ ଚିହ୍ନଟ କରିବା ଲାଗି ନିଷ୍ପତ୍ତିକୁ ସରକାର ବର୍ତମାନ ପାଇଁ ଅଟକାଇ ଦେଇଛନ୍ତି। େକନ୍ଦ୍ରର ଅନୁମତି ଲାଗି ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ନିର୍ଦ୍ଦେଶକ ତଥା ସ୍ବତନ୍ତ୍ର ଶାସନ ସଚିବ େଯଉଁ ଚିଠି େଲଖିଥିଲେ, ରାଜ୍ୟ ସରକାର ତାହା ଉପରେ ବର୍ତମାନ ପାଇଁ କୌଣସି ନିଷ୍ପତ୍ତି େନବାର ନାହିଁ। ବିଶ୍ବସ୍ତ ସୂତ୍ରରୁ ଏଭଳି ସୂଚନା ମିଳିଛି। ରାଜ୍ୟ ସରକାରଙ୍କ ଏଭଳି ନିଷ୍ପତ୍ତି ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଆଶ୍ବସ୍ତ କରିଛି।

ଅଗଷ୍ଟ ୩ ତାରିଖରେ ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ନିର୍ଦ୍ଦେଶକ ତଥା ସ୍ବତନ୍ତ୍ର ଶାସନ ସଚିବ କେନ୍ଦ୍ରାପଡ଼ା ଜିଲ୍ଲାରେ ବାଂଲା ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରିବା ପାଇଁ ଜାତୀୟ ନାଗରିକ ପଞ୍ଜିକା (ଏନ୍‌ଆର୍‌ସି)ଲାଗୁ କରିବାକୁ କେନ୍ଦ୍ରର ଅନୁମୋଦନ ମାଗିବାକୁ ଏକ ପ୍ରସ୍ତାବ ଦେଇଥିଲେ। ରାଜ୍ୟ ଗୃହ ବିଭାଗ ସ୍ବତନ୍ତ୍ର ସଚିବଙ୍କୁ ଏହି ଚିଠି ଲେଖାଯାଇଥିଲା। ହାଇକୋର୍ଟଙ୍କ ଆଦେଶକୁ କାର୍ଯ୍ୟକାରୀ କରିବାକୁ ଯାଇ ଗତ ଜୁନ୍ ୨୪ ତାରିଖରେ ତତ୍କାଳୀନ ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ଜିଲ୍ଲାରେ ଏନ୍‌ଆର୍‌ସି ପାଇଁ ନିଷ୍ପତ୍ତି ହୋଇଥିଲା। ୨୦୦୪ରେ ୟୁପିଏ ସରକାର ଅମଳରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଶ୍ରୀପ୍ରକାଶ ଜୟସ୍ବାଲ୍ ଓଡ଼ିଶାରେ ବେଆଇନ ଭାବେ ୩୦ ହଜାର ୮୫୦ ଜଣ ବାଂଲାଦେଶୀ ଅନୁପ୍ରବେଶକାରୀ ରହିଥିବା ନେଇ ରାଜ୍ୟସଭାରେ ତଥ୍ୟ ରଖିଥିଲେ। ବର୍ତ୍ତମାନ ସେମାନଙ୍କ ସଂଖ୍ୟା ପ୍ରାୟ ଲକ୍ଷାଧିକ ହେବ ବୋଲି ଅନୁମାନ କରାଯାଉଛି।

ଉଚ୍ଚସ୍ତରୀୟ ବୈଠକରେ ହାଇକୋର୍ଟ ଦ୍ବାରା ନିଯୁକ୍ତ ଆମିକସ୍ କ୍ୟୁରି ତଥ୍ୟ ରଖି କହିଥିଲେ ଅଧିକାଂଶ ବାଂଲାଦେଶୀ ଅନୁପ୍ରବେଶକାରୀ ସମୁଦ୍ର ପଥରେ ଆସି କେନ୍ଦ୍ରାପଡ଼ାର ଭିତରକନିକା ନିକଟବର୍ତୀ ଅଞ୍ଚଳରେ ରହିଛନ୍ତି। ସେଠାରେ ସେମାନେ ବେଆଇନ ଚିଙ୍ଗୁଡ଼ି ଘେରି କରି ହେନ୍ତାଳ ବଣ ନଷ୍ଟ କରିଚାଲିଛନ୍ତି। ଚିଲିକା ହ୍ରଦର କେତେକ ଅଞ୍ଚଳରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳୁଛି। ଭିତରକନିକାରେ ବାଂଲା ଅନୁପ୍ରବେଶକାରୀଙ୍କ ଅବାଧ ବୋଟ୍ ଚାଳନା ଓ ଶିକାର ଯୋଗୁଁ ସେଠାକାର ଜୈବ ପରିବେଶ ପ୍ରଦୂଷିତ ହେବା ସହ ଜଳଚର ଜୀବ ଓ ବନ୍ୟଜନ୍ତୁମାନଙ୍କ ପ୍ରତି ବିପଦ ସୃଷ୍ଟି କରିଛି।

ଏଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗ ଉପରେ ପଦକ୍ଷେପ ଲାଗି ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ଅଣ୍ଟା ଭିଡ଼ିଥିଲା। କିନ୍ତୁ ଜଙ୍ଗଲ ବିଭାଗ ସରକାରଙ୍କ ଅନୁମତି ନ ନେଇ ଗୃହ ବିଭାଗକୁ ଚିଠି ଲେଖିଥିବା କାରଣରୁ ଏହି ପ୍ରସଙ୍ଗଟି ଏବେ ଶୀତଳଭଣ୍ଡାରକୁ ଚାଲିଯିବା ସ୍ଥିତିକୁ ଟାଣି େହାଇଯାଇଛି। ଗୃହ ବିଭାଗ ଏନଆରସି ପାଇଁ କେନ୍ଦ୍ରର ଅନୁମତି ମାଗିବା ଉପରେ କୌଣସି ନିଷ୍ପତ୍ତି ନ ନେଇ ଚୁପ୍ ବସିଛି।

ଉଲ୍ଲେଖ ଥାଉ କି, ଅନୁପ୍ରବେଶକାରୀ ଚିହ୍ନଟ ପାଇଁ ରାଜ୍ୟ ଜଙ୍ଗଲ ବିଭାଗ ଚିଠି ଲେଖିବା ପରେ କେନ୍ଦ୍ରାପଡ଼ା ସମେତ ରାଜ୍ୟର େଯଉଁ ସବୁ ଅଞ୍ଚଳରେ ଏମାନଙ୍କର ଉପସ୍ଥିତି ରହିଛି ସେସବୁ ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe