କଟକ : ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଜାତୀୟ ଗ୍ରାମୀଣ ମେଧ୍ୟାବୃତ୍ତି ପରୀକ୍ଷାଫଳ(ଏନ୍ଆର୍ଟିଏସ୍) ଆଜି ପ୍ରକାଶ ପାଇଛି। ଏହି ଫଳାଫଳ ବୋର୍ଡ ୱେବ୍ସାଇଟ୍ www.bseodisha.ac.in ରେ ଉପଲବ୍ଧ ହୋଇଛି। ଏହି ପରୀକ୍ଷା ଗତବର୍ଷ ଡିସେମ୍ବର ମାସ ୬ତାରିଖରେ ରାଜ୍ୟର ୩୪୭ଟି ପରୀକ୍ଷା କେନ୍ଦ୍ରରେ ଅନୁଷ୍ଠିତ ହୋଇଥିଲା। ଏନ୍ଆର୍ଟିଏସ୍ ପରୀକ୍ଷା ପାଇଁ ମୋଟ ୫୫ ହଜାର ୯୪୭ ଜଣ ଛାତ୍ରଛାତ୍ରୀ ଫର୍ମପୂରଣ କରିଥିବା ବେଳେ ପରୀକ୍ଷାରେ ୨୦୭୦ ଜଣ ଅନୁପସ୍ଥିତ ଥିଲେ। ୫୩ ହଜାର ୮୭୭ଜଣ ପରୀକ୍ଷା ଦେଇଥିଲେ।
ପ୍ରକାଶ ପାଇଲା ଏନ୍ଆର୍ଟିଏସ୍ ପରୀକ୍ଷାଫଳ
Advertisment
Follow Us