୪ ଏନ୍‌ଏସି-ଟିପିଏସ୍‌ଓଡିଏଲ୍‌ ମୁହାଁମୁହିଁ ଘଟଣା: ଜବତ ନୋଟିସ୍‌ ଦେଲା ଆସିକା ଏନ୍‌ଏସି

Advertisment

୧୦ ବର୍ଷର ବକେୟା ୧୫ ଦିନ ଭିତରେ ପୈଠ ପାଇଁ ମହଲତ

୧୦ ବର୍ଷର ବକେୟା ୧୫ ଦିନ ଭିତରେ ପୈଠ ପାଇଁ ମହଲତ

ବିଦ୍ୟୁତ ଦର ବଢ଼ିଲେ ଆନ୍ଦୋଳନ: ଉପଭୋକ୍ତା ମହାସଂଘ

Vox

ଆସିକା : ୧୫ ଦିନ ଭିତରେ ୧୦ ବର୍ଷ ପୁରୁଣା ବକେୟା ୧.୯୬ କୋଟି ପୈଠ କର। ‌ନଚେତ୍ ସମ୍ପତ୍ତି ଜବତ ହେବ। ବିଦ୍ୟୁତ୍ ଯୋଗାଣକାରୀ ସଂସ୍ଥା ଟିପିଏସ୍‌ଓଡିଏଲ୍‌କୁ ଆସିକା ଏନ୍‌ଏସି ଏ ମର୍ମରେ ଲିଖିତ ଭାବେ ଚରମବାଣୀ ଶୁଣାଇଛି। ଆସିକା ଏନ୍‌ଏସି ବାର୍ଷିକ ୪୦ ଲକ୍ଷ ଟଙ୍କା ବିଦ୍ୟୁତ୍ ବିଲ୍ ପୈଠ କରୁଥିବାବେଳେ ଏଥିରେ ବିଳମ୍ବ ହେଲେ ବିଦ୍ୟୁତ ବିଭାଗ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ ଭଳି କଠୋର ପଦକ୍ଷେପ ନେଉଛି। ଫଳରେ, ଆସିକା ଏନ୍‌ଏସି ପକ୍ଷରୁ ଏହାର ପାଲଟା ଜବାବ ଦିଆଯାଇଛି। ବିଦ୍ୟୁତ ସବଷ୍ଟେସନ୍ ଥିବା ଜମି ଓ ବିଦ୍ୟୁତ ଖୁଣ୍ଟ ପାଇଁ ବକେୟା ଗ୍ରାଉଣ୍ଡ୍ ରେଣ୍ଟ୍ ତଥା ଟ୍ୟାକ୍ସ୍ ଟିପିଏସ୍‌ଓଡିଲ୍‌ ଠାରୁ ଅସୁଲ କରିବାକୁ ଆକ୍ସନ୍‌ ମୁଡ଼୍‌କୁ ଆସିଛି।

ମିଳିଥିବା ସୂଚନାନୁସାରେ, ୨୦୧୨ରୁ ୨୦୨୧ ମଧ୍ୟରେ ବିଦ୍ୟୁତ୍ ବିଭାଗ ୩୪ଟି ସବଷ୍ଟେସନ୍ ଓ ୯୮୭ଟି ବିଦ୍ୟୁତ ଖୁଣ୍ଟ ବାବଦ ଗ୍ରାଉଣ୍ଡ୍ ଟ୍ୟାକ୍ସ୍ ବାବଦରେ ୧ କୋଟି ୯୬ ଲକ୍ଷରୁ ଅଧିକ ଟଙ୍କା ଏନ୍‌ଏସିକୁ ବକେୟା ରଖିଛି। ଏହା ୧୫ ଦିନ ଭିତରେ ପୈଠ କରିବାକୁ ଆସିକା ଏନ୍‌ଏସି ନିର୍ବାହୀ ଅଧିକାରୀ ଲୋକନାଥ ବେଜ ଆସିକା ସ୍ଥିତ ଟିପିସିଓଡ଼ିଏଲ୍‌ ନିର୍ବାହୀ ଅଧିକାରୀଙ୍କୁ ଚିଠି ଲେଖିଛନ୍ତି। ଓଡ଼ିଶା ମୁନିସିପାଲଟି ଆକ୍ଟ୍ ୧୯୫୧ ଧାରା ୧୬୧ ପ୍ରକାରେ ୧ କୋଟି ୯୬ ଲକ୍ଷ ୩୩ ହଜାର ୬୮୦ ଟଙ୍କା ଜମା ପାଇଁ ଡିମାଣ୍ଡ୍ ନୋଟିସ୍ ପଠାଯାଇଛି। ୩୪ଟି ସବ୍‌‌ଷ୍ଟେସନ୍ ଜମି ଭଡ଼ା ଓ ଟିକସ ବାବଦରେ ୧ କୋଟି ୫୭ ଲକ୍ଷ ୨୫ହଜାର ୧୬୦ ଟଙ୍କା ଓ ୯୮୭ ପୋଲ୍‌ ଭଡ଼ା ବାବଦରେ ୩୯ ଲକ୍ଷ ୮ହଜାର ୫୨୦ ଟଙ୍କା ବିଦ୍ୟୁତ୍ ବିଭାଗ ବକେୟା ରଖିଛି।

ଆସିକା ଏନ୍‌ଏସି  ନିର୍ବାହୀ ଅଧିକାରୀ ଲୋକନାଥ ବେଜଙ୍କ ସହ ଯୋଗାଯୋଗ କରିବାରୁ ସେ କହିଛନ୍ତି, ୨୦୧୨ରୁ ବର୍ତ୍ତମାନ ପର୍ଯ୍ୟନ୍ତ ବକେୟା ସଂପର୍କରେ ଟିପିଏସ୍‌ଓଡିଏଲ୍‌କୁ ନୋଟିସ୍ ପଠାଯାଇଛି। ୨୦୧୨ର ପୂର୍ବର ହିସାବକୁ ଗଲେ ଏହି ପରିମାଣ ଆହୁରି ବଢ଼ିଯିବ। ଠିକ୍ ସମୟରେ ବକେୟା ନମିଳି‌ଲେ, ଓପିଡିଆର୍‌ରେ ସାର୍ଟିଫିକେଟ କେସ୍ କରାଯିବା ସହିତ ସମ୍ପତ୍ତି ଜବତ ପ୍ରକ୍ରିୟା ଆରମ୍ଭ ହେବ। ତେବେ ଏ ସଂପର୍କରେ ଆମେ ଟିପିଏସଓଡିଏଲ୍‌ ନିର୍ବାହୀ ଯନ୍ତ୍ରୀ ତପନ କୁମାର ସୁଆରଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି, ଏନ୍‌ଏସିରୁ ମିଳିଥିବା ଚିଠିକୁ ଟିପିଏସ୍‌ଓଡିଏଲ୍‌ର ଜେନେରାଲ୍ ମ୍ୟାନେଜର୍ (ଫାଇନାନ୍ସ)ଙ୍କୁ ପଠାଯାଇଛି। ଏ ଦିଗରେ ସେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରିବେ। କେବଳ ଏନ୍‌ଏସି ଇଲାକାରେ ବକେୟା ପ୍ରାୟ ଦୁଇ କୋଟି ରହିଥିବା ବେଳେ ଆସିକା ବ୍ଲକ୍‌କୁ ହିସାବକୁ ନେଲେ ଏହାର ପରିମାଣ ଯଥେଷ୍ଟ ବଢ଼ିଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe