ପୁରୀରେ ପହଞ୍ଚିଲା ଏନ୍‌ଏସ୍‌ଜି : ଆଜି କରିବେ ଶ୍ରୀମନ୍ଦିର ସୁରକ୍ଷା ଯାଞ୍ଚ

Advertisment
ପୁରୀରେ ପହଞ୍ଚିଲା ଏନ୍‌ଏସ୍‌ଜି : ଆଜି କରିବେ ଶ୍ରୀମନ୍ଦିର ସୁରକ୍ଷା ଯାଞ୍ଚ

ପୁରୀ : ଶ୍ରୀମନ୍ଦିର ସୁରକ୍ଷା ଯାଞ୍ଚ କରିବା ପାଇଁ ଆଜି ନ୍ୟାସ୍‌ନାଲ ସିକ୍ୟୁରିଟ୍‌ ଗାର୍ଡ(ଏନ୍‌ଏସ୍‌ଜି)ର ଏକ ତିନି ଜଣିଆ ପ୍ରତିନିଧି ଦଳ ପୁରୀରେ ପହଞ୍ଚିଛନ୍ତି। ଆସନ୍ତାକାଲି ଏନ୍‌ଏସ୍‌ଜିର ଏହି ପ୍ରତିନିଧିଦଳ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ୍‌ କରିବେ। ଏନ୍‌ଏସଜି ପକ୍ଷରୁ ଅନିଲ କୁମାର, ଆସିଷ୍ଟାଣ୍ଟ୍‌ କମାଣ୍ଡାଣ୍ଟ୍‌ ସୁନିଲ କୁମାର ସିଂହ, କିରନ୍‌ ଭୋସେଲ ଏହି ଯାଞ୍ଚ କରିବେ। ଗତ ୨୦୧୭ରେ ମଧ୍ୟ ଏନ୍‌ଏସ୍‌ଜିର ଏକ ପ୍ରତିନିଧି ଦଳ ଯାଞ୍ଚ କରିଥିଲେ। ଶ୍ରୀମନ୍ଦିର ସୁରକ୍ଷା ପ୍ରତି ବିପଦ ଥିବାରୁ ଏନ୍‌ଏସ୍‌ଜି ପକ୍ଷରୁ ଏଭଳି ଯାଞ୍ଚ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe