ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟ ଛାତ୍ରଙ୍କୁ ଜାତୀୟ ଏନଏସଏସ ପୁରସ୍କାର

ଭର୍ଚୁଆଲ୍ ମୋଡ୍‌ରେ ରାଷ୍ଟ୍ରପତିଙ୍କ ନିକଟରୁ ହେଲେ ପୁରସ୍କୃତ

ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟ ଛାତ୍ରଙ୍କୁ ଜାତୀୟ ଏନଏସଏସ ପୁରସ୍କାର

ବାରିପଦା: ଜାତୀୟ ସେବା ଯୋଜନା(ଏନଏସଏସ) ଦିବସ ଅବସରରେ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟ ଛାତ୍ର ଜନ୍ମେଞ୍ଜୟ ଗିରିଙ୍କୁ ମିଳିଛି ଜାତୀୟ ଏନଏସଏସ ପୁରସ୍କାର। ୨୦୧୯-୨୦ ବର୍ଷ ପାଇଁ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ନୂଆଦିଲ୍ଲୀଠାରେ ଭର୍ଚୁଆଲ୍ ମୋଡ୍‌ରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସୀମାନ୍ତ ମହାବିଦ୍ୟାଳୟର ପ୍ରାକ୍ତନ ଛାତ୍ର ଜନ୍ମେଞ୍ଜୟଙ୍କୁ ସମ୍ମାନିତ କରିଛନ୍ତି। ଜନ୍ମେଞ୍ଜୟ ଏବେ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ଇଂରାଜୀ ବିଭାଗର ଛାତ୍ର। ସର୍ବଭାରତୀୟ ସ୍ଥରରେ ପ୍ରତିବର୍ଷ ୩୦ଜଣ ସର୍ବଶ୍ରେଷ୍ଠ ସ୍ୱେଚ୍ଛାସେବୀ ମାନଙ୍କୁ ପୁରସ୍କୃତ କରାଯାଉଥିବା ବେଳେ ଓଡ଼ିଶାରୁ ଚଳିତ ବର୍ଷ ଦୁଇ ଜଣ ସ୍ୱେଚ୍ଛାସେବୀ ଜାତୀୟ ଏନଏସଏସ ପୁରସ୍କାର ଗ୍ରହଣ କରିଛନ୍ତି।

ଏହି ଭର୍ଚୁଆଲ ପୁରସ୍କାର କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସମେତ ନୂଆଦିଲ୍ଲୀର ଅଶୋକା ହୋଟେଲରେ କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ସିଂ ଠାକୁର, ରାଜ୍ୟ ମନ୍ତ୍ରୀ ନୀତିଶ ପରମାଣିକ, ପୁରସ୍କୃତ ସ୍ବେଛାସେବୀ ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ଜନ୍ମେଞ୍ଜୟଙ୍କ ଏହି ସଫଳତା ପାଇଁ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର କିଶୋର କୁମାର ବସାଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶୁଭେଚ୍ଛା ଜଣାଇଛନ୍ତି। ଗତବର୍ଷ ମଧ୍ୟ ସୀମାନ୍ତ ମହାବିଦ୍ୟାଳୟରୁ ସ୍ୱେଚ୍ଛାସେବୀ ପ୍ରଭଞ୍ଜନ ମଣ୍ଡଳ ଏହି ସମ୍ମାନରେ ସମ୍ମାନିତ ହୋଇଥିଲେ। ଉଲ୍ଲେଖଯୋଗ୍ୟଯେ ଗତ ୬ବର୍ଷ ମଧ୍ୟରେ ଲଗାତାର ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ( ପୂର୍ବର ଉତ୍ତର ଓଡିଶା ବିଶ୍ୱବିଦ୍ୟାଳୟ)ର ୮ ଜଣ ସ୍ବେଚ୍ଛାସେବୀ ଓ ଦୁଇ ଜଣ କାର୍ଯ୍ୟକ୍ରମ ଅଧିକାରୀ ଏହି ପୁରସ୍କାରରେ ପୁରସ୍କୃତ ହୋଇସାରିଛନ୍ତି। ଯାହାକି ସର୍ବଭାରତୀୟ ସ୍ତରରେ ଦ୍ୱିତୀୟ ସର୍ବଶ୍ରେଷ୍ଠ ବିଶ୍ୱବିଦ୍ୟାଳୟର ଗୌରବ ହାସଲ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe