ଏନ୍‌ଏଲ୍‌ୟୁରେ ଖୋଲିବ ଏନ୍‌ଏସ୍‌ଏସ୍‌ ବ୍ୟୁରୋ

Advertisment
ଏନ୍‌ଏଲ୍‌ୟୁରେ ଖୋଲିବ ଏନ୍‌ଏସ୍‌ଏସ୍‌ ବ୍ୟୁରୋ

theindianwire.com

ଭୁବନେଶ୍ବର : କଟକସ୍ଥିତ ଜାତୀୟ ଆଇନ ବିଶ୍ବବିଦ୍ୟାଳୟ(ଏନ୍‌ଏଲ୍‌ୟୁ)ରେ ଏନ୍‌ଏସ୍‌ଏସ୍‌ ବ୍ୟୁରୋ ଖୋଲିବ। ୨୦୨୧-୨୨ ଶିକ୍ଷାବର୍ଷ ପାଇଁ ଏନ୍‌ଏଲ୍‌ୟୁରେ ୩୦୦ ସ୍ବେଚ୍ଛାସେବୀ ପଦ ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଅନୁମତି ଦିଆଯାଇଛି। ଏନ୍‌ଏଲ୍‌ୟୁ ପାଇଁ ପ୍ରତି ୟୁନିଟ୍‌ରେ ୫୦ ଜଣ ଛାତ୍ରଛାତ୍ରୀ ରହିବେ। ତେବେ ବ୍ୟୁରୋ ଖୋଲିବା ପୂର୍ବରୁ କେତେକ ଆବଶ୍ୟକତା ପୂରଣ କରିବାକୁ ବିଭାଗ ପକ୍ଷରୁ ବିଶ୍ବବିଦ୍ୟାଳୟ କୁଳସଚିବଙ୍କୁ କୁହାଯାଇଛି। କ୍ୟାମ୍ପସ ପରିସରରେ ସ୍ବତନ୍ତ୍ର କାର୍ଯ୍ୟାଳୟ, ୫୦ ବର୍ଷ ବୟସରୁ କମ୍‌ ପ୍ରଫେସରଙ୍କୁ କାର୍ଯ୍ୟକ୍ରମର ସଂଯୋଜକ ଦାୟିତ୍ବ ପ୍ରଦାନ, ୩ଟି ବ୍ୟାଙ୍କ ଆକାଉଣ୍ଟ ଖୋଲିବାକୁ ପରାମର୍ଶ ଦିଆଯାଇଛି। ଏ ସମ୍ବନ୍ଧୀୟ ସବିଶେଷ ତଥ୍ୟ ଏନ୍‌ଏସ୍‌ଏସ୍‌ ଆଞ୍ଚଳିକ ନିର୍ଦେଶାଳୟରେ ଦାଖଲ କରିବାକୁ ବିଭାଗ ପକ୍ଷରୁ ବିଶ୍ବବିଦ୍ୟାଳୟ କୁଳସଚିବଙ୍କୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe