ମହିଳା ସରପଞ୍ଚଙ୍କ ପ୍ରତି ଏନଟିପିସି ଏଜିଏମଙ୍କ ଅସମ୍ମାନ ମାମଲା: ବୁଝାମଣା ପାଇଁ ଚାପ, ଅପେକ୍ଷା କରିଛି ପୁଲିସ

ମହିଳା ସରପଞ୍ଚଙ୍କ ପ୍ରତି ଏନଟିପିସି ଏଜିଏମଙ୍କ ଅସମ୍ମାନ ମାମଲା: ବୁଝାମଣା ପାଇଁ ଚାପ, ଅପେକ୍ଷା କରିଛି ପୁଲିସ

Power Insight

ସୁନ୍ଦରଗଡ଼/ହେମଗିର: ହେମଗିର ବ୍ଲକ୍ ସାନଘୁମୁଡ଼ା ପଞ୍ଚାୟତର ଆଦିବାସୀ ମହିଳା ସରପଞ୍ଚ ରେବତୀ ଛତ୍ରିଆଙ୍କ ଉଦ୍ଦେଶ୍ୟରେ ପଞ୍ଚାୟତ ଲୋକଙ୍କ ସାମ୍ନାରେ ଜୁନ ୧୧ ତାରିଖରେ ଏନଟିପିସି ଏଜିଏମ  ଶ୍ରୀଧର ଜେନା ଅପମାନସୂଚକ ଗାଳିଗୁଲଜ, ଉପହାସ ଓ  ଅସମ୍ମାନ କରିଥିବା ଅଭିଯୋଗ ହୋଇଥିଲା। ଏହା ପରେ ଜୁନ ୧୬ରେ  ଏଜିଏମଙ୍କ ବିରୋଧରେ ସରପଞ୍ଚ ରେବତୀ ହେମଗିର ଥାନାରେ ଏତଲା ଦେଇଥିବା ବେଳେ ହେମଗିର ଆଦିବାସୀ ଏକତା ମଞ୍ଚ ଓ ବ୍ଲକ୍ ସରପଞ୍ଚ ସଂଘ ଏଜିଏମଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରି ଆସୁଛନ୍ତି।

କିନ୍ତୁ ଅଭିଯୋଗକୁ ୨୨ ଦିନ ବିତିଯାଇଥିଲେ ମଧ୍ୟ  ସରପଞ୍ଚଙ୍କ ଏତଲା ଉପରେ ପୁଲିସ ମାମଲା ରୁଜୁ କରି ନାହିଁ। ଯଦିଓ ଜୁନ ୧୮ ତାରିଖରେ ଘଟଣାର ୨ ସାକ୍ଷୀ  ବେଲଡିହିର ସୁଶାନ୍ତ ପ୍ରଧାନ ଓ ସୁରେଶ ପ୍ରଧାନଙ୍କୁ ଡାକି ଅଭିଯୋଗକାରୀ ସରପଞ୍ଚଙ୍କ ଉପସ୍ଥିତିରେ  ବୟାନ ନେଇଯାଇଛି।  ତେବେ ଏହା ମଧ୍ୟରେ ଏନଟିପିସି କର୍ତ୍ତୃପକ୍ଷ ଓ ପ୍ରଶାସନ ବୁଝାମଣା କରିନେବାକୁ ଚାପ ସୃଷ୍ଟି କରୁଥିବା ଅଭିଯୋଗ ହୋଇଛି। ବେଲଡିହିର ୮ ବିସ୍ଥାପିତ ପରିବାରକୁ କ୍ଷତିପୂରଣ ଦେବାରେ ଟାଳଟୁଳ ନୀତ ଅବଲମ୍ବନ କରୁଥିବା ଏନଟିପିସି ସରପଞ୍ଚଙ୍କ ଅଭିଯୋଗରୁ ବର୍ତ୍ତିବାକୁ ଏବେ ଏହାକୁ ଅସ୍ତ୍ର କରିପାରେ ବୋଲି କୁହାଯାଉଛି।

ଆଉ ଏହି ଚାପ ସମ୍ପର୍କରେ ଖବର ରଖିଥିବା ପୁଲିସ ମାମଲା ରୁଜୁ ନକରି ବୁଝାମଣାକୁ ଅପେକ୍ଷା କରିଥିବା ଚର୍ଚ୍ଚା ହେଉଛି।  ପ୍ରକାଶଯୋଗ୍ୟ, ଗତ ୧୧ ତାରିଖରେ ବିସ୍ଥାପିତ ଗାଁ ବେଲଡିହିର ସୁଶାନ୍ତ ପ୍ରଧାନ ଓ ସୁରେଶ ପ୍ରଧାନ ଜମି କାଗଜପତ୍ର ଧରି ଖପରିକଛାରସ୍ଥିତ ଏନଟିପିସି ପ୍ରକଳ୍ପ କାର୍ଯ୍ୟାଳୟକୁ ଯାଇଥିବା ବେଳେ କୌଣସି ଏକ ପ୍ରସଙ୍ଗରେ ସେମାନଙ୍କ ସମ୍ମୁଖରେ ଏଜିଏମ ଶ୍ରୀଧର ପ୍ରଧାନ ସାନଘୁମୁଡ଼ାର ମହିଳା ସରପଞ୍ଚଙ୍କ ଉଦ୍ଦେଶ୍ୟରେ ଗାଳିଗୁଲଜ, ଅସମ୍ମାନ ଓ ଅପମାନସୂଚକ ଭାଷା ପ୍ରୟୋଗ କରିଥିବା ଅଭିଯୋଗ ହୋଇଥିଲା।  ଏପରିକି ‘ସାନଘୁମୁଡ଼ା ସରପଞ୍ଚ ଆଦିବାସୀ ମହିଳା ହୋଇଥିବାରୁ ମୋର କିଛି କରିପାରିବେ ନାହିଁ’ ବୋଲି ଏଜିଏମ କହିଥିବା ନେଇ  ସରପଞ୍ଚ ଅଭିଯୋଗ କରି ଏହା ଦ୍ବାରା ସେ ମାନସିକ ନିର୍ଯାତନାର ଶିକାର ହୋଇଥିବା ପ୍ରକାଶ କରିଥିଲେ। କେବଳ ସେତିକି ନୁହେଁ, ଅନେକ ସମୟରେ ବିସ୍ଥାପିତଙ୍କୁ ମଧ୍ୟ ଏଜିଏମ ଦୁର୍ବ୍ୟବହାର କରୁଥିବା ସରପଞ୍ଚ ଏତଲାରେ ଉଲ୍ଲେଖ କରି  ତାଙ୍କ ବିରୋଧରେ ଆଇନ ଅନୁଯାୟୀ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe