ଏନଟିପିସି ଶୁଣିଲାନି,  ବେଲଡିହିର ଗାଁ ଦେବତା ବୁଡ଼ିଗଲେ

ଏନଟିପିସି ଶୁଣିଲାନି,  ବେଲଡିହିର ଗାଁ ଦେବତା ବୁଡ଼ିଗଲେ

ସୁନ୍ଦରଗଡ଼/ହେମଗିର: ଏନଟିପିସି ଡୁଲିଙ୍ଗା କୋଇଲା ଖଣି ବର୍ଜ୍ୟରେ ନାଳ ଅବରୋଧ ଯୋଗୁଁ ପାଣି ଘେରରେ ଥିଲା ବିସ୍ଥାପିତ ଗାଁ ବେଲଡିହି। ଆଜି ଗ୍ରାମ୍ୟ ଦେବତା (ଦେମୁଲ) ପାଣିରେ ବୁଡ଼ି ଯାଇଛନ୍ତି। ଯେଉଁଥିପାଇଁ ଆଜି ଚାଷର ପୂଜା ହରିଆଲି ଉଆଁସ ଗାଁ ଦେବତାଙ୍କ ପାଖରେ ଲାଗି ପାରି ନାହିଁ। ଏକ ଭିନ୍ନ ସ୍ଥାନରେ ପ୍ରତୀକାତ୍ମକ ଭାବେ ଗାଁ ମୁଖିଆ ପୂଜା କରିଛନ୍ତି। ଯାହାକୁ ନେଇ ଗାଁରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏନଟିପିସି  ବିସ୍ଥାପିତ ୮ ପରିବାରକୁ କ୍ଷତିପୂରଣ ଓ ପୁନର୍ବାସ ସୁବିଧା ନଦେଇ ପାଣି ଘେରରେ ଆତଙ୍କିତ କରି ରଖି ଗାଁରୁ ତଡ଼ିବାକୁ ମସୁଧା କରିଥିବା  ବିସ୍ଥାପିତ ପରିବାର ସହ ଗାଁ ମୁଖିଆ ଅଭିଯୋଗ କରି ଆସୁଛନ୍ତି।

ଗତ ଲଗାଣ ବର୍ଷାରେ ଗାଁ ଭିତରକୁ ପାଣି ପଶି ଆସିଥିବା ବେଳେ ୩ ଦିନ ଧରି ଲୋକେ ଆତଙ୍କିତ ଅବସ୍ଥାେରେ ଥିଲେ। ଏପରିକି କିଛି ପରିବାର ସେମାନଙ୍କ ମାଟି କୁଡ଼ିଆ ଭୁଶୁଡ଼ିଯିବା ଭୟରେ ଗାଁ ମୁଖିଆଙ୍କ ଘରକୁ ଆସି ଆଶ୍ରୟ ନେଇଥିଲେ। ପାଣି ଘେରରେ ଥିବା ଗାଁରେ ଅଙ୍ଗନବାଡ଼ି ଓ ବିଦ୍ୟାଳୟ ବନ୍ଦ ହୋଇଯାଇଥିବାରୁ କୁନି ପିଲାମାନେ ପାଠ ପଢ଼ାରୁ ବଞ୍ଚିତ ହେଉଥିବାର ଏକ ସମ୍ବେଦନଶୀଳ ଖବର ମଧ୍ୟ ସାମ୍ନାକୁ ଆସିଥିଲା। ଏ ସମ୍ପର୍କିତ ଖବର ସମ୍ବାଦରେ ପ୍ରକାଶ ପାଇବା ପରେ ହେମଗିର ତହସିଲଦାର ବେଲଡିହି ଯାଇ ସରଜମିନ ତଦନ୍ତ କରିବା ସହ ବିସ୍ଥାପିତଙ୍କ ଦୁର୍ଦ୍ଦଶା ସେମାନଙ୍କ ମୁହଁରୁ ଶୁଣିଥିଲେ। ଏହି ସମୟରେ ପାଣି ନିଷ୍କାସନ ବ୍ୟବସ୍ଥା କରିବାକୁ ଦାବି ହୋଇଥିଲା। କିନ୍ତୁ ନା କମ୍ପାନି, ନା ପ୍ରଶାସନ କେହି ବି ଶୁଣି ନଥିଲେ। ଲୋକେ ସେମିତି ଦୁର୍ଦ୍ଦଶାରେ ରହିଥିବା ବେଳେ ଆଜି ଗ୍ରାମ୍ୟ ବିଶ୍ବାସର ଦେବତା ବୁଡ଼ିଯିବା ଆଲୋଡ଼ନ ସୃଷ୍ଟି କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe