ପୁରୀ ଜିଲ୍ଲାର ୪ ବ୍ଲକରେ ବିଦ୍ୟୁତ ଭିତ୍ତିଭୂମିର ପୁନରୁଦ୍ଧାର କାମ କଲା ଏନଟିପିସି

Advertisment
ପୁରୀ ଜିଲ୍ଲାର ୪ ବ୍ଲକରେ ବିଦ୍ୟୁତ ଭିତ୍ତିଭୂମିର ପୁନରୁଦ୍ଧାର କାମ କଲା ଏନଟିପିସି

ଭୁବନେଶ୍ୱର: ନ୍ୟାସନାଲ ଥର୍ମାଲ ପାଓ୍ଵାର କର୍ପୋରେସନ (ଏନଟିପିସି) ପକ୍ଷରୁ ପୁରୀ ଜିଲ୍ଳାର ୪ଟି ବ୍ଲକରେ ବିଦ୍ୟୁତ ଭିତ୍ତିଭୂମି ଜନିତ ପୁନରୁଦ୍ଧାର କାମ କରୁଛି। କମ୍ପାନି ପକ୍ଷରୁ ଜିଲ୍ଲାର ନିମାପଡ଼ା, ପୁରୀସଦର, ଗୋପ ଓ ସତ୍ୟବାଦୀରେ ବାତ୍ୟା ‘ଫନି’ ଯୋଗୁଁ ଭୁଶୁଡ଼ି ପଡ଼ିଥିବା ବିଦ୍ୟୁତ୍‌ ଭିତ୍ତିଭୂମିର ପୁନରୁଦ୍ଧାର ପାଇଁ କର୍ମଚାରୀମାନେ ଲାଗିଛନ୍ତି।

ବାତ୍ୟା ପରେ ଭାରତ ସରକାରଙ୍କ ଶକ୍ତି ସଚିବ ଏ.କେ. ଭଲ୍ଲ ଏବଂ ଏନଟିପିସିର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ (ସିଏମ୍‌ଡି) ଭୁବନେଶ୍ୱର ଓ ପୁରୀ ଗସ୍ତ କରି ସମୀକ୍ଷା କରିବା ପରେ କମ୍ପାନି ବିଦ୍ୟୁତ ଜନିତ ପୁନରୁଦ୍ଧାର କାମ କରୁଛି। ରାଜ୍ୟ ସରକାର ପୁରୀ ଜିଲ୍ଲାର ୪ଟି ବ୍ଲକରେ ଏଲ୍‌ଟି ନେଟଓ୍ଵାର୍କ ପୁନରୁଦ୍ଧାର କରିବା ପାଇଁ ଅନୁରୋଧ କରିଥିଲେ।

ବାତ୍ୟା ପ୍ରଭାବିତ ଅଂଚଳ ଯଥା ପୁରୀ, ଖୋର୍ଦ୍ଧା, ଜଗତସିଂହପୁର ଓ କେନ୍ଦ୍ରାପଡ଼ାରେ ବିଦ୍ୟୁତ ପୁନରୁଦ୍ଧାର କାର୍ଯ୍ୟ ପାଇଁ ଏନଟିପିସି ୧୦୦୦ ତାଲିମପ୍ରାପ୍ତ ଲୋକଙ୍କୁ ଲଗାଇଛି। ଏନଟିପିସି ପକ୍ଷରୁ ପୁରୀ ଜିଲ୍ଲାର ଗ୍ରାମାଂଚଳରେ ମୋବାଇଲ ମେଡିକାଲ ସାଇକ୍ଲୋନ ରିଲିଫ କ୍ୟାମ୍ପସର ଆୟୋଜନ କରାଯାଇଛି। ଏଥିରୁ ୭୦୦୦ ଲୋକ ଲାଭାନ୍ଵିତ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe