Nuakhai at Badabhoi family Photograph: (sambad.in)
ଧଣ୍ଡାମୁଣ୍ଡା: ଖପ୍ରାଖୋଲ ବ୍ଲକ୍ ଧଣ୍ଡାମୁଣ୍ଡାର କୁଲତା ସମାଜ ବଡ଼ଭୋଇ ପରିବାରର ସମସ୍ତ ସଦସ୍ୟ ଏକାଠି ନୂଆଁଖାଇ ପାଳନ କରିଛନ୍ତି। ମୋଟ ୨୫ଟି ପରିବାରର ୧୫୦ ଜଣ ସଦସ୍ୟ ସାମିଲ ହୋଇ କୂଳଦେବୀ ରଣେଶ୍ୱର ରାମଚଣ୍ଡୀଙ୍କୁ ପ୍ରଥମ ଅନ୍ନ ଭୋଗ ଅର୍ପଣ ପରେ ନୂଆ ଖାଇଥିଲେ।
ନୂଆ ଖାଇବା ପରେ ଜୁହାର ଭେଟ ହୋଇଥିଲା।
ବୟୋଜ୍ୟେଷ୍ଠ ହାଡୁ ଭୋଇ,ଲତା ଭୋଇ ଗାଁ ମାଟିର ମମତା, ପରସ୍ପର ପ୍ରତି ସ୍ନେହ ଶ୍ରଦ୍ଧାକୁ ନେଇ ନୂଆଁଖାଇ ପରବ ପାଳିତ ହୋଇଛି ବୋଲି କହିଥିଲେ। ଭାଇ ଭାଇ ଭିତରେ ସୁସମ୍ପର୍କ ରକ୍ଷା କରିବା ସହ ଆମ ଭିତରେ ଏକତା ରକ୍ଷା ସକାଶେ ନୂଆଁଖାଇରେ ଆମେ ଏକାଠି ହୋଇଥିବା ସେ କହିଥିଲେ।
Balangir | Nuakhai
Follow Us