ନୂଆଖାଇ ଭେଟଘାଟ-୨୦୨୩ ଅନୁଷ୍ଠିତ

Advertisment
ନୂଆଖାଇ ଭେଟଘାଟ-୨୦୨୩ ଅନୁଷ୍ଠିତ

ରାୟଗଡା: ରାୟଗଡାରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ଭେଟଘାଟର ଏକ ନିଆରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ଯାଇଛି। ପଶ୍ଚିମ ଓଡିଶା ସାଂସ୍କୃତିକ ପରିଷଦ ରାୟଗଡା ପକ୍ଷରୁ ସ୍ଥାନୀୟ କୃଷ୍ଣ ଚନ୍ଦ୍ର ନଗର ଭବନ ଠାରେ ନୂଆଖାଇ ଭେଟଘାଟ ୨୦୨୩ ପାଳିତ ହୋଇଯାଇଛି। ପରିଷଦ ସଭାପତି ଡ଼ଃ ଦୟାନିଧି ବାଗଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପଶ୍ଚିମ ଓଡିଶାର ବିଭିନ୍ନ ଜିଲ୍ଲାରୁ ଆସି ରହୁଥିବା ଦୁଇ ସହରୁ ଊର୍ଦ୍ଧ୍ବ ପରିବାର ଯୋଗ ଦେଇଥିଲେ। ପରିଷଦର ସମ୍ପାଦକ ହିମାଂଶୁ ଶେଖର ପଣ୍ଡିଆ ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ ପାଳନର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିବା ସହ ମଞ୍ଚ ସଂଯୋଜନା କରିଥିଲେ।

ରାୟଗଡା ଜିଲ୍ଲାରେ କଲାହାଣ୍ଡି, ନୂଆପଡା, ବଲାଙ୍ଗୀର, ବରଗଡ଼, ବରପାଲି, ସମ୍ବଲପୁର, ସୁନ୍ଦରଗଡ଼, ଝାରସୁଗୁଡା, ଦେବଗଡ଼, ବୌଦ୍ଧଜିଲ୍ଲାଗୁଡିକରୁ ଆସି ବିଭିନ୍ନ ସରକାରୀ, ବେସରକାରୀ ଅନୁଷ୍ଠାନ ତଥା ଶିଳ୍ପାନୁଷ୍ଠାନ, ବ୍ୟାଙ୍କରେ କାର୍ଯ୍ୟ କରୁଛନ୍ତି। ପଶ୍ଚିମ ଓଡିଶାରେ ପାଳନ ହେଉଥିବା କୃଷି ଭିତ୍ତିକ ଗଣପର୍ବ ନୂଆଖାଇ ଉତ୍ସବରେ ଯୋଗ ଦେବା ପାଇଁ ଯାଉଥିବା ବେଳେ ରାୟଗଡାରେ ଯେ ହେତୁ ପଶ୍ଚିମ ଓଡିଶାର ଅନେକ ଲୋକେ ରହି ଆସୁଛନ୍ତି ସେମାନଙ୍କୁ ନେଇ ଗତ ଦୁଇ ବର୍ଷ ଧରି ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ ପାଳିତ ହୋଇ ଆସୁଛି ବୋଲି ସମ୍ପାଦକ ଶ୍ରୀ ପଣ୍ଡିଆ ପ୍ରକାଶ କରିଥିଲେ।

publive-image

କାର୍ଯ୍ୟକ୍ରମରେ ପଶ୍ଚିମ ଓଡିଶାର ପାରମ୍ପରିକ ଖାଦ୍ୟ ବ୍ୟଞ୍ଜନରେ ତିଆରି ପିଠାମିଠା ପ୍ରତିଯୋଗିତା, ହୁଳହୁଳି, ନାଚ ଗୀତ ପ୍ରତିଯୋଗିତା ସହ ସାଧାରଣ ଜ୍ଞାନ ପ୍ରଶ୍ନତ୍ତର ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ସେହିପରି ରାୟଗଡାର ପିଡିସି ଡ୍ୟାନ୍ସ ଗ୍ରୁପ ଓ ବଲାଙ୍ଗୀର ଜିଲ୍ଲାରୁ ଆସିଥିବା ପଞ୍ଚମ ଡ୍ୟାନ୍ସ ଗ୍ରୁପ ତରଫରୁ ସମ୍ବଲପୁରୀ ନାଚଗୀତର ପରିବେଷଣ କରାଯାଇଥିଲା। ଏହି ଭେଟଘାଟ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପଶ୍ଚିମ ଓଡିଶା ବାସିନ୍ଦା ତଥା ରାୟଗଡ଼ା ଜିଲ୍ଲାରେ କାର୍ଯ୍ୟରତ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ମନୋଜ କୁମାର ପ୍ରଧାନ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ, ଜିଲ୍ଲା ମୁଖ୍ୟ ପ୍ରାଣୀ ସମ୍ପଦ ଅଧିକାରୀ ଡ଼. ହାଡିବନ୍ଧୁ ଭୋଇ, ହରିହର ଖମାରି, ଆଇଡ଼ିବିଆଇ ବ୍ୟାଙ୍କ ଏଡିଏମ, ୟୁନିୟନ ବ୍ୟାଙ୍କ ବରିଷ୍ଠ ପ୍ରବନ୍ଧକ ପବିତ୍ର ବେହେରା, ସୀତାରାମ ପ୍ରଧାନ, ଶାନ୍ତନୁ ମହାକୁଡ଼, ସୁଶାନ୍ତ ପ୍ରଧାନ, ଅନିଲ ମାଝୀ, ଦିବାକର ଧଙ୍ଗାଡ଼ମାଝି, ରବୀନ୍ଦ୍ର ବାରିକ, ଚକାମନ ବାରିକ, ମହେନ୍ଦ୍ର ବରାଇ, ଡି.ପି.ଦାଶ, ମଦନ ବୁଦୁଲା, ସାମ୍ବାଦିକ ଶିବ ନାରାୟଣ ଗଉଡଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହିଥିଲେ। କାର୍ଯ୍ୟକ୍ରମରେ ବିଭିନ୍ନ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe