ନୂଆଁଖାଇ ଲାଗି ପଶ୍ଚିମ ଓଡ଼ିଶା ଚଳଚଞ୍ଚଳ; ଦୋକାନରେ ଗ୍ରାହକଙ୍କ ପ୍ରବଳ ଭିଡ଼

ପର୍ବରେ ଫିକା ପକାଇବ କି ବର୍ଷା!

ନୂଆଁଖାଇ ଲାଗି ପଶ୍ଚିମ ଓଡ଼ିଶା ଚଳଚଞ୍ଚଳ; ଦୋକାନରେ ଗ୍ରାହକଙ୍କ ପ୍ରବଳ ଭିଡ଼

ବୀରମହାରାଜପୁର: ରାତି ପାହିଲେ ପଶ୍ଚିମ ଓଡ଼ିଶାର ଲୋକପ୍ରିୟ ‘ନୂଆଁଖାଇ’। ଏହି ପର୍ବ ପାଇଁ ଗାଁରୁ ସହର ଯାଏଁ ଚାରିଆଡ଼େ ଉତ୍ସାହ ଦେଖାଯାଇଛି। ଛୋଟ ପିଲା ଠାରୁ ଆରମ୍ଭ କରି ବୟସ୍କଙ୍କ ମୁହଁରେ ହସ ଦେଖିବାକୁ ମିଳୁଛି। ଦୂରରେ ରହୁଥିବା ପରିବାରର ସଦସ୍ୟମାନେ ଅଧିକାଂଶ ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ଘରକୁ ପହଞ୍ଚି ସାରିଛନ୍ତି। ସର୍ବସାଧାରଣ ପରିବହନ ଉପରେ ଭରସା ରଖୁଥିବା‌ ଲୋକ ଅର୍ଥାତ ବର୍ଷା ଯୋଗୁଁ ଯେଉଁମାନେ ମଙ୍ଗଳବାର ସନ୍ଧ୍ୟାରେ ପହଞ୍ଚି ପାରି ନାହାନ୍ତି, ସେମାନେ ବୁଧବାର ଦିନ ୧୦ଟା ସୁଦ୍ଧା ପହଞ୍ଚିବାକୁ ଉଦ୍ୟମ କରୁଛନ୍ତି।

publive-image

ପଶ୍ଚିମ ଓଡ଼ିଶାରେ ନୂଆଁଖାଇ ସବୁଠାରୁ ବଡ଼ ପର୍ବ ହୋଇଥିବାରୁ ଗତ ରବିବାର ଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ୩ ଦିନ ଯାଏଁ ଦୋକାନ ବଜାରରେ ପ୍ରବଳ ଭିଡ଼‌ ଦେଖିବାକୁ ମିଳିଛି। ଦୁଗ୍ଧଜାତ ସାମଗ୍ରୀର ଦର ମଧ୍ୟ ବଢ଼ିଛି। ଲୋକେ ଦରଦାମ କଥା ଚିନ୍ତା ନ କରି ଆବଶ୍ୟକତା ଠାରୁ ଅଧିକ କିଣାକିଣି କରିଥିବା ଦୃଷ୍ଟି ଗୋଚର ହୋଇଛି। ପରିବା, ତେଜରାତି ଓ କପଡ଼ା ଦେକାନୀମାନେ ନୂଆଁଖାଇ ଅବସରରେ ଭଲ ବ୍ୟବସାୟ କରିଛନ୍ତି। ପରିବା ଦର ଅନ୍ୟଦିନ ତୁଳନାରେ ଅଧିକ ରହିଛି। ସେହିପରି କପଡ଼ା ଦୋକାନୀମାନେ ମଧ୍ୟ ପୂର୍ବାପେକ୍ଷା କିଛି ପରିମାଣରେ ଦରଦାମ ବଢ଼ାଇ ଦେଇଛନ୍ତି। ନୂଆଁଖାଇରେ ବ୍ୟବହାର ହେଉଥିବା କୁରେଇ ପତ୍ରର ଚାହିଦା ରହିଛି। ବଜାରରେ ବଡ଼ା ପିଛା ୫ ଟଙ୍କାରେ ବିକ୍ରି ହୋଇଛି।

publive-image

ନୂଆଁଖାଇ ପୂର୍ବ ସନ୍ଧ୍ୟା ଅର୍ଥାତ ମଙ୍ଗଳବାର ଅପରହ୍‌ଣ ୩ଟାରୁ ରାତି ପର୍ଯ୍ୟନ୍ତ ସମ୍ବଲପୁର, ସୁବର୍ଣ୍ଣପୁର ଓ ବୌଦ୍ଧ ଜିଲ୍ଳାର ଅନେକ ସ୍ଥାନରେ ବଜ୍ରପାତ ସହିତ ସାମାନ୍ୟରୁ ମଧ୍ୟମଧରଣର ବର୍ଷା ହୋଇଛି। ସନ୍ଧ୍ୟା ପରଠାରୁ ଅନେକ ସ୍ଥାନରେ ବିଦ୍ୟୁତ ନାହିଁ। ନୂଆଁଖାଇରେ ଅନେକ ସ୍ଥାନରେ ନୂଆଁଖାଇ ଭେଟ୍‌ଘାଟ୍‌ ହୋଇଥାଏ। ଏହା ସହିତ ଅନେକ ସ୍ଥାନରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥାଏ। ତେବେ ବୁଧବାର ଦିନ ଯଦି ବର୍ଷା ଜାରି ରହିବ, ତା’ହେଲେ ଖୁସିର ପର୍ବ ଫିକା ପଡ଼ିବ ବୋଲି ପୂର୍ବାନୁମାନ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe