ଜୁହାର ପରିବାର ବାଙ୍ଗାଲୋର ପକ୍ଷରୁ ନୂଆଁଖାଇ ଭେଟ୍‌ଘାଟ୍ 

Advertisment
ଜୁହାର ପରିବାର ବାଙ୍ଗାଲୋର ପକ୍ଷରୁ ନୂଆଁଖାଇ ଭେଟ୍‌ଘାଟ୍ 

ସମ୍ବଲପୁର: ଜୁହାର ପରିବାର ବାଙ୍ଗାଲୋର୍ ତରଫରୁ ୨୩ତମ ନୂଆଁଖାଇ ଭେଟ୍‌ଘାଟ୍ ଉତ୍ସବ ଉତ୍ସାହ, ଉଦ୍ଦୀପନାର ସହ ପାଳିତ ହୋଇଯାଇଛି। ଏଥିରେ ୨୫୦୦ ଲୋକ ଓ ପ୍ରାୟ ୧୦୦ ଜଣ କଳାକାରଙ୍କ ସମାଗମ ହୋଇଥିଲା। ମାଁ ସମଲେଶ୍ବରୀଙ୍କ ପୂଜାର୍ଚ୍ଚନା ପରେ କଣ୍ଠଶିଳ୍ପୀ ନୀଳାଞ୍ଚଳ ପାନ୍‌ଙ୍କ ମାଁ ଗୋ ମୋର ସମଲେଇ ମାଁ.. ଗୀତ ସହ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଥିଲା। ୨ ବର୍ଷର ବ୍ୟବଧାନ ପରେ ରାଜ୍ୟ ବାହାରେ ବଡ଼ ଆକାରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରୁକୁ ସୁନା ଏବଂ ତାଙ୍କ ଟିମ୍ ନୃତ୍ୟ, ଗୀତ ପରିବେଷଣ କରିଥିଲେ।  ଭାରତ ଗୌରବ ଦାଶ ଓ ତାଙ୍କ ଟିମ୍ ସମ୍ବଲପୁରୀ ଲୋକ ପରଂପରାର ପ୍ରଦର୍ଶନ କରିଥିଲେ।

କର୍ଣ୍ଣାଟକୀ ଓ ସମ୍ବଲପୁରୀ ସଂସ୍କୃତିର ମିଳିତ ଫ୍ୟୁଜନ୍‌କୁ ଲୋକେ ବେଶ ପସନ୍ଦ କରିଥିଲେ। ଭବାନୀପାଟଣାର ପ୍ରତିଭା ଅନୁଷ୍ଠାନ ପକ୍ଷରୁ ସିଂଘାରୀ, ବଜାଶାଳ ପ୍ରଦର୍ଶିତ ହୋଇଥିଲା। ବଲାଙ୍ଗୀରର ବିଶିଷ୍ଟ ରୋଷେଇୟା ଗୋକୁଳ ପାରଂପରିକ ପାରଂପରିକ ସମ୍ବଲପୁରୀ ଖାଦ୍ୟ ପ୍ରସ୍ତୁତ କରିଥିଲେ ଯାହାକୁ ସମସ୍ତେ ମନ ଭରି ଉପଭୋଗ କରିଥିଲେ। ବାଙ୍ଗାଲୋର ସେଣ୍ଟ୍ରାଲ୍‌ର ସାଂସଦ ପିସି ମୋହନ ମୁଖ୍ୟ ଅତିଥି ଏବଂ ଓଡ଼ିଶା ବିଜେପି ଯୁବମୋର୍ଚ୍ଚାର ରାଜ୍ୟ ସଭାପତି ଇରାଶିଷ ଆଚାର୍ଯ୍ୟ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କଳାକାର ମାନଙ୍କୁ ସମ୍ମାନିତ କରିଥିଲେ। କାର୍ଯ୍ୟକ୍ରମର ସଫଳ ‌ଆୟୋଜନ ପାଇଁ ସଭାପତି ଶୋଭନ ଦାଶ, ଉପସଭାପତି ପ୍ରିୟ ନାୟକ, ସଂପାଦକ ସତ୍ୟଜିତ ଚୈନି ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିବା ଗଣମାଧ୍ୟମ ସଂଯୋଜକ ସୁଦୀପ୍ତ ପଣ୍ଡା ଏକ ପ୍ରେସ୍‌ ବିବୃତିରେ ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe