ପୁରୀ: ଆଜି ଶ୍ରଦ୍ଧା ଓ ଉତ୍ସାହର ସହ ପାଳିତ ହେଉଛି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ । ସେଥିପାଇଁ ସମସ୍ତ ପ୍ରସ୍ତୁତି ସରିଛି । ସମଗ୍ର ପଶ୍ଚିମ ଓଡ଼ିଶାର ପୁରପଲ୍ଲୀ ଉତ୍ସବ ମୁଖର ହୋଇଉଠିଛି । ଦୂରଦୂରାନ୍ତ ରହୁଥିବା ପରିବାର ଲୋକ ଗାଁକୁ ଫେରିଛନ୍ତି । ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ପାଖରେ ବିଶେଷ ପୂଜାର୍ଚ୍ଚନା କରାଯିବ ।
ସକାଳ ୧୦ଟା ୫ ମିନିଟରୁ ୧୦ଟା ୨୦ ମିନିଟ୍ ମଧ୍ୟରେ ମା’ ସମଲେଶ୍ୱରୀଙ୍କ ପାଖରେ ନବାନ୍ନ ଲାଗି ହୋଇଛି । ତେବେ ଆଜି ପୁରୀ ବେଳାଭୂମିରେ ନୂଆଁଖାଇ ଅବସରରେ ଏକ ବାଲୁକା କଳା ନିର୍ମାଣ କରିଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ |
/sambad/media/post_attachments/wp-content/uploads/2019/09/EDgSQd7U4AAz52j-300x202.jpg)
ଏହି ବାଲୁକା କଳାକୁ ନେଇ ସୁଦର୍ଶନ କହିଛନ୍ତି ଯେ ପଶ୍ଚିମ ଓଡ଼ିଶାର କୃଷି ଭିତ୍ତିକ ଗଣ ପର୍ବ ନୂଆଁଖାଇ ଅଵସରରେ ମା ସମଲେଶ୍ୱରୀ ଆମ ସମସ୍ତଙ୍କୁ ଆଶୀର୍ବାଦ ଦିଅନ୍ତୁ | ନୂଆଁଖାଇ ପାଇଁ ବଲାଙ୍ଗୀର, ସୁନ୍ଦରଗଡ଼, ବରଗଡ଼, କଳାହାଣ୍ଡି, ନୂଆପଡ଼ା ସମେତ ସମଗ୍ର ପଶ୍ଚିମ ଓଡ଼ିଶା ଉତ୍ସବମୁଖର ହୋଇଉଠିଛି । ବିଭିନ୍ନ ସାମାଜିକ ଓ ସାଂସ୍କୃତିକ ସଂଗଠନ ମଧ୍ୟ ନୂଆଖାଇ ଭେଟଘାଟ ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି ।
/sambad/media/agency_attachments/2024-07-24t043029592z-sambad-original.webp) 
   Follow Us
 Follow Us/sambad/media/post_attachments/wp-content/uploads/2019/09/EDgQWAGUcAEp34x.jpg)