ଆଜି ଭବାନୀପାଟଣାରେ ନୂଆଁଖାଇ

Advertisment
ଆଜି ଭବାନୀପାଟଣାରେ ନୂଆଁଖାଇ

samacharjustclick.com

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରରେ ଆଜି (ଗୁରୁବାର) ଦଶମୀ ତିଥିରେ ନୂଆଁଖାଇ ପାଳନ ହେବ। ସେହିଭଳି ଜିଲ୍ଲାର ଜୟପାଟଣା, ଥୁଆମୂଳ ରାମପୁର, ଲାଞ୍ଜିଗଡ଼, କର୍ଲାପାଟ ପ୍ରଭୃତି ଅଞ୍ଚଳରେ ମଧ୍ୟ ନୂଆଁଖାଇ ପାଳନ ହେବ। ଭାଦ୍ରବ ଶୁକ୍ଳପକ୍ଷ ଦଶମୀ ସେପ୍ଟେମ୍ବର ୧୬ ତାରିଖ ଗୁରୁବାର ସକାଳ ୮ଟାରୁ ୯ ଘଣ୍ଟା ମଧ୍ୟରେ ଭବାନୀପାଟଣା ସହରସ୍ଥିତ ମାଁ ମାଣିକେଶ୍ବରୀଙ୍କ ପୀଠରେ ନବାନ୍ନ ଭୋଗ ଲାଗିବା ପାଇଁ ସ୍ଥିରୀକୃତ ହୋଇଛି।

publive-image

ସର୍ବସାଧାରଣଙ୍କ ନିମନ୍ତେ ସକାଳ ୧୦ଟା ୩୬ ମିନିଟ୍‌ ଗତେ ଓ ୧୨ ଟା ୪୪ ମିନିଟ୍‌ ମଧ୍ୟେ ନବାନ୍ନ ଭକ୍ଷଣକୁ ଶୁଭ ଯୋଗ ରହିଛି ବୋଲି କଳାହାଣ୍ଡି ମହାରାଜା ଅନନ୍ତ ପ୍ରତାପ ଦେଓ ବିଜ୍ଞପ୍ତି ଜାରି କରିଛନ୍ତି। ଅନ୍ୟପଟେ ନୂଆଁଖାଇ ବଜାର ପାଇଁ ବୁଧବାର ଭବାନୀପାଟଣା ସହରରେ ପ୍ରବଳ ଟ୍ରାଫିକ୍‌ ସମସ୍ୟା ହୋଇଥିଲା। ଜନଗହଳି ଯୋଗୁଁ ଲୋକମାନେ ନାକେଦମ ହୋଇପଡ଼ିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe