ନୂଆପଡ଼ା: ପୋଖରୀରେ ବୁଡ଼ିଗଲେ ୨ ଶିଶୁ

Advertisment
ନୂଆପଡ଼ା: ପୋଖରୀରେ ବୁଡ଼ିଗଲେ ୨ ଶିଶୁ

ନୂଆପଡ଼ା/ସିନାପାଲି: ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ମଖାପଦର ପଞ୍ଚାୟତ ଚଉଁରା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଗ୍ରାମର ଝରନୀ ପୋଖରୀକୁ ଗାଧୋଇବାକୁ ଯାଇ ଦୁଇ ଶିଶୁଙ୍କ ସଲିଳସମାଧି ହୋଇଛି। ଗୁରୁବାର ଗାଁର ସନ୍ତୋଷ ବନ୍ଦିଛୋରଙ୍କ ପୁଅ ବୃଷଭ ବନ୍ଦିଛୋର (୧୦) ଓ ପୂର୍ଣ୍ଣ ବନ୍ଦିଛୋରଙ୍କ ପୁଅ ଅମିତ ବନ୍ଦିଛୋର (୬) ସ୍କୁଲରୁ ଘରକୁ ଆସିଥିଲେ।

ପରେ ଗାଁ ପୋଖରୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡ଼ି ଯାଇଥିଲେ। ପରିବାର ଲୋକ ଖବରପାଇ ସେମାନଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ସିନାପାଲି ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ସିନାପାଲି ପୁଲିସ୍ ଏନେଇ ଏକ ମାମଲା ରୁଜୁକରି ତଦନ୍ତ ଜାରି ରଖିଛି। ଖବର ଲେଖାହେବା ପର୍ଯ୍ୟନ୍ତ ଶବ ବ୍ୟବଚ୍ଛେଦ ହୋଇନାହିଁ। ଏହି ଘଟଣାକୁ ନେଇ ଗାଁରେ ଶୋକାକୁଳ ପରିସ୍ଥିତି ଦେଖାଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe