ଅଣସ୍ବୀକୃତିପ୍ରାପ୍ତ ଗାଡ଼ିରେ ଭୋଟବାକ୍ସ ନେବାରୁ ଭଙ୍ଗାରୁଜା

Advertisment
ଅଣସ୍ବୀକୃତିପ୍ରାପ୍ତ ଗାଡ଼ିରେ ଭୋଟବାକ୍ସ ନେବାରୁ ଭଙ୍ଗାରୁଜା

କୋମନା : ନୂଆପଡ଼ା ଜିଲ୍ଲା କୋମନା ବ୍ଲକ୍‌ ପଏଁର ଗାଁର ୩ ନଂ ବୁଥ୍‌ରୁ ବାଲଟ‌୍‌ ବାକ୍ସକୁ ଏକ ଅଣସ୍ବୀକୃତି ପ୍ରାପ୍ତ ଗାଡ଼ି (ଓଡି୧୭ପି-୯୩୪୪)ରେ ନିଆଯାଉଥିବାରୁ ଉତ୍ତେଜନା ସୃଷ୍ଟି ହୋଇଛି। ଗାଁ ଲୋକମାନେ ଏହି ଗାଡ଼ିକୁ ଭଙ୍ଗାରୁଜା କରିବା ସହ ଉକ୍ତ ବୁଥ୍‌ରେ ଥିବା ସମସ୍ତ ପୋଲିଂ କର୍ମଚାରୀଙ୍କୁ ଭୋଟ୍‌କେନ୍ଦ୍ରରେ ଅଟକ ରଖି କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ସୂଚନା ଅନୁସାରେ, ୨ ଘଣ୍ଟା କାଳ ପୁଲିସ ଓ ଗ୍ରାମବାସୀଙ୍କ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା। ପରେ ସୂଚନା ପାଇ ମାଜିଷ୍ଟ୍ରେଟ୍‌, ସେ୍କ୍ଟର ସୁପର ଭାଇଜର, ୨ଟି ପୁଲିସ ପାଟ୍ରୋଲିଂ ଦଳ ପହଞ୍ଚିଥିଲେ। ଭୋଟ୍‌ ବାକ୍ସକୁ ସୁରକ୍ଷିତ ଭାବେ ଉଦ୍ଧାର କରି ଲୋକଙ୍କୁ ବୁଝାସୁଝା କରିଥିଲେ। କୋମନା ଆଇଆଇସିଙ୍କ ନେତୃତ୍ବରେ ୫୦ରୁ ଅଧିକ ଫୋର୍ସ ମୁତୟନ କରାଯାଇ ଅଞ୍ଚଳରେ ୧୪୪ ଧାରା ଲାଗୁ କରାଯାଇଥିଲା। ଉକ୍ତ ଗାଡ଼ିକୁ ଜବତ କରି କୋମନା ଥାନାରେ ରଖାଯାଇ ତଦନ୍ତ ଜାରି ରହିଛି। ଭୋଟଦାନ କେନ୍ଦ୍ର ଦାୟିତ୍ବରେ ଥିବା ଏହି କର୍ମଚାରୀ ବିନା ଅନୁମତିରେ କିପରି ବ୍ୟକ୍ତିଗତ ଗାଡ଼ିରେ ଭୋଟବାକ୍ସକୁ କେଉଁ ଉଦ୍ଦେଶ୍ୟରେ ନେଉଥିଲେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସୂଚନା ଥାଉ କି, ଏହି ବୁଥ୍‌ରେ ମୋଟ୍‌ ଭୋଟରଙ୍କ ସଂଖ୍ୟା ୧୭୮ ଥିବାବେଳେ ୧୪୨ ଜଣ ଭୋଟର ଶାନ୍ତିଶୃଙ୍ଖଳାର ସହ ମତ ସାବ୍ୟସ୍ତ କରିଥିଲେ। ଭୋଟବାକ୍ସ୍‌ ଷ୍ଟ୍ରଙ୍ଗ୍‌ ରୁମ୍‌କୁ ନିଆଯିବା ସମୟରେ ଏଭଳି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe