ଚାଷୀମାନଙ୍କ ସମସ୍ୟା ନେଇ ବିଜେପି ପକ୍ଷରୁ ଆଜି ନୂଆପଡ଼ା ଜିଲ୍ଲା ବନ୍ଦ

ଚାଷୀମାନଙ୍କ ସମସ୍ୟା ନେଇ ବିଜେପି ପକ୍ଷରୁ ଆଜି ନୂଆପଡ଼ା ଜିଲ୍ଲା ବନ୍ଦ

ନୂଆପଡ଼ା: ନୂଆପଡ଼ା ଜିଲ୍ଲାର ଚାଷୀ ସମସ୍ୟା ତଥା ଧାନକିଣା ଦୁର୍ନୀତିର ସିବିଆଇ ତଦନ୍ତ ଦାବିରେ ଶୁକ୍ରବାର ଦିନ ନୂଆପଡ଼ା ବିଜେପି ପକ୍ଷରୁ ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଜିଲ୍ଲା ୫ଟି ବ୍ଳକ ଓ ୩ଟି ଏନଏସି ସଂପୂର୍ଣ୍ଣ ଭାବେ ବନ୍ଦ ବନ୍ଦ ପାଳନ କରାଯାଉଛି। ନୂଆପଡ଼ାରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରସନ୍ନ ପାଢ଼ୀ, ଯୁବମୋର୍ଚ୍ଚା ସଭାପତି ଅଭିନନ୍ଦନ ପଣ୍ଡା, ସଦାନନ୍ଦ ଯୋଶୀ ଓ ବିଜୟ ଚନ୍ଦ୍ର ପାଲଙ୍କ ନେତୃତ୍ବରେ ଭାଜପା କର୍ମୀମାନେ ବିଭିନ୍ନ ସ୍ଥାନରେ ପିକେଟିଂ କରୁଥିବା ପରିଲକ୍ଷିତ ହୋଇଛି। ଠିକ୍ ସେହିପରି କୋମନା ବ୍ଲକରେ ବିଜେପି ନେତା ଯଦୁମଣି ପାଣିଗ୍ରାହୀ ଓ ସିନାପାଲିରେ ସୁବ୍ରତ ଠାକୁରଙ୍କ ନେତୃତ୍ବରେ ବନ୍ଦ ପାଳିତ ହେଉଛି।

publive-image

ଆଜି ନୂଆପଡ଼ା ଜିଲ୍ଲାରେ ଯାନବାହାନ, ଦୋକାନ ବାଜର, ସରକାରୀ ଓ ବେସରକାରୀ ଅନୁଷ୍ଠାନ, ବ୍ୟାଙ୍କ, ସ୍କୁଲ, କଲେଜ, ସହ ଜିଲ୍ଲାର ସମସ୍ତ ମଣ୍ଡି ବନ୍ଦ ରହିଥିବା ଦେଖିବାକୁ ମିଳିଛି। ଆଜି ସକାଳୁ ନୂଆପଡ଼ାରେ ଜନଜୀବନ ପ୍ରଭାବିତ ହୋଇଥିବା ଜଣାଯାଇଛି।
ସୂଚନାଯୋଗ୍ୟ, କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା ଏହି ବନ୍ଦକୁ ସମର୍ଥନ କରିବା ଲାଗି ଗତକାଲି ଅନୁରୋଧ କରିଥିଲେ। ଗତକାଲି ସନ୍ଧ୍ୟାରେ ବିଜେପି କର୍ମୀମାନେ ନୂଆପଡ଼ା ଜିଲ୍ଲାର ବିଭିନ୍ନ ସ୍ଥାନକୁ ବୁଲି ଡାକବାଜି ଯନ୍ତ୍ରରେ ଲୋକଙ୍କୁ ସଚେତନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe