Representative Photo Courtesy of India TV
ନୂଆପଡ଼ା: ବୁଧବାର ରାତିରେ ଭାଲୁ ଆକ୍ରମଣରେ ଧରମବନ୍ଧା ଥାନା ଅନ୍ତର୍ଗତ ଛୋଟ ଲାଞ୍ଜିମାର ଗ୍ରାମରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି।
ଛୋଟ ଲାଞ୍ଜିମାର ଗ୍ରାମର ୬୦ ବର୍ଷିୟ ଲକ୍ଷ୍ମଣ ମାଝୀ କାଲି ରାତିରେ ଚୀନାବାଦାମ ଫସଲ ଜଗିବା ନିମନ୍ତେ ବିଲକୁ ଯାଇଥିଲେ। ଆଜି ସକାଳେ ତାଙ୍କର ଖଣ୍ଡିଆ ଖାବରା ହୋଇଥିବା ଶବ ବିଲରେ ପଡ଼ିଥିବା କଥା ଗ୍ରାମବାସୀମାନେ ଦେଖିଥିଲେ। କ୍ଷତକୁ ଦେଖି ଗ୍ରାମବାସୀମାନେ କହୁଛନ୍ତି କି, ଲକ୍ଷ୍ମଣ ସମ୍ଭବତଃ କାଲି ରାତିରେ କୌଣସି ଭାଲୁ କବଳରେ ପଡ଼ି ମୃତ୍ୟୁ ବରଣ କରିଛନ୍ତି।
ଗ୍ରାମବାସୀଙ୍କଠାରୁ ଖବର ପାଇ ଧରମବନ୍ଧା ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
କ୍ଷତିପୂରଣ ଦାବି କରି ଗ୍ରାମବାସୀମାନେ ସାମନ୍ୟ ଉତ୍ତେଜିତ ହୋଇପଡ଼ି ଥିବା ପ୍ରକାଶ।
Follow Us