ନୂଆପଡ଼ା: ଭାଲୁ ଆକ୍ରମଣରେ ବୃଦ୍ଧା ଆହତ

Advertisment
ନୂଆପଡ଼ା: ଭାଲୁ ଆକ୍ରମଣରେ ବୃଦ୍ଧା ଆହତ

Representative Image

ନୂଆପଡ଼ା: ଆଜି ସକାଳେ ଖରିଆଳ ରେଞ୍ଜ୍‌ ଅନ୍ତର୍ଗତ ବେଲପଡ଼ା ଗ୍ରାମର ଜଣେ ବୃଦ୍ଧା ଭାଲୁ ଆକ୍ରମଣରେ ସାଙ୍ଘାତିକ ଆହତ ହୋଇଛନ୍ତି।
ସକାଳେ ଯୁମୁନା ମାଝୀ ନାମ୍ନୀ ଜଣେ ବୃଦ୍ଧା ଶୌଚ ହେବା ନିମନ୍ତେ ଗାଁ ବାହାରକୁ ଯାଇଥିବାବେଳେ ଅକସ୍ମାତ ଦୁଇଟି ଭାଲୁ କୁଆଡୁ ଆସି ତାଙ୍କୁ ଆକ୍ରମଣ କରିଥିଲେ। ତାଙ୍କର ଚିତ୍କାର ଶୁଣି ଗ୍ରାମବାସୀମାନେ ଧାଇଁ ଯାଇ ତାଙ୍କୁ ଭାଲୁଙ୍କ ହାବୁଡ଼ରୁ ରକ୍ଷା କରିଥିଲେ। କବଳରେ ପଡ଼ି ଭୀଷଣ କ୍ଷତବିକ୍ଷତ ହୋଇଥିବା ଯମୁନାଙ୍କୁ ଚିକିତ୍ସା ନିମନ୍ତେ ପ୍ରଥମେ ଖରିଆଳ ମେଡିକାଲ୍‌କୁ ନିଆ ଯାଇଥିଲା। ଉନ୍ନତ ଚିକିତ୍ସା ପାଇଁ ସେଠାରୁ ତାଙ୍କୁ ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe