Nuapada by election: ନୂଆପଡ଼ା ଉପନିର୍ବାଚନ: ପ୍ରାର୍ଥିପତ୍ର ଦାଖଲ କଲେ ଜୟ, ଘାସିରାମ

ନୂଆପଡ଼ା ଉପନିର୍ବାଚନ ପାଇଁ ଶନିବାର ବିଜେପି ଓ କଂଗ୍ରେସ ପକ୍ଷରୁ ନାମାଙ୍କନପତ୍ର ଦାଖଲ କରାଯାଇଛି। ଉଭୟ ପ୍ରାର୍ଥୀ ହଜାର ହଜାର ସମର୍ଥକଙ୍କ ସହ ଶୋଭାଯାତ୍ରାରେ ଆସି ଉପଜିଲ୍ଲାପାଳ ତଥା ରିଟର୍ଣ୍ଣିଂ ଅଧିକାରୀଙ୍କଠାରେ ନାମାଙ୍କନପତ୍ର ଦାଖଲ କରିଛନ୍ତି।

fhshfsfshxbvbv

ନୂଆପଡ଼ା: ନୂଆପଡ଼ା ଉପନିର୍ବାଚନ ପାଇଁ ଶନିବାର ବିଜେପି ଓ କଂଗ୍ରେସ ପକ୍ଷରୁ ନାମାଙ୍କନପତ୍ର ଦାଖଲ କରାଯାଇଛି। ଉଭୟ ପ୍ରାର୍ଥୀ ହଜାର ହଜାର ସମର୍ଥକଙ୍କ ସହ ଶୋଭାଯାତ୍ରାରେ ଆସି ଉପଜିଲ୍ଲାପାଳ ତଥା ରିଟର୍ଣ୍ଣିଂ ଅଧିକାରୀଙ୍କଠାରେ ନାମାଙ୍କନପତ୍ର ଦାଖଲ କରିଛନ୍ତି। କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ ତେଲିପଡ଼ାରୁ କଂଗ୍ରେସ ନେତା ଓ କର୍ମୀଙ୍କ ଗହଣରେ ଏକ ବିରାଟ ପଟୁଆରରେ ନୂଆପଡ଼ା ସହର ପରିକ୍ରମା କରିବା ପରେ ଉପଜିଲ୍ଲାପାଳ ସୁର୍ମୀ ସୋରେନଙ୍କ ପାଖରେ ନାମାଙ୍କନପତ୍ର ଦାଖଲ କରିଥିଲେ। ମୃତ୍ୟୁଞ୍ଜୟ ଦତ୍ତଗୁରୁ ଓ ସୌରଭ ଚନ୍ଦ୍ରକାର ଘାସିରାମଙ୍କ ପ୍ରସ୍ତାବକ ରହିଥିଲେ। 

ନାମାଙ୍କନପତ୍ର ଦାଖଲ ସମୟରେ ପିସିସି ସଭାପତି ଭକ୍ତଚରଣ ଦାସଙ୍କ ସହ ବରିଷ୍ଠ କଂଗ୍ରେସ ନେତାମାନେ ଉପସ୍ଥିତ ଥିଲେ। ପରେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ମଧ୍ୟ ହଜାର ହଜାର ସମର୍ଥକଙ୍କ ସହ ଖରିଆରରୋଡ୍‌ରୁ ବିଶାଳ ଶୋଭାଯାତ୍ରାରେ ବାହାରି ନୂଆପଡ଼ା ଉପଜିଲ୍ଲାପାଳଙ୍କ ଅଫିସ୍‌ରେ ପହଞ୍ଚିଥିଲେ ଏବଂ ରିଟର୍ଣ୍ଣିଂ ଅଧିକାରୀଙ୍କ ନିକଟରେ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ଜୟ ଢୋଲକିଆଙ୍କ ପ୍ରସ୍ତାବକ ଥିଲେ ବରିଷ୍ଠ ନେତା ବସନ୍ତ ପଣ୍ଡା ଓ ସୋମନାଥ ଖମାରୀ। ଜୟଙ୍କ ନାମାଙ୍କନ ଦାଖଲ ସମୟରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶରାମ ସିଂହ ଖୁଣ୍ଟିଆ, ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାଏକ, ସ୍ବାସ୍ଥ୍ୟମନ୍ତ୍ରୀ ମ‌ୁକେଶ ମହାଲିଙ୍ଗ, କଳାହାଣ୍ଡି ସାଂସଦ ମାଳବିକା ଦେଓ, ରାଜ୍ୟସଭା ସାଂସଦ ସୁଜିତ କୁମାର, ସ୍ବର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ପତ୍ନୀ କଳ୍ପନା ଢୋଲକିଆ, ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି ଓଡ଼ିଶା ଜନତା ପାର୍ଟିର ଶୁକଧର ଦଣ୍ଡସେନା ଓ ସ୍ୱାଧୀନ ପ୍ରାର୍ଥୀ ଭାବେ ପୁରୁଷୋତ୍ତମ ବେହେରା ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏହି ୪ ଜଣଙ୍କୁ ମିଶାଇ ମୋଟ ୫ ଜଣ ଉପନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ କରି ସାରିଛନ୍ତି। ଆଜି ସୁଦ୍ଧା ୨୪ ଜଣ ପ୍ରାର୍ଥୀ ୩୧ ସେଟ୍‌ ନାମାଙ୍କନପତ୍ର ନେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe