ନୂଆପଡ଼ା ଜିଲ୍ଳାରେ ଟୋକନ ବ୍ୟବସ୍ଥାକୁ ବନ୍ଦ କରିବା ପାଇଁ ଜିଲ୍ଲାପାଳଙ୍କୁ ଭେଟିଲେ ଚାଷୀ

ନୂଆପଡ଼ା ଜିଲ୍ଳାରେ ଟୋକନ ବ୍ୟବସ୍ଥାକୁ ବନ୍ଦ କରିବା ପାଇଁ ଜିଲ୍ଲାପାଳଙ୍କୁ ଭେଟିଲେ ଚାଷୀ

ନୂଆପଡ଼ା : ନୂଆପଡ଼ା ଜିଲ୍ଲାରେ ଚଳିତ ବର୍ଷ ଖରିଫ ଧାନ ସଂଗ୍ରହରେ ଟୋକନ୍ ବ୍ୟବସ୍ଥାକୁ ନେଇ ଚାଷୀମାନଙ୍କ ମଧ୍ୟ୍ୟରେ ଅସନ୍ତୋଷ ଦେଖା ଦେଇଛି। ଏହାଫଳରେ ଚାଷୀମାନଙ୍କ ହଜାର ହଜାର ଧାନ ପଡିଥିଲେ ମଧ୍ୟ୍ୟ ଟୋକନ ଆସିନଥିବାରୁ ଚାଷୀ ଧାନ ବିକ୍ରି କରି ପାରୁନାହାନ୍ତି । ନୂଆପଡ଼ା ଜିଲ୍ଲା ଚାଷୀ ଟୋକନ ବ୍ୟବସ୍ଥାକୁ ବନ୍ଦ କରି ପୂର୍ବ ପରି ଟୋକନ ଦେବାର ବ୍ୟବସ୍ଥା କରାଯାଇ ବୋଲି ଶତାଧିକ ଚାଷୀ ନୂଆପଡ଼ା ଜିଲ୍ଲାପାଳ ମଧୁସ୍ମିତ ସାହୁଙ୍କୁ ଭେଟି ଅଧାଘଣ୍ଟା ଚାଷୀମାନେ ଆଲୋଚନା କରି ଏକ ଦାବିପତ୍ର ପ୍ରଦାନ କରିଛନ୍ତି।

ଏହି ଦାବିପତ୍ରରେ ଉଲ୍ଲେଖ ରହିଛି ଯେ ଚାଷୀଙ୍କ ଜମି ହିସାବରେ ଚାଷୀଙ୍କ ଧାନ ସଂଗ୍ରହ କରାଯାଉ। ପ୍ରଚଳିତ ଟୋକନ ବ୍ୟବସ୍ଥାକୁ ଉଚ୍ଛେଦ କରାଯାଇ ନୂତନ ଭାବରେ ପ୍ୟାକ୍ସ ମାଧ୍ୟ୍ୟମରେ ପୂର୍ବପରି ଟୋକନ୍ ଦେବାର ବ୍ୟବସ୍ଥା କରାଯାଉ। ହାଲପଟାରେ ଆଟ ଖୋଲାଯାଇଥିବା ଜମିରେ ଧାନ ଚାଷ ହେଉଅଛି ତେଣୁ ହାଲପଟାରେ ଥିବା ମୋଟ ଜମି ହିସାବରେ ଚାଷୀକୁ ଧାନ ବିକ୍ରି କରିବାକୁ ଦିଆଯାଉ। ବଡ଼ଚାଷୀମାନଙ୍କର ଗୋଟିଏ ମଣ୍ଡିରେ ୧୦୦ କ୍ବିଣ୍ଟାଲ ଧାନ ବିକ୍ରି କରିବା ପାଇଁ ଟୋକନ ବ୍ୟବସ୍ଥା କରାଯାଉ। ଏହି ସବୁ ଦାବିଗୁଡିକୁନେଇ ଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ଦେଇଛନ୍ତି।

ଏହି ଦାବିପତ୍ର ଦିଆଯିବା ସମୟରେ ଚାଷୀ ନେତା ଖାମ ସିଂ ମାଝୀ, ଘନଶ୍ୟାମ ସାହୁ, ଉମେଶ ଶବର, ଘନଶ୍ୟାମ ରଣା, ଲୋକରାମ ଦଣ୍ଡସେନା, ମନୋଜ ପଟେଲ, ମହେଶ ପଟେଲ, ଶ୍ୟାମ କୁମାର ବିଶ୍ବାଳ, ବିଜଲାଲ ପାଣ୍ଡେ ଓ ଲାଲ ସିଂ ମାଝୀଙ୍କ ସମେତ ଶତାଧିକ ଚାଷୀ ଉପସ୍ଥିତ ରହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe