ନୂଆପଡା ସାମ୍ବାଦିକ ସଂଘ ନିର୍ବାଚନ, ସୁଶାନ୍ତ କର ସଭାପତି ଓ ବିମଳ ଦଳପତି ସମ୍ପାଦକ ନିବାର୍ଚିତ

ନୂଆପଡା ସାମ୍ବାଦିକ ସଂଘ ନିର୍ବାଚନ, ସୁଶାନ୍ତ କର ସଭାପତି ଓ ବିମଳ ଦଳପତି ସମ୍ପାଦକ ନିବାର୍ଚିତ

ନୂଆପଡ଼ା: ନୂଆପଡା ଜିଲ୍ଲାର ସାମ୍ବାଦିକ ସଂଘ (ଜଣ୍ଣାର୍ଲିଷ୍ଟ ଏସୋସିଏସନ ଅଫ୍ ନୂଆପଡ଼ା (ଜାନ୍)ର ବାର୍ଷିକ ବୈଠକ ଏବଂ ସାଙ୍ଗଠନିକ ନିବାଚନ ଅନୁଷ୍ଠିତ ହୋଇଯାଇଛି। ତାଖାଲି ପ୍ରକଳ୍ପ ଡାକବଙ୍ଗଳାରେ ଅନୁଷ୍ଠିତ ଏହି ବୈଠକରେ ପୂର୍ବତନ ସଭାପତି ମାୟାଧର ସରାଫ ସଭାପତିତ୍ବ କରିଥିଲେ। ବୈଠକ ଆରମ୍ଭରେ ସଙ୍ଗଠନର ସମ୍ପାଦକ ବିମଳ ଦଳପତି କୋଷାଧ୍ୟକ୍ଷ ଆଦିତ୍ୟ ମହାଉତି ବିଗତ ବର୍ଷର ଆୟବ୍ୟୟ ବିବରଣୀ ପଠନ କରିଥିଲେ। ବୈଠକରେ ସଂଘର ବିଭିନ୍ନ ବିଷୟକୁ ନେଇ ଆଲୋଚନା ହୋଇଥିଲା। ସଙ୍ଗଠନର ପଦାଧିକାରୀଙ୍କ କାର୍ଯ୍ୟକାଳ ଶେଷ ହୋଇଯାଇଥିବାରୁ ନୂତନ ପଦାଧିକାରୀ ପାଇଁ ନିବାର୍ଚନ ଅନୁଷ୍ଠିତ ହୋଇଥିଲା।

publive-image

ଆସନ୍ତା ୨ବର୍ଷ ପାଇଁ ସୁଶାନ୍ତ କର ସଭାପତି ଭାବେ ନିବାର୍ଚିତ ହୋଇଥିବା ବେଳେ ପୁଣି ଥରେ ବିମଳ ଦଳପତି ସଂପାଦକ ଭାବେ ନିବାର୍ଚିତ ହୋଇଛନ୍ତି। ସେହିଭଳି କୋଷାଧ୍ୟକ୍ଷ ଭାବେ ସନ୍ତୋଷ ଦଣ୍ତସେନା ଓ ଉପ ସଭାପତି ଭାବେ ଆଦିତ୍ୟ ମହାଉତି ନିବାର୍ଚିତ ହୋଇଛନ୍ତି। ଏହାଛଡ଼ା ନୂଆପଡ଼ା ବ୍ଲକ୍ ସଂଯୋଜକ ଭାବେ ଅଶ୍ବିନୀ ପାଣିଗ୍ରାହୀ, କୋମନା ବ୍ଲକ୍ ସଂଯୋଜକ ଭାବେ ସରୋଜ ଦାସ, ବୋଡେନ୍ ବ୍ଲକ୍ ସଂଯୋଜକ ଭାବେ ସୁଶାନ୍ତ ପାଣିଗ୍ରାହୀ ଏବଂ ସିନାପାଲି ବ୍ଲକ୍ ସଂଯୋଜକ ଭାବେ ବିକାଶ ଖରସେଲ୍ ନିବାର୍ଚିତ ହୋଇଛନ୍ତି। ଏହି ବୈଠକରେ ଜିଲ୍ଲାରେ ରହିଥିବା ସମସ୍ତ ଜାନ୍ ସଦସ୍ୟ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe