ଅନ୍ତିମ ପର୍ଯ୍ୟାୟରେ ନୂଆପଡ଼ା ଜିଲ୍ଲାର କୋଭିଡ୍ ହସ୍ପିଟାଲ୍, ସପ୍ତାହକ ଭିତରେ ଉଦଘାଟନ

ଅନ୍ତିମ ପର୍ଯ୍ୟାୟରେ ନୂଆପଡ଼ା ଜିଲ୍ଲାର କୋଭିଡ୍ ହସ୍ପିଟାଲ୍, ସପ୍ତାହକ ଭିତରେ ଉଦଘାଟନ

ନୂଆପଡ଼ା: ନୂଆପଡ଼ା ଜିଲ୍ଲାରେ ସଲଦା ନିକଟସ୍ଥ ଅନ୍ବେଷା ହଷ୍ଟେଲରେ ହେବାକୁ ଥିବା ୨ଶହ ଶଯ୍ୟା ବିଶିଷ୍ଟ କୋଭିଡ୍ ହସ୍ପିଟାଲ୍ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ଏହି ସପ୍ତାହ ଭିତରେ ଏହି କୋଭିଡ୍ ହସ୍ପିଟାଲର ଉଦଘାଟନ ହେବ ବୋଲି ଜଣାପଡ଼ିଛି। କିନ୍ତୁ ଏହି କୋଭିଡ୍ ହସ୍ସିଟାଲର ପରିଚାଳନା ପାଇଁ ଆଜି ପର୍ଯ୍ୟନ୍ତ କୌଣସି ହସ୍ପିଟାଲ୍ ସହ ଚୁକ୍ତି ହୋଇ ନଥିବା ଜଣାପଡ଼ିଛି। ରାୟପୁର ରାମକୃଷ୍ଣ ହସ୍ପିଟାଲ୍ ସହ ଚୁକ୍ତି କରିବା ପାଇଁ ଜିଲ୍ଲା ପ୍ରଶାସନ ରାଜ୍ୟ ସରକାରଙ୍କୁ ଚିଠି ଲେଖିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଚୁକ୍ତି ହୋଇ ନାହିଁ।
ପ୍ରକାଶ ଯେ କୋଭିଡ୍ ହସ୍ପିଟାଲ ଉଦଘାଟନ ପୂର୍ବରୁ ନୂଆପଡ଼ା ଜିଲ୍ଲାପାଳ ମଧୁସ୍ମିତା ସାହୁ, ଏସପି ବିନିତ ଅଗ୍ରୱାଲ, ସିଡିଏମଓ କାଲିପ୍ରସାଦ ବେହେରା ବାରମ୍ବାର ପରିଦର୍ଶନ କରି ଭିତ୍ତିଭୂମିର ତଦାରଖ କରିଛନ୍ତି। ସେପରି ନୂଆପଡ଼ା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ମିଲିଥିବା ସୂଚନା ଅନୁଯାୟୀ କୋଭିଡ୍ -୧୯ ହସ୍ପିଟାଲରେ ୨ଶହ ଶଯ୍ୟା ବିଶିଷ୍ଟ ଉନ୍ନତମାନର ବେଡ୍, ବେଡକଟ, ଓ ଉତ୍କଷ୍ଟ ବେଡ଼ସିଟ ଆସିସାରିଛି। ରୋଗୀଙ୍କ ପାଇଁ ଉଦ୍ଦିଷ୍ଟ ବାଲଟି, ମଗ୍ ଆଦି ସମେତ ଅନ୍ୟାନ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ମଧ୍ୟ ଆସିଯାଇଛି।

ଏହି ହସ୍ପିଟାଲରେ ୬ଟି ଶଯ୍ୟା ବିଶିଷ୍ଟ ସେଣ୍ଟ୍ରାଲ ଏସି ଯୁକ୍ତ ଆଇସିୟୁ ୱାର୍ଡ ମଧ୍ୟ ରହିଛି। ୪୦ ଶଯ୍ୟା ବିଶିଷ୍ଟ ପଜିଟିଭ୍ ରୋଗୀ ପାଇଁ ଆଇସୋଲେସନ ୱାର୍ଡ ମଧ୍ୟ ରହିବା ସହ ଅନ୍ୟ ଶଯ୍ୟା ସନ୍ଦିଗ୍ଧ ରୋଗୀଙ୍କ ପାଇଁ ଉଦ୍ଦିଷ୍ଟ ରହିଛି। ସେପରି କୋଭିଡ୍ ରେ ବ୍ୟବହାର ହେଉଥିବା ଉପକରଣ ଆସି ପହଞ୍ଚିଛି। ରାଜ୍ୟ ସରକାର ନୂଆପଡ଼ା ଜିଲ୍ଲାରେ ୧୩ ଅପ୍ରେଲ ସୁଦ୍ଧା ୨ଶହ ଶଯ୍ୟା ହସ୍ପିଟାଲକୁ ଉଦଘାଟନ କରିବାକୁ ଲକ୍ଷ୍ୟ ରଖାଯାଇଥିଲା। ବର୍ତ୍ତମାନ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ସପ୍ତାହକ ଭିତରେ ଉଦଘାଟନ ହେବ ବୋଲି ଜିଲ୍ଲା ସ୍ବାସ୍ଥ୍ୟ ବିଭାଗଠାରୁ ପ୍ରକାଶ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe