ନୂଆପଡ଼ା: ବିପୁଳ ପରିମାଣର ବନ୍ଧୁକ, ଗୁଳି ଏବଂ ମାଓ ସାମଗ୍ରୀ ଜବତ

Advertisment
ନୂଆପଡ଼ା: ବିପୁଳ ପରିମାଣର ବନ୍ଧୁକ, ଗୁଳି ଏବଂ ମାଓ ସାମଗ୍ରୀ ଜବତ

ନୂଆପଡ଼ା: ଛତିଶଗଡ଼ ପୁଲିସର ଗୁପ୍ତ ସୂଚନା ଆଧାରରେ ଗତକାଲି ଭୈଁସାଦନୀର ସିଆରପିଏଫ୍ ଯବାନମାନେ ମାଓ ଶିବିର ଉପରେ ଚଢଉ କରି ବିପୁଳ ପରିମାଣର ବନ୍ଧୁକ ଏବଂ ଗୁଳି ଜବତ କରିଥିବା ବେଳେ ମାଓ ସାମଗ୍ରୀ ବି ଉଦ୍ଧାର କରିଥିବାର ଖବର ମିଳିଛି। କମାଣ୍ଡାଣ୍ଟ ଉଷା ସିଂହଙ୍କ ତତ୍ତ୍ବାବଧାନରେ ଏବଂ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ଅମୃତ ସିଂହଙ୍କ ନେତୃତ୍ୱରେ ଭୈଁସାମୁଣ୍ଡି ଗ୍ରାମର ଜଙ୍ଗଲରେ ଥିବା ମାଓ ଶିବର ଉପରେ ଚଢଉ କରାଯାଇଥିଲା।

ସେଠାରେ ସିଆରପିଏଫ୍ ଯବାନମାନଙ୍କୁ ଦେଖି ମାଓବାଦୀ ଛତ୍ରଭଙ୍ଗ ଦେଇଥିଲେ। ହେଲେ ଘଟଣାସ୍ଥଳରୁ ବିପୁଳ ପରିମାଣର ଗୁଳି ଓ ମାଓ ସାମଗ୍ରୀ ଜବତ କରାଯାଇଥିଲା। ଜବତ ମାଓ ସାମଗ୍ରୀ ମଧ୍ୟରେ ୫ଟି ରାଇଫଲ, ଗୋଟିଏ ପିସ୍ତଲ,  ୩୩ଟି ଡିଟୋନେଟର, ୨୫୦ ମିଟର ବିଦ୍ୟୁତ ତାର , ୩ଟି ରାଇଫଲ ବ୍ୟାରେଲ, ରୋଷେଇ ସାମଗ୍ରୀ ଓ ଖାଦ୍ୟ ପଦାର୍ଥ ଥିବା ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe