କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ନୂଆପଡ଼ା ଜିଲ୍ଲାର ଖଡ଼ିଆଳ ଓ ସିନାପାଲିରେ ୯ ଦିନ ପାଇଁ ଦୋକାନ ବଜାର ବନ୍ଦ

Advertisment
କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ନୂଆପଡ଼ା ଜିଲ୍ଲାର ଖଡ଼ିଆଳ ଓ ସିନାପାଲିରେ ୯ ଦିନ ପାଇଁ ଦୋକାନ ବଜାର ବନ୍ଦ

ନୂଆପଡ଼ା: ଜିଲ୍ଲା ଖଡ଼ିଆଳରେ ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧିକୁ ନେଇ ବଣିକ ସଂଘର ବଡ଼ ନିଷ୍ପତ୍ତି। ଆସନ୍ତା ୧୬ ତାରିଖ ଠାରୁ ୨୪ ତାରିଖ ପର୍ଯ୍ୟନ୍ତ ୯ ଦିନ ପାଇଁ ଦୋକାନ ବଜାର ବନ୍ଦ ଘୋଷଣା କଲା ବଣିକ ସଂଘ। ଏହି ସମୟରେ ଖଡ଼ିଆଳର ଦୋକାନ ବଜାର ବନ୍ଦ ରହିବ। ସାମାଜିକ ଦୂରତା ଏବଂ ଚେନ ବ୍ରେକ କରିବା ଅନିବାର୍ଯ୍ୟ ଅଟେ। ତେଣୁ ବଣିକ ସଂଘର ଏହି ନିଷ୍ପତ୍ତିକୁ ସମର୍ଥନ ଜଣାଇ ନିଜେ ଘରେ ରହି ସୁରକ୍ଷିତ ରହିବାକୁ କୁହାଯାଇଛି।

ବଣିକ ସଂଘର ସଭାପତି ରଶ୍ମିରଞ୍ଜନ ଚଳାନ ଏବଂ ସମ୍ପାଦକ ସମ୍ବିତ ପଣ୍ଡା ସହ କାର୍ଯ୍ୟକାରିଣୀ ସଦସ୍ୟମାନେ ନିୟମ ପାଳନ ପାଇଁ ଆହ୍ବାନ କରିଛନ୍ତି। ଏହି ସମୟରେ ଉଠା ଦୋକାନୀ, ଠେଲା, ପନିପରିବା ବଜାରକୁ ବନ୍ଦ ରଖିବାକୁ ଅନୁରୋଧ କରାଯାଇଛି। ସେହିପରି ପନିପରିବା ବଜାର ଅଳ୍ପ ସମୟ ପାଇଁ ଖୋଲା ରହି ବନ୍ଦ ରହିବ। ସେପରି କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ନାଗରିକ ଏବଂ ସିନାପାଲି ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ପକ୍ଷରୁ ୨ ଦିନ ବ୍ୟାପି ଲକଡାଉନ ଘୋଷଣା କରାଯାଇଛି। ତେବେ ଏହି ସମୟରେ ଔଷଧ ଦୋକାନକୁ ବାଦ ଦିଆଯାଇଛି। ସେହିପରି ପନିପରିବା ପାଇଁ ସକାଳ ୬ଟା ରୁ ଦିନ ୧୧ଟା ପର୍ଯ୍ୟନ୍ତ ଖୋଲା ରହିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe