ଚକୋଟିଆ ଭୁଞ୍ଜିଆମାନଙ୍କ ପିଇବା ପାଣି ଯୋଗାଣରେ ଦୁର୍ନୀତି ଅଭିଯୋଗ: ଫିଲ୍ଟର୍ ଯୋଗାଣ ନାଁରେ ୨୮ ଲକ୍ଷ ଟଙ୍କା ହରିଲୁଟ୍

Advertisment

 ୨ଲକ୍ଷ ଫିଲ୍ଟର ଦାମ୍, ବିଲ୍ କରାଯାଇଛି ୪ଲକ୍ଷ ଟଙ୍କା।

 ୨ଲକ୍ଷ ଫିଲ୍ଟର ଦାମ୍, ବିଲ୍ କରାଯାଇଛି ୪ଲକ୍ଷ ଟଙ୍କା।

ଚକୋଟିଆ ଭୁଞ୍ଜିଆମାନଙ୍କ ପିଇବା ପାଣି ଯୋଗାଣରେ ଦୁର୍ନୀତି ଅଭିଯୋଗ: ଫିଲ୍ଟର୍ ଯୋଗାଣ ନାଁରେ ୨୮ ଲକ୍ଷ ଟଙ୍କା ହରିଲୁଟ୍

ନୂଆପଡ଼ା: ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିଲେ। ଏପରି ଘଟଣା ନୂଆପଡ଼ା ଜିଲ୍ଲାର ଚକୋଟିଆ ଭୁଞ୍ଜିଆ ଯୋଜନା ଦୁର୍ନୀତି ରେ ଦେଖିବାକୁ ମିଳିଛି। ପ୍ରଥମେ ହଳଦୀ ପରେ କୁକୁଡ଼ାରେ ୮୦ ଲକ୍ଷ ଟଙ୍କା ଦୁର୍ନୀତି ତଦନ୍ତ ଚାଲିଥିବା ବେଳେ ପୁଣି ଚକୋଟିଆ ଭୁଞ୍ଜିଆଙ୍କ ପାଇଁ ଆସିଥିବା ପିଇବାପାଣି ଫିଲ୍ଟର ଦୁର୍ନୀତି ଦେଖିବାକୁ ମିଲିଛି। ବିଭାଗୀୟ ଅଧିକାରୀ ଫିଲ୍ଟର ଯୋଗାଣ ନାଁରେ ୨୮ ଲକ୍ଷ ଟଙ୍କା ହଡ଼ପ କରିଥିବା ପୁଣି ପଦାକୁ ଆସିଛି। ଏହା ଉପରେ ମଧ୍ୟ ଜିଲ୍ଲାପାଳ ତଦନ୍ତ କରି କରି ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ନୂଆପଡ଼ା ଜିଲ୍ଲା କୋମନା ବ୍ଳକ ସୁନାବେଡ଼ା ଅଭୟାରଣ୍ୟରେ ଥିବା ‌ଚକୋଟିଆ ଭୁଞ୍ଜିଆ ଆଦିମ ଜନଜାତି ବିକାଶ ପାଇଁ ସରକାର ଚକୋଟିଆ ଭୁଞ୍ଜିଆ ଉନ୍ନୟନ ସଂସ୍ଥା ସିବିଡିଏ ରହିଛି। ଏହି ଆଦିମ ଜନଜାତି ଲୋକେ କିପରି ସ୍ବାବଲମ୍ବୀ ହୋଇପାରିବେ ସେଥିପାଇଁ ସରକାରୀ କୋଟି କୋଟି ଟଙ୍କା ଅନୁଦାନ ଦେଇଛନ୍ତି। ୨୦୧୯-୨୦ ବର୍ଷରେ ସୁନାବେଡ଼ା, ସୋସେଙ୍ଗ ଓ ମିଛାପାଲି ପଞ୍ଚାୟତରେ ଲୋକଙ୍କୁ ପାଇଁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ୨୮ ଲକ୍ଷ ଟଙ୍କାର ଏକ ଯୋଜନା ପ୍ରସ୍ତୁତ କରଯାଇଥିଲା। ଏଥିରେ ୩ଟି ପଞ୍ଚାୟତର ସୁନାବେଡ଼ା, ‌ସୋସେଙ୍ଗ, ଜାମଗାଁ ବିଶିବାହାଳ, ବରକୋଟ, ଦେଓସିଲ ଓ ମଝିଗାଁ ଆଦି ୭ଟି ଗ୍ରାମରେ ପାଣି ସମସ୍ୟା ଥିବାରୁ ଫିଲ୍ଟର ଲଗାଇବା ପାଇଁ ଯୋଜନା ହେଲା।

ଗୋଟିଏ ଫିଲ୍ଟରର ଦାମ ୪ଲକ୍ଷ ଟଙ୍କା ରହିଥିଲା। ନିୟମ ଅନୁଯାୟୀ ଏହି ଗ୍ରାମ ମାନଙ୍କରେ ଗ୍ରାମ୍ୟ ଉନ୍ନୟନ କମିଟି ଗଠନ କରି ସେଠାରେ ଏକ ରେଜୁଲେସନ୍ ହେବା ପରେ ଗାଁ କମିଟିକୁ ୪ଲକ୍ଷ ଟଙ୍କା ଦେବା କଥା। ଗାଁର କେଉଁ ସ୍ଥାନରେ ଫିଲ୍ଟର ରହିବ, ଗାଁ ଲୋକଙ୍କ ଅନୁମତିରେ ଲାଗିବା କଥା। ପରେ ଫିଲ୍ଟର ବସିବା ପରେ କମିଟିରୁ ଫିଲ୍ଟର ଦେଇଥିବା ସଂସ୍ଥାକୁ ଟଙ୍କା ପ୍ରଦାନ କରାଯାଏ। ହେଲେ ଏହା ନ କରି ଓଡ଼ିଶା‌ ଆଦିମ ଜନଜାତି ସଶକ୍ତିକରଣ ଓ ଜୀବିକା ଉନ୍ନୀତକରଣ କାର୍ଯ୍ୟକ୍ରମ (ଓପିଲିପି) ସିବିଡିଏ ଅଧିକାରୀ ଗାଁରେ କମିଟି ଗଠନ ନ କରି ବିନା କମିଟିର ରେଜୁଲେସନରେ ନିଜଇଛାରେ ୫ଟି ଫିଲ୍ଟର ଆଣିଥିବା ବେଳେ୨ଟି ଫିଲ୍ଟର ଆସିନାହିଁ। କିନ୍ତୁ ବିଭାଗୀୟ ଅଧିକାରୀ ୨୦ ଲକ୍ଷ ଟଙ୍କା ଉଠାଣ କରିଥିବା ଜଣାପଡ଼ିଛି।

ସେପରି ଏହି ଗୋଟିଏ ଫିଲ୍ଟରର ବଜାର ମୂଲ୍ୟ ୨ଲକ୍ଷ ଟଙ୍କା ଥିବା ବେଲେ ବିଭାଗୀୟ ଅଧିକାରୀ ୪ଲକ୍ଷ ଟଙ୍କା ବିଲ୍ କରି ବାକି ଟଙ୍କା ହଡ଼ପ କରିଥିବା ବେଳେ ଆଜିପର୍ଯ୍ୟନ୍ତ ଗୋଟିଏ ଗ୍ରାମକୁ ମଧ୍ୟ ଫିଲ୍ଟରରୁ ବିଶୁଦ୍ଧ ପାଣି ଯୋଗାଣ ହୋଇନାହିଁ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏହା ଉପରେ ନୂଆପଡ଼ା ସିବିଡିଏ ଅଧିକାରୀ ବୁଦ୍ଧଦେବ ପଣ୍ଡାଙ୍କୁ ବାରମ୍ବାର ଫୋନରେ ଯୋଗା‌ଯୋଗ କରିଥିଲେ ମଧ୍ୟ କୌଣସି ଉତ୍ତର ମିଳିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe