ଲକଡାଉନ୍ ସମୟରେ ନୂଆପଡ଼ାର ଜଙ୍ଗଲରେ ଲାଗିଛି ନିଆଁ, ସଙ୍କଟରେ ସୁନାବେଢା ଅଭୟାରଣ୍ୟ

Advertisment
ଲକଡାଉନ୍ ସମୟରେ ନୂଆପଡ଼ାର ଜଙ୍ଗଲରେ ଲାଗିଛି ନିଆଁ, ସଙ୍କଟରେ ସୁନାବେଢା ଅଭୟାରଣ୍ୟ

ନୂଆପଡ଼ା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରୋନାର ମୁକାବିଲା ପାଇଁ ଭାରତରେ ୨୧ ଦିନିଆ ତାଲାବନ୍ଦ ଘୋଷଣା କରାଯିବା ପରେ ନୂଆପଡ଼ା ଜିଲ୍ଲାରେ ଲୋକେ ଲକଡାଉନ୍ ନିୟମ ମାନୁଥିବାର ପରିଲକ୍ଷିତ ହୋଇଛି। ହେଲେ  ଏହା ଭିତରେ ଏକ ଖରାପ ଖବର ମିଳିଛି ନୂଆପଡ଼ା ଜିଲ୍ଲାରେ।

publive-image image source-times of india

ତାହା ହେଲା ଯେ ଗତକାଲି ରାତିରୁ ନିକଟସ୍ଥ ଜଙ୍ଗଲରେ ନିଆଁ ଲାଗିବା ଫଳରେ ନୂଆପଡ଼ା ଜିଲ୍ଲାର କୋମନା ବ୍ଲକ୍ ଅନ୍ତର୍ଗତ ସୁନାବେଢା ଅଭୟାରଣ୍ୟ ଏବେ ବିପଦରେ ରହିଛି। ମିଳିଥିବା ସୂଚନା ଅନୁଯାୟୀ, ନୂଆପଡ଼ା ବ୍ଲକ୍ ଅନ୍ତର୍ଗତ ଟାନୁଆ କିରମିଲି ଜଙ୍ଗଲରେ ଗତକାଲି ରାତିରୁ ନିଆଁ ଲାଗିଥିଲା। ଏବେ ସେହି  ନିଆଁ ବ୍ୟାପି ଯାଇ ସୁନାବେଢା ଅଭୟାରଣ୍ୟରେ ପହଞ୍ଚିଛି। ସେହି ଅଭୟାରଣ୍ୟରେ ମହାବଳ ବାଘ, ଚିତା ବାଘ  ଓ ହାତୀ ସମେତ ବହୁ ପ୍ରାଣୀ ରହୁଛନ୍ତି। ସେମାନଙ୍କ ଜୀବନ ଏବେ ସଙ୍କଟରେ ବୋଲି କୁହାଯାଉଛି।

publive-image

ସବୁଠୁ ବଡ଼ କଥା ହେଲା ନିଆଁ ଲାଗିବାର ଇତିମଧ୍ୟରେ ବହୁ ଘଣ୍ଟା ବିତି ଯାଇଥିଲେ ହେଁ ତାର ପ୍ରତିକାର ନିମନ୍ତେ ବନ ବିଭାଗ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ଖାଲି ସେତିକି ନୁହେଁ ଅଗ୍ନିଶମ ବାହିନୀ ବି ନିଷ୍କ୍ରିୟ ଥିବାର ଅଭିଯୋଗ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe