ନୂଆପଡ଼ାର ମାଓପ୍ରବଣ ୮ଟି ପଞ୍ଚାୟତରେ ଥିବା ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କଲେ ଜିଲ୍ଲାପାଳ

Advertisment

ଅଙ୍ଗନୱାଡି କର୍ମୀଙ୍କୁ ଆନୁସାଙ୍ଗିକ ବ୍ୟବସ୍ଥା ସଂପର୍କରେ ପଚାରି ବୁଝିଲେ

ଅଙ୍ଗନୱାଡି କର୍ମୀଙ୍କୁ ଆନୁସାଙ୍ଗିକ ବ୍ୟବସ୍ଥା ସଂପର୍କରେ ପଚାରି ବୁଝିଲେ

ନୂଆପଡ଼ାର ମାଓପ୍ରବଣ ୮ଟି ପଞ୍ଚାୟତରେ ଥିବା ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କଲେ ଜିଲ୍ଲାପାଳ

ନୂଆପଡ଼ା: ନୂଆପଡ଼ା ଜିଲ୍ଲାପାଳ ବୁଧବାର ଦିନ ନୂଆପଡ଼ା ଜିଲ୍ଲାର ୮ ଟି ମାଓପ୍ରବଣ ପଞ୍ଚାୟତରେ କରୋନା ମୁକାବିଲା ପାଇଁ ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରି ଆନୁସାଙ୍ଗିକ ବ୍ୟବସ୍ଥା ତଦାରଖ କରିଛନ୍ତି। ଜିଲ୍ଲାପାଳ ମଧୁସ୍ମିତା ସାହୁ ନୂଆପଡ଼ା ଜିଲ୍ଲାର ୮ ଟି ମାଓପ୍ରବଣ ପଞ୍ଚାୟତ ସାରାବଙ୍ଗ, କେନ୍ଦୁବେହେରା, ଆମାନେରା, ମୋଟା ନୂଆପଡ଼ା,ଚୁଲାଭାଟ, ଧରମବନ୍ଧା ଭରୁଆମୁଣ୍ଡା, ଭେରା ପଞ୍ଚାୟତ ପରିଦର୍ଶନ କରିଥିଲେ।

publive-image

ଏହି ୮ଟି ପଞ୍ଚାୟତରେ କରୋନା ପାଇଁ ହୋଇଥିବା ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରିବା ସହ ସେଠାରେ ଦାୟତ୍ବରେ ଥିବା ସରପଞ୍ଚ , ଅଙ୍ଗନୱାଡି କର୍ମୀଙ୍କୁ ଆନୁସାଙ୍ଗିକ ବ୍ୟବସ୍ଥା ସଂପର୍କରେ ପଚାରିଥିଲେ। ଧରମବନ୍ଧା ସ୍ବାସ୍ଥ୍ୟକେନ୍ଦ୍ର ମଧ୍ୟ ପରିଦର୍ଶନ କରିଥିଲେ। ନୂଆପଡ଼ା ଜିଲ୍ଲାରେ ୧୩୧ ଟି ପଞ୍ଚାୟତରେ ଜିଲ୍ଲାପ୍ରଶାସନ ପକ୍ଷରୁ ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ର କରାଯାଇଛି। ଏହାକୁ ତଦାରଖ କରିବା ପାଇଁ ପ୍ରତିଦିନ ଜିଲ୍ଲାପାଳ ନୂଆପଡ଼ା ଜିଲ୍ଲାର ବିଭିନ୍ନ ବ୍ଳକର ପଞ୍ଚାୟତ ପରିଦର୍ଶନ କରୁଥିବା ଦେଖିବାକୁ ମିଳିଛି।  ଧରମବନ୍ଧା ପଞ୍ଚାୟତ ପରିଦର୍ଶନ ବେଳେ ସ୍ଥାନୀୟ ସରପଞ୍ଚ ଓମପ୍ରକାଶ କଲାରଙ୍କ ସମେତ ୮ଟି ପଞ୍ଚାୟତର ସରପଞ୍ଚମାନେ ଉପସ୍ଥିତ ରହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe