ନୂଆପଡ଼ା ଜିଲ୍ଲାରେ ଫସଲ ନଷ୍ଟ, ବିଭାଗୀୟ ଅଧିକାରୀମାନେ ଜିଲ୍ଲାପାଳଙ୍କୁ ସଠିକ୍ ରିପୋର୍ଟ ଦେଉନଥିବାରୁ ଚାଷୀମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ

ନୂଆପଡ଼ା ଜିଲ୍ଲାରେ ଫସଲ ନଷ୍ଟ, ବିଭାଗୀୟ ଅଧିକାରୀମାନେ ଜିଲ୍ଲାପାଳଙ୍କୁ ସଠିକ୍ ରିପୋର୍ଟ ଦେଉନଥିବାରୁ ଚାଷୀମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ

image source-scroll.in

ନୂଆପଡ଼ା: କରୋନା  ପାଇଁ ନୂଆପଡ଼ା ଜିଲ୍ଲାର ଚାଷୀ ବହୁ ମାତ୍ରାରେ କ୍ଷତିଗ୍ରସ୍ତ ହୋଇଛନ୍ତି।  ଜିଲ୍ଲାରେ କରୋନା ଓ କାଳ‌ବୈଶାଖୀ ମାଡ଼ରେ ବ୍ୟାପକ ଫସଲ  ନଷ୍ଟ ହୋଇଥିବା ଜଣା ପଡ଼ିଛି। କିଛି ଦିନ ହେଲା  କୃଷି ବିଭାଭାଗକୁ କାର୍ଯ୍ୟରେ କଟକଣା କୋହଳ କରାଯାଇଛି। କିନ୍ତୁ ଜିଲ୍ଲାରେ କରୋନା ଓ କାଳବୈଶାଖୀରେ କ୍ଷତିଗ୍ରସ୍ତ ଚାଷୀଙ୍କ ଭରଣା  କରିବା ନେଇ ବର୍ତ୍ତମାନ ଜିଲ୍ଲା ପ୍ରଶାସନ ଚିନ୍ତାରେ ପଡ଼ିଥିବା ବେଳେ  ଜିଲ୍ଲାପାଳ  କୃଷି ବିଭାଗର ଅଧିକାରୀମାନଙ୍କୁ ନେଇ ପ୍ରତିଦିନ ସମୀକ୍ଷା କରୁଛନ୍ତି।

କୃଷି ବିଭାଗର ବରିଷ୍ଠ ଅଧିକାରୀମାନଙ୍କ ସହ ଏନେଇ ରାଜ୍ୟ ସରକାର ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା କରିଛନ୍ତି । କିନ୍ତୁ ବିଭାଗୀୟ ଅଧିକାରୀମାନେ  ଜିଲ୍ଲାପାଳଙ୍କୁ କ୍ଷତିର ସଠିକ ରିପୋର୍ଟ ଦେଉନଥିବା ଚାଷୀମାନେ ଅଭିଯୋଗ କରିଛନ୍ତି।  ନୂଆପଡ଼ା ଜିଲ୍ଲାରେ  କ୍ଷୁଦ୍ର, ମଧ୍ୟମ ଜଳସେଚନ ବ୍ୟବସ୍ଥା ହେତୁ  ଜିଲ୍ଲାରେ ରବି ଚାଷ ୭୮୦୦  ହଜାର ହେକ୍ଟରରେ ଧାନ ଚାଷ ହୋଇଥାଏ।  କିନ୍ତୁ ଚଳିତ ବର୍ଷ ରବି ଚାଷରେ ନେକବ୍ଳଷ୍ଟ ରୋଗ ହେତୁ ଶହେ ହେକ୍ଟର ଧାନ ଫସଳ ନଷ୍ଟ ହୋଇଥିବା ଦେଖିବାକୁ ମିଲିଛି। ଆଉ କିଛି ମାସ ଗଲେ ଜିଲ୍ଲାରେ ରବି ଧାନ ଅମଳ କରାଯିବ। ସେପରି କାଳବୈଶାଖୀ ହେତୁ ଜିଲ୍ଲାରେ ପରିବାର ଚାଷୀ ବ୍ୟାପକ କ୍ଷତିଗ୍ରସ୍ତ ହୋଇଛନ୍ତି। ଲକଡାଉନ ଯୋଗୁ ପନିପରିବା ଚାହିଦା ମୁତାବକ ବିକ୍ରି ହେଉନାହିଁ।  ଚାଷୀଙ୍କର ବହୁ ପନିପରିବା ନଷ୍ଟ ହେଉଛି। ୨୦ ତାରିଖ ଠାରୁ ସାର, ଔଷଧ ଦୋକନ ଖୋଲିଯାଇଛି।  କିନ୍ତୁ  ଚାଷୀଙ୍କୁ ଉଜୁଡ଼ିଥିବା ଫସଲ ପାଇଁ ଆଉ କିଛି କରିହେବ ନାହିଁ ବୋଲି ଚାଷୀ ଅଭିଯୋଗ କରିଛନ୍ତି।

ପ୍ରକାଶ ଯେ ନୂଆପଡ଼ା ଜିଲ୍ଲାରେ ରବି ଧାନ ଫସଳ ସହ ପନିପରିବା ଓ ଅନ୍ୟ ଅର୍ଥକାରୀ ଚାଷ କରାଯାଇଥିଲା।  ଜିଲ୍ଲାରେ ମକା ୧୯୧ ହେକ୍ଟର, ମୁଗ ୧୩ ହଜାର୫୫୮ ହେକ୍ଟର, କୋଳଥ ୫ହଜାର୩୯୧ ହେକ୍ଟର ବିରି ୩ହଜାର୬୩୦ ହେକ୍ଟର, ଚିନାବାଦାମ ୨ହଜାର୯୦ ହେକ୍ଟର ସୂର୍ଯ୍ୟମୁଖୀ ୪୦୨ ହେକ୍ଟର, ସୋରିଷ ୧୯୨୨ ହେକ୍ଟର, ମସୁର ୯୨୧ ହେକ୍ଟର ଚାଷ କରାଯାଇଛି।  ଡାଲି ଜାତୀୟ ‌ ତୈଳବୀଜ ଜାତୀୟ ଚାଷ ଭିଳି ଜିଲ୍ଲାରେ ପରିବାର ଚାଷ ବହୁ ପରିମାଣରେ ହୋଇଥାଏ। ଜିଲ୍ଲା  ୨୫୦୦ ହେକ୍ଟରେ ପିଆଜ ଚାଷ କରାଯାଇଛି। କିଛି ଦିନ ହେବ ନୂଆପଡ଼ା ଜିଲ୍ଲାର ବିଭିନ୍ନ ଅଞ୍ଚଳରେ କାଳବୈଶାଖୀ ସହ କୁଆପଥର  ମାଡ଼ରେ ବହୁ ଚାଷ ନଷ୍ଟ ହୋଇଥିବା  କୃଷି ବିଭାଗ ଓ  ଉଦ୍ୟାନ ବିଭାଗ  କହିଛି।

ନୂଆପଡ଼ା  ଜିଲ୍ଲା ଅତିରିକ୍ତ ନିର୍ଦେଶକ (ଉଦ୍ୟାନ ବିଭାଗ) ସୁରେଶ କୁମାର ଚୌଧୁରୀ କୁଆପଥର ବର୍ଷାରେ ଜିଲ୍ଲାରେ ଭେଣ୍ଡି, ବାଇଗଣ, କୋବି, ଟମାଟୋ ନଷ୍ଟ ହୋଇଥିବା ପନିପରିବାର ଚାଷ ପରିଦର୍ଶନ କରିବା ଚାଷୀଙ୍କ କ୍ଷତି ଆକଳ କରିଥିଲେ। ଏହି ରିପୋର୍ଟ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି। ଲକଡାଇନ୍ ହେବା ପରେ ଚାଷୀ ବର୍ତ୍ତମାନ ସମସ୍ୟାରେ ରହିଛନ୍ତି। ସେମାନଙ୍କ ଚାଷ ସଂପୂର୍ଣ୍ଣ ନଷ୍ଟ ହେବାକୁ ବସିଲାଣି, କିନ୍ତୁ ବିଭାଗୀୟ ଅଧିକାରୀମାନେ ଜିଲ୍ଲାପାଳଙ୍କୁ ସଠିକ ରିପୋର୍ଟ ଦେଉନଥିବାରୁ ଚାଷୀମାନଙ୍କ ମଧ୍ୟରେ  ଅସନ୍ତୋଷ ବଢ଼ିବାରେ ଲାଗିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe