iPleaders
ଧର୍ମଶାଳା: ଧର୍ମଶାଳା ଥାନା ଅଞ୍ଚଳର ଜଣେ ନାବାଳିକାଙ୍କ ନଗ୍ନ ଫଟୋ ଭାଇରାଲ୍ କରିବା ଅଭିଯୋଗରେ ପୁଲିସ୍ ଭବାନୀପୁର ପଞ୍ଚାୟତ ଚାନ୍ଦପୁର ଗ୍ରାମର ବିଶ୍ବଜିତ୍ ମୁଦୁଲି(୨୦)କୁ ଗିରଫ କରିଛି।
ବିଶ୍ବଜିତ୍ ପୀଡ଼ିତା ନାବାଳିକାଙ୍କୁ ଫସାଇ ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥିଲା। ଅନ୍ତରଙ୍ଗ ମୁହୂର୍ତ୍ତକୁ ମୋବାଇଲରେ ରେକର୍ଡିଂ କରି ନେଇଥିଲା। ଅନ୍ୟପଟେ ନାବାଳିକା ଚଳିତ ମାଟ୍ରିକ୍ ପରୀକ୍ଷାରେ ୮୦ ପ୍ରତିଶତରୁ ଅଧିକ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି। ପରେ କୌଣସି କାରଣରୁ ବିଶ୍ବଜିତ ପୀଡ଼ିତାଙ୍କ କେତେକ ନଗ୍ନ ଫଟୋକୁ ଏକ ହ୍ବାଟସ୍ଆପ୍ ଗ୍ରୁପ୍ରେ ପକାଇ ଦେଇଥିଲା।
ଏ ଖବର ଜଣାପଡ଼ିବା ପୀଡ଼ିତାଙ୍କ ବାପା ଧର୍ମଶାଳା ଥାନାରେ ଏତଲା ଦେଇଥିଲେ। ପୁଲିସ୍ ୪୪୪/୨୨ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଗତକାଲି ରାତିରେ ଘରୁ ଉଠାଇ ନେଇଥିଲା। ହ୍ବାଟ୍ସଆପ୍ ଗ୍ରୁପ୍ରେ ଥିବା ସଦସ୍ୟମାନଙ୍କୁ ଥାନାକୁ ଡାକି ଘଟଣା ସଂପର୍କରେ ପଚରାଉଚରା କରୁଛି। ଧର୍ମଶାଳା ଗୋଷ୍ଠୀ ସ୍ବସ୍ଥ୍ୟକେନ୍ଦ୍ରରେ ଆଜି ରାତିରେ ପୀଡ଼ିତାଙ୍କ ଡାକ୍ତରୀମାଇନା କରାଯାଇଛି। ପୂର୍ବରୁ ମଧ୍ୟ କେତେକ ଯୁବତୀ ଓ ମହିଳାଙ୍କ ସହିତ ଅନୈତିକ ସଂପର୍କ ରଖି ବିଶ୍ବଜିତ୍ ଏକାଧିକଥର ଜେଲ୍ ଯାଇଛି। ପୋକ୍ସୋ ଆଇନ ଅନୁସାରେ ଆସନ୍ତାକାଲି ତାକୁ ଚଣ୍ତିଖୋଲ କୋର୍ଟଚାଲାଣ କରାଯିବ ବୋଲି ଆଇଆଇସି ରାକେଶ୍ କୁମାର ତ୍ରିପାଠୀ ସୂଚନା ଦେଇଛନ୍ତି।
Follow Us