‘ନୁଦୁରାମଙ୍କ ବୀରତ୍ୱ ଅମଳିନ ହୋଇ ରହିବ’

‘ନୁଦୁରାମଙ୍କ ବୀରତ୍ୱ ଅମଳିନ ହୋଇ ରହିବ’

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଟ୍ୟାକ୍ସିଷ୍ଟାଣ୍ଡ ନିକଟରେ ବୀରଚକ୍ରରେ ସମ୍ମାନିତ ସହିଦ ନାଏବ ସୁବେଦାର ନୁଦୁରାମ ସୋରେନଙ୍କ ଏକ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ଅନାବରଣ ହୋଇଯାଇଛି। ନୁଦୁରାମଙ୍କ ଜନ୍ମସ୍ଥାନ ବଡ଼ଚମ୍ପାଉଦାରେ ଥିବା ସମାଧି ନିକଟରୁ ଏକ ମଶାଲ ଶୋଭାଯାତ୍ରା ବାହାରି ରାଇରଙ୍ଗପୁର ସହର ପରିକ୍ରମା କରି ପ୍ରତିମୂର୍ତ୍ତି ନିକଟରେ ପହଞ୍ଚିଥିଲା। ସେଠାରେ ଏକ ସଭାର ଆୟୋଜନ କରାଯାଇଥିଲା।

ରଞ୍ଜନ କୁମାର ନନ୍ଦଙ୍କ ସଂଯୋଜନାରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ସଂସ୍କୃତି ଓ ଅବକାରୀ ମନ୍ତ୍ରୀ ଅଶ୍ବିନୀ କୁମାର ପାତ୍ର ଯୋଗଦେଇ ପ୍ରତିମୂର୍ତ୍ତିକୁ ଅନାବରଣ କରିଥିଲେ। ସ୍ବତନ୍ତ୍ର ଅତିଥି ଭାବେ ମହିଳା ଓ ଶିଶୁ କଲ୍ୟାଣ ଏବଂ ମିଶନ ଶକ୍ତି ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ, ମୁଖ୍ୟବକ୍ତା ଭାବେ ପୂର୍ବତନ ମନ୍ତ୍ରୀ ତଥା ବାଙ୍ଗିରିପୋଷି ବିଧାୟକ ସୁଦାମ ମାର୍ଣ୍ଡି ଏବଂ ସମ୍ମାନିତ ଅତିଥି ଭାବେ ମୋରଡ଼ା ବିଧାୟକ ରାଜକିଶୋର ଦାସ, ମୟୂରଭଞ୍ଜ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭାରତୀ ହାଁସଦା, ରାଇରଙ୍ଗପୁର ପୌର ପରିଷଦର ଅଧ୍ୟକ୍ଷ ଅଭିଷେକ ପଟ୍ଟନାୟକ, ଉପାଧ୍ୟକ୍ଷା ମମିତା ଚୌଧୁରୀ, ବିହାର ୧୬ ଜିମେଣ୍ଟର କ୍ୟାପ୍‌ଟେନ୍‌ ଧ୍ୟାନଚାନ୍ଦ ପ୍ରଧାନ, ପୂର୍ବତନ ସ୍ବତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଦେବାଶିଷ ମାର୍ଣ୍ଡି,ପୂର୍ବତନ ବିଧାୟକ ଭାଦବ ହାଁସଦା, ସମାଜସେବୀ ଦିଲ୍ଲୀପ ସାହୁ, ସହିଦ ନୁଦୁରାମ ସୋରେନ ମେମୋରିଆଲ୍‌ ଟ୍ରଷ୍ଟର ପ୍ରତିଷ୍ଠାତା ଟ୍ରଷ୍ଟି ତଥା ନୁଦୁରାମଙ୍କ ଧର୍ମପତ୍ନୀ ଲକ୍ଷ୍ମୀମଣି ସୋରେନ, ମୁଖ୍ୟ ପରିଚାଳନା ଟ୍ରଷ୍ଟି ମନୋରଞ୍ଜନ ହାଁସଦା ମଞ୍ଚାସୀନ ରହି ସହିଦ ନୁଦୁରାମଙ୍କ ବୀରତ୍ବ ଅମଳିନ ରହି ହୋଇ ରହିବ ବୋଲି କହିଥିଲେ।

ଏହି ଅବସରରେ ସେନା ପକ୍ଷରୁ ନୁଦୁରାମଙ୍କ ପତ୍ନୀଙ୍କୁ ସ୍ମୃତିସ୍ମାରକ ପ୍ରଦାନ କରାଯାଇଥିଲା। ଶେଷରେ ଅଧ୍ୟାପକ ବିଜୟ ରାମ ଧନ୍ୟବାଦ ଅର୍ପଣ କରିଥିଲେ। କୋର୍‌ କମିଟିର ସଦସ୍ୟ ଗଣେଶ ମିଶ୍ର, ମୁଚିରାମ ମାଝୀ, ବିଜୟ ରାମ, ରଞ୍ଜନ କୁମାର ନନ୍ଦ, ପ୍ରମୋଦ ମହାନ୍ତ, ଧର୍ମପଦ ମହାନ୍ତ, ରାଜେନ୍ଦ୍ର ମାଝୀ, ମଙ୍ଗଲ ସୋରେନ,ବାଇଜୁ ସୋରେନ, ଟ୍ରଷ୍ଟର ସଦସ୍ୟ ଡମାନ ସୋରେନ, ଦାସମାତ ସୋରେନ, ପଙ୍କଜ ଦାସଙ୍କ ସହ ଟ୍ୟାକ୍ସି ଷ୍ଟାଣ୍ଡର ସଦସ୍ୟ, ମହିଳା କଲେଜ ଏନ୍‌ଏସଏସ୍‌ ସ୍ବେଚ୍ଛାସେବୀ ତଥା ସ୍ଥାନୀୟ ପ୍ରାସନିକ ଅଧିକାରୀ ଓ କର୍ମଚାରୀ, ପୂର୍ତ୍ତ ଓ ଗୃହନିର୍ମାଣ ବିଭାଗ କର୍ମଚାରୀ, ମୁନ୍‌ସିପାଲିଟି ଅଧିକାରୀ ଓ କର୍ମଚାରୀ, ପୁଲିସ ଅଧିକାରୀ ଓ କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସୂଚନା ଥାଉକି ୧୬.୬.୨୦୨୦ରେ ଗଲୱାନ ଘାଟିରେ ଚୀନ ସେନା ସହ ହୋଇଥିବା ସଂଘର୍ଷରେ ନୁଦୁରାମ ଦେଶ ପାଇଁ ପ୍ରାଣବଳି ଦେଇଥିଲେ। ଯେଉଁଥିପାଇଁ ଭାରତ ସରକାର ତାଙ୍କୁ ବୀରଚକ୍ର ଉପାଧିରେ ଭୂଷିତ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe