କଟକରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା କମୁଛି

Advertisment
ଭବାନୀପାଟଣା ସଟଡାଉନ, ସହରବାସୀଙ୍କ ଚିନ୍ତା ବଢ଼ାଇଲେ ସୁପରସ୍ପ୍ରେଡ଼ର

Kalinga TV

ଭୁବନେଶ୍ୱର : କଟକ ସହରରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା କମୁଛି। ଏଠାରେ ୩୫୦ ଆକ୍ରାନ୍ତଙ୍କ ମଧ୍ୟରୁ ୨୦୦ ସୁସ୍ଥ ହୋଇଛନ୍ତି। ୧୪୩ଟି ସକ୍ରିୟ ସଂକ୍ରମିତ ରହିଥିଲା ବେଳେ ୭ ଜଣଙ୍କର ମୃତ୍ୟୁ ହୋଇଛି। ସହରରେ କରୋନା ନ ବ୍ୟାପିବା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ନିଆଯାଉଛି ବୋଲି ସିଏମ୍‌ସି କମିସନର୍‌ ଅନନ୍ୟା ଦାଶ ସୂଚନା ଦେଇଛନ୍ତି।

ଆଜି ଭୁବନେଶ୍ବରରେ ଏକ ସାମ୍ବାଦିକ ସମ୍ମିଳନୀରେ କମିସନର୍‌ ସୂଚନା ଦେଇ କହିଲେ ଯେ ସରକାରୀ ଡାକ୍ତରଖାନାଗୁଡ଼ିକରେ ଥିବା ଓପିଡିରେ ସ୍କ୍ରିନିଂ କରାଯିବା ସହ ସାମାଜିକ ଦୂରତା ରକ୍ଷା ଓ ଡାକ୍ତରଖାନା ରୋଗୀଙ୍କ ପାଇଁ ଆଣ୍ଟିଜେନ୍‌ ଟେଷ୍ଟିଂ ଉପରେ ଗୁରୁତ୍ବ ଦିଆଯାଉଛି। ପରୀକ୍ଷଣରେ ପଜିଟିଭ୍‌ ଜଣାପଡ଼ିଲେ ସେମାନଙ୍କୁ କୋଭିଡ୍‌ ହସ୍ପିଟାଲ୍‌ କିମ୍ବା କୋଭିଡ୍‌ ହେଲ୍‌ଥ୍‌ ସେଣ୍ଟର୍‌କୁ ସ୍ଥାନାନ୍ତରଣ କରାଯାଉଛି। ଡାକ୍ତରଖାନାର ମୁଖ୍ୟ ବିଭାଗଗୁଡ଼ିକୁ ଓପିଡିକୁ ପୃଥକ କରାଯାଇ ଅଧିକ ଅସ୍ଥାୟୀ ଓପିଡି ଖୋଲାଯାଉଛି। ସବୁ ମେଡିକାଲ ଓପିଡିରେ ପିପିଇ ପିନ୍ଧି ଡାକ୍ତର ରୋଗୀ ଦେଖୁଛନ୍ତି। ସିଏମ୍‌ସି ଓ ଗ୍ରାମାଞ୍ଚଳରେ ଘରକୁ ଘର ସର୍ଭେ କରାଯାଉଛି। ଲକ୍ଷଣ ଥିବା କିଛି ଲୋକଙ୍କୁ ପରୀକ୍ଷଣ କରାଯାଉଛି। ଏହି ସର୍ଭେ‌େର ସମସ୍ତେ ସହଯୋଗ କରିବାକୁ ପାଇଁ କମିସନର୍‌ ନିବେଦନ କରିଛନ୍ତି।

କଟକରେ ତିନିଟି କୋଭିଡ୍‌ କେୟାର ସେଣ୍ଟର୍‌ ଖୋଲାଯିବ। ଗୋପାଳପୁର, ବିଦ୍ୟାଧରପୁର ସହ ଓଏଟି କାର୍ଯ୍ୟାଳୟରେ ଏହି ସେଣ୍ଟର୍‌ କାର୍ଯ୍ୟ କରିବ। ଏଥିରେ ଲକ୍ଷଣ ନ ଥିବା କରୋନା ରୋଗୀ ଓ କମ୍ ଲକ୍ଷଣ ଥିବା ରୋଗୀ ରହିବେ। ଯେଉଁମାନେ ଗୁରୁତର ଥିବେ, ସେମାନଙ୍କୁ ଅଶ୍ବିନୀ ହସ୍ପିଟାଲ୍‌ ସ୍ଥାନାନ୍ତର କରାଯିବ ବୋଲି ସିଏମ୍‌ସି କମିସନର୍‌ ସୂଚନା ‌ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe