image source- economic times
ପାରଳାଖେମୁଣ୍ତି: ଗଜପତି ଜିଲ୍ଲାରେ ପୁନର୍ବାର ୩୧ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଘଟଣା ଲୋକଙ୍କ ମନରେ ଆଶଙ୍କା ସୃଷ୍ଟି କରିଛି। ବିଦ୍ୟାଳୟ ଖୋଲିବା ପୂର୍ବରୁ ଏବ˚ ଖୋଲିବା ପରେ ବିଭିନ୍ନ ସ୍ଥାନରେ ବିଦ୍ୟାଳୟ ଦାୟିତ୍ବରେ ଥିବା ଶିକ୍ଷକ, କର୍ମଚାରୀ ଓ କିଛି ସ୍ଥାନରେ ଛାତ୍ରଛାତ୍ରୀଙ୍କର କରୋନା ପାଇଁ ଆଣ୍ଟିଜେନ ପରୀକ୍ଷା କରାଯାଇଥିଲା। ୨୫ଜଣ ଶିକ୍ଷକଙ୍କ ସହ ସାମୁହିକ ଭାବେ ୩୧ଜଣ ପଜିଟିଭ୍ ବାହାରିଛନ୍ତି ବୋଲି ଗତକାଲି ଗଜପତି ଜିଲ୍ଲା ମୁଖ୍ୟ ସ୍ବାସ୍ଥ୍ୟ ଅଧିକାରୀ ଡଃ. ପ୍ରଦୀପ କୁମାର ପାତ୍ର ସୂଚନା ଦେଇଥିବା ବେଳେ ଆଜି ଜିଲ୍ଲା ପ୍ରଶାସନ ତରଫରୁ ପ୍ରେସ ବିଜ୍ଞପ୍ତି ଦିଆଯାଇଛି। ପିଜିଟିଭ୍ ଚିହ୍ନଟ ହୋଇଥିବା ସମସ୍ତ ଶିକ୍ଷକଙ୍କୁ ସଙ୍ଗରୋଧ କରାଯାଇଛି ବୋଲି ଉକ୍ତ ବିଜ୍ଞପ୍ତିରେ କୁହାଯାଇଥିବା ବେଳେ ଏହି ଘଟଣା ଅଭିଭାବକମାନଙ୍କ ମନରେ ଅନେକ ପ୍ରଶ୍ନ ସୃଷ୍ଟି କରିଛି।
ବିଦ୍ୟାଳୟକୁ ଯିବା ପରେ ଛାତ୍ରଛାତ୍ରୀମାନେ କେତେ ସୁରକ୍ଷିତ ବୋଲି ଅନେକ ଅଭିଭାବକ ଏବ˚ କିଛି ପିତାମାତା ପ୍ରଶ୍ନ କରୁଛନ୍ତି। ଆଲୋଚନା ବେଳେ ଅଭିଭାବକ ମାନେ କହିଛନ୍ତି କି ସେମାନେ ବାଧ୍ୟବାଧକତାରେ ପିଲାମାନଙ୍କୁ ପାଠପଢିବା ପାଇଁ ବିଦ୍ୟାଳୟକୁ ଛାଡ଼ୁଛନ୍ତି। ଗତ କିଛିଦିନ ହେଲା ଜିଲ୍ଲାରେ କରୋନା ପାଇଁ ପରୀକ୍ଷା କରିବା ଯୋଜନା ହ୍ରାସ ପାଇଥିଲା ଓ କେସ ସ˚ଖ୍ୟା ଶୂନ୍ୟରେ ରହୁଥିବା ଯୋଗୁଁ ଲୋକଙ୍କ ମନରୁ କରୋନା ଭୟ ଚାଲିଯାଇଥିଲା। କିନ୍ତୁ ଗତକାଲି ପୁନର୍ବାର ଜିଲ୍ଲାରେ ୩୧ ପଜିଟିଭ ବାହାରିବା ନିଶ୍ଚିତ ଭାବେ ଗୋଟିଏ କଥା ସ୍ପଷ୍ଟ କରୁଛି ଯେ ଟିକା ନ ଆସିବା ପର୍ଯ୍ୟନ୍ତ ଲୋକେ ସମସ୍ତ ସୁରକ୍ଷା ପଦକ୍ଷେପ ଗ୍ରହଣ କରିବାର ଆବଶ୍ୟକତା ରହିଛି।
ଏଠାରେ ଉଲ୍ଲେଖର ବିଷୟ କି ଗଜପତି ଜିଲ୍ଲାପାଳ ଅନୁପମ ଶାହା ନିଜେ କରୋନାରେ ଆକ୍ରାନ୍ତ ହୋଇଥିଲେ। ବର୍ତ୍ତମାନ ସୁଦ୍ଧା ସେ କାର୍ଯ୍ୟରେ ଯୋଗ ଦେଇନାହାନ୍ତି ଏବ˚ ସଙ୍ଗରୋଧ ଥିବା ବିଷୟରେ ସୋସିଆଲ ମିଡିଆ ମାଧ୍ୟମରେ କହିଛନ୍ତି।
Follow Us