ରାଜ୍ୟରେ ୧୬ଶହକୁ ଖସିଲା ଦୈନିକ ସଂକ୍ରମଣ

୧୬୪୮ ପଜିଟିଭ୍, ୫୮ ମୃତ

ବିଶ୍ୱବ୍ୟାପି କୋଭିଡ ସଂକ୍ରମଣରେ ୨୪% ହ୍ରାସ

cntraveller.in

ଭୁବନେଶ୍ବର : ରାଜ୍ୟରେ ଦୈନିକ ସଂକ୍ରମଣରେ ଏକ ବଡ଼ ହ୍ରାସ ଦେଖିବାକୁ ମିଳିଛି। ଚଳିତମାସ ୨ତାରିଖଠାରୁ କ୍ରମାଗତ ଭାବେ ଦୈନିକ ସଂକ୍ରମଣ ୨ହଜାର ଉପରେ ରହୁଥିବା ବେଳେ ଗତ ୨୪ଘଣ୍ଟାରେ ଏହା ୧୬୪୮କୁ ଖସି ଆସିଛି। ଯାହାକି ରାଜ୍ୟବାସୀଙ୍କୁ ସାମାନ୍ୟ ଆଶ୍ବସ୍ତ କରିଛି। ଗତ ଏପ୍ରିଲ ୧୦ତାରିଖରେ ରାଜ୍ୟରେ କରୋନା ସଂକ୍ରମଣର ସମାନ ସ୍ଥିତି ଦେଖିବାକୁ ମିଳିଥିଲା।

ଦୈନିକ ସଂକ୍ରମଣରେ ହ୍ରାସ ଦେଖିବାକୁ ମିଳିଥିଲେ ‌ହେଁ, ସଂକ୍ରମଣ ହାର ଲଗାତାର ଭାବେ ୨ ପ୍ରତିଶତ ଉପରେ ରହି ଆସୁଛି। ଗତ ୨୪ଘଣ୍ଟାରେ ରାଜ୍ୟର ସଂକ୍ରମଣ ହାର ୨.୩୪ ପ୍ରତିଶତ ରହିଛି। ଚଳିତମାସ ୧୦ତାରିଖଠାରୁ କ୍ରମାଗତ ଭାବେ ୨ ପ୍ରତିଶତ ଉପରେ ‌ସଂକ୍ରମଣ ହାର ରହି ଆସୁଛି। କଟକ‌ରେ ୭, ନୟାଗଡ଼ ୫, କେନ୍ଦ୍ରାପଡ଼ାରେ ୪.୫, ମାଲକାନଗିରି ୩.୮, ଯାଜପୁର-ମୟୂରଭଞ୍ଜ ୩.୫, ଖୋର୍ଧା ୩.୩ ପ୍ରତିଶତ ରହିଛି। ଯାହାକି ରାଜ୍ୟର ସଂକ୍ରମଣ ହାରଠାରୁ ଅଧିକ।

ଦୈନିକ ସଂକ୍ରମଣରେ ସବୁବେଳେ ଆଗ‌ରେ ରହୁଥିବା ଖୋର୍ଧା ଜିଲ୍ଲାରେ ସଂକ୍ରମଣ ହଠାତ୍ ହ୍ରାସ ପାଇଛି। ଜିଲ୍ଲାରୁ ୨୩୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମାତ୍ର କଟକରୁ ୩୩୫ ସଂକ୍ରମିତ ବାହାରିଛନ୍ତି। ଏହାବାଦ୍ ଯାଜପୁର ୧୧୩, ଜଗତସିଂହପୁର ୧୧୨, ଅନୁଗୁଳ ୮୯, ବାଲେଶ୍ବର ୮୩, ମୟୂରଭଞ୍ଜ-ଭଦ୍ରକ ୭୭ ଲେଖାଏଁ, ନୟାଗଡ଼ ୭୩, ପୁରୀ ୬୭, ଢେଙ୍କାନାଳ ୫୪, କେନ୍ଦ୍ରାପଡ଼ା ୫୦ ଓ ଷ୍ଟେଟ୍‌ ପୁଲରୁ ୪୪ଜଣଙ୍କୁ ଚିହ୍ନଟ କରାଯାଇଛି। ରାଜ୍ୟରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୯ଲକ୍ଷ ୫୫ହଜାର ୯୭୪କୁ ବୃଦ୍ଧି ପାଇଛି।

ସଂକ୍ରମଣ ହ୍ରାସ ପାଇଥିଲେ ହେଁ ପୁରୁଣା ମୃତ୍ୟୁ ସଂଖ୍ୟା ଏବେ ଘୋଷଣା ହେଉଥିବାରୁ ଦୈନିକ ମୃତ୍ୟୁ ସଂଖ୍ୟା ୫୦ ଉପରେ ରହୁଛି। ରାଜ୍ୟରେ ଆଉ ୫୮ଜଣ କରୋନାରେ ପ୍ରାଣ ହରାଇଥିବା ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଆଜି ସୂଚନା ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe