କୋଭିଡରେ ବଢ଼ୁଛି ମାନସିକ ରୋଗୀଙ୍କ ସଂଖ୍ୟା

Advertisment

ଟେଲିମେଡିସିନରେ ଡାକ୍ତରଙ୍କ ପରାମର୍ଶ ନେବାକୁ ଏମ୍ସ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ପରାମର୍ଶ

ଟେଲିମେଡିସିନରେ ଡାକ୍ତରଙ୍କ ପରାମର୍ଶ ନେବାକୁ ଏମ୍ସ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ପରାମର୍ଶ

ଆଜି ବିଶ୍ବ ମାନସିକ ସ୍ୱାସ୍ଥ୍ୟ ଦିବସ: କୋଭିଡ ପରେ ୨୦% ମାନସିକ ସମସ୍ୟା ବଢ଼ିଛି

WFLA

ଭୁବନେଶ୍ୱର : ଗତବର୍ଷ ଭଳି ଏଥର କୋଭିଡକୁ ନେଇ ଲୋକେ ଆଉ ଛାନିଆ ହେଉ ନାହାନ୍ତି ସତ, କିନ୍ତୁ ବିଭିନ୍ନ କାରଣ ଯୋଗୁଁ ମେଣ୍ଟାଲ ଡିସଅର୍ଡର ବା ମାନସିକ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏଥିପାଇଁ ସମସ୍ତଙ୍କୁ ସତର୍କ ରହିବାକୁ ପଡ଼ିବାକୁ ବୋଲି କହିଛନ୍ତି ଏମ୍ସ ମନସ୍ତତ୍ବ ବିଭାଗ ବିଶେଷଜ୍ଞ ଡ.ଦେବଦତ୍ତା ମହାପାତ୍ର। ସେ କହିଛନ୍ତି, ୨୦୨୧ରେ ଓପିଡି ବନ୍ଦ ଥିବା ସମୟରେ ଦୈନିକ ପ୍ରାୟ ୭୦ରୁ ୮୦ ଜଣ ବିଭିନ୍ନ ପ୍ରକାର ମାନସିକ ସମସ୍ୟା ପାଇଁ ଫୋନ କରୁଥିଲେ। ଏମାନଙ୍କ ମଧ୍ୟରୁ ୧୦ରୁ ୧୫ ପ୍ରତିଶତ ଏଭଳି ବ୍ୟକ୍ତି ଥିଲେ ଯେଉଁମାନଙ୍କ ମାନସିକ ରୋଗ ନଥିଲା, କିନ୍ତୁ କୋଭିଡକୁ ନେଇ ସେମାନେ ଛାନିଆ ହୋଇ ପଡ଼ୁଥିଲେ। ସାମାନ୍ୟ ଥଣ୍ଡା, ଜ୍ବର, କିମ୍ବା କୋଭିଡର କୌଣସି ଲକ୍ଷଣକୁ ନିଜେ ଅନୁଭବ କଲେ, ପରିବାରର କାହାକୁ କୋଭିଡ ହୋଇଗଲେ କଣ ହେବ ଭାବି ଛାନିଆ ହୋଇଯାଉଥିଲେ। ନିଦ୍ରହୀନତାର ଶିକାର ହେଉଥିଲେ। କାଉନସେଲିଂ କରି ଲୋକେ ସୁସ୍ଥ ଏବଂ ସ୍ବାଭାବିକ ହୋଇ ଯାଉଥିଲେ।

ଏବେ କୋଭିଡକୁ ନେଇ ଆଉ ଛାନିଆ ହେଉ ନାହାନ୍ତି। ମହାମାରୀରେ ନିଜ ଲୋକଙ୍କୁ ହରାଇବା, ଚାକିରି ଚାଲିଯିବା ସହିତ ଦୀର୍ଘଦିନ ଧରି କୋଭିଡ ଆକ୍ରାନ୍ତ ହେବା ଫଳରେ ସେମାନଙ୍କ ମଧ୍ୟରେ ମାନସିକ ରୋଗ ଜନିତ ସମସ୍ୟା ବୃଦ୍ଧି ପାଇଛି। ଏଥିପାଇଁ ସେମାନଙ୍କୁ କାଉନସେଲିଂ ସହିତ ମେଡିଟେସନ କରିବାକୁ ପରାମର୍ଶ ଦିଆଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe