୨ବର୍ଷରେ ରାସନ କାର୍ଡଧାରୀଙ୍କ ସଂଖ୍ୟା ୩୪ହଜାର ବଢ଼ିଛି

Advertisment

କୋଭିଡରେ ଗଞ୍ଜାମର ସର୍ବାଧିକ ହିତାଧିକାରୀ ମାସିକ ଆବଣ୍ଟିତ ଖାଦ୍ୟଶସ୍ୟ ନେଇ ନାହାନ୍ତି

କୋଭିଡରେ ଗଞ୍ଜାମର ସର୍ବାଧିକ ହିତାଧିକାରୀ ମାସିକ ଆବଣ୍ଟିତ ଖାଦ୍ୟଶସ୍ୟ ନେଇ ନାହାନ୍ତି

ଅପପୁଷ୍ଟି ଅଞ୍ଚଳ ରଣାଗୁଣ୍ଡି: ଆଧାର ନଥିବାରୁ ଆହାରରୁ ବଞ୍ଚିତ ଶତାଧିକ ଲୋକ

The Indian Express

ଭୁବନେଶ୍ବର : ରାଜ୍ୟରେ ରାସନ କାର୍ଡଧାରୀ ପରିବାରଙ୍କ ସଂଖ୍ୟା ୯୫,୮୫,୭୬୬। ୨୦୧୯/୨୦ବର୍ଷରେ ଏହା ୯୫,୫୧,୮୯୪ ରହିଥିଲା। ଗତ ଦୁଇବର୍ଷରେ ରାସନ କାର୍ଡଧାରୀଙ୍କ ସଂଖ୍ୟା ୩୪,୦୭୨ ବଢ଼ିଛି। ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ ପ୍ରଶ୍ନର ଉତ୍ତରରେ ବିଧାନସଭାରେ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ।

ଶ୍ରୀ ନାୟକ କହିଛନ୍ତି ଯେ ପ୍ରଥମ ପର୍ଯ୍ୟାୟରେ ୯୩,୪୨,୦୪୪ ପରିବାରଙ୍କୁ କୋଭିଡ ସହାୟତା ‌ଯୋଗାଇ ଦିଆଯାଇଥିଲା। ୨,୦୯.୬୫୦ ପରିବାର କୌଣସି କାରଣରୁ ନିଜର ମାସିକ ଆବଣ୍ଟିତ ଖାଦ୍ୟଶସ୍ୟ ଉଠାଇ ପାରିନାହାନ୍ତି। ସେହି ପରିବାରଗୁଡ଼ିକ ମଧ୍ୟ ସରକାରଙ୍କ ପକ୍ଷରୁ ଦିଆଯାଉଥିବା ୧ହଜାର ଟଙ୍କାର କୋଭିଡ ସହାୟତା ନେଇପାରି ନାହାନ୍ତି। ଦ୍ବିତୀୟ ପର୍ଯ୍ୟାୟରେ ୯୨,୨୧,୨୭୧ ପରିବାର ସହାୟତା ପାଇଥିବା ବେଳେ ୩,୬୪,୪୯୫ ପରିବାର ଏହି ରାଶି ନେଇ ପାରି ନାହାନ୍ତି। ପ୍ରଥମ ପର୍ଯ୍ୟାୟରେ ଗଞ୍ଜାମରେ ୩୨,୩୦୪ ଓ ଦ୍ବିତୀୟ ପର୍ଯ୍ୟାୟରେ ୨,୦୭,୩୫୪ଜଣ ହିତାଧିକାରୀ ସହାୟତା ନେଇ ନାହାନ୍ତି। ଗଞ୍ଜାମ ବାଦ୍ ବଲାଙ୍ଗୀରେ ପ୍ରଥମ ପର୍ଯ୍ୟାୟରେ ୧୩,୦୩୬ ଓ ଦ୍ବିତୀୟ ପର୍ଯ୍ୟାୟରେ ୧୮୪୬ଜଣ ସହାୟତା ରାଶି ନେଇ ଥିବା ସ୍ପଷ୍ଟ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe