ଆସନ୍ତା ସପ୍ତାହରୁ ବଢ଼ିବ କରୋନା ଟେଷ୍ଟ : ଆଇଏଲଏସ୍ ନିର୍ଦ୍ଦେଶକ

Advertisment
ଆସନ୍ତା ସପ୍ତାହରୁ ବଢ଼ିବ କରୋନା ଟେଷ୍ଟ : ଆଇଏଲଏସ୍ ନିର୍ଦ୍ଦେଶକ

ଭୁବନେଶ୍ବର: ଆଜି ରାଜ୍ୟରେ ସର୍ବାଧିକ ୭୫୫ ଜଣ କରୋନା ଆକ୍ର‌ାନ୍ତ ଚିହ୍ନଟ ହୋଇଛନ୍ତି। ଏହାଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧,୯୫୬କୁ ବୃଦ୍ଧି ପାଇଛି। ଏପରି ସ୍ଥିତିରେ ରାଜ୍ୟରେ କରୋନା ନମୁନା ପରୀକ୍ଷାକୁ ତ୍ବରାନ୍ବିତ କରିବାକୁ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର। ଏଥିସହ ରାଜ୍ୟର ବିଭିନ୍ନ ହସ୍ପିଟାଲରେ ପ୍ଲାଜମା ଥେରାପି ଆରମ୍ଭ କରିବା ଲାଗି ପଦକ୍ଷେପ ନେଉଛନ୍ତି।

ଆସନ୍ତା ୧୦ରୁ ୧୨ ଦିନ ଭିତରେ ରାଜ୍ୟରେ ଆରମ୍ଭ ହେବ ପ୍ଲାଜମା ଥେରାପି । କଟକ ଏସସିବିରେ ପ୍ଲାଜମା ଥେରାପି ହେବା ନେଇ ନିଷ୍ପତ୍ତି ହୋଇଛି  । ୧୦ ଦିନ ଭିତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଉଦଘାଟନ କରିବା କାର୍ଯ୍ୟକ୍ରମ ରହିଛି  । ସମ, କିମ୍ସ,ଏସସିିବି, ଆଉ ଅଶ୍ୱିନୀ ଭଳି ବଡ଼ ହସ୍ପିଟାଲରେ ଏହା ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି ଆଇଏଲଏସ ନିର୍ଦ୍ଦେଶକ ଡ.ଅଜୟ ପରିଡା । ଏଥିସହ ସେ ସ୍ପଷ୍ଟ କରିଛନ୍ତି ଯେ ରାଜ୍ୟରେ ଗୋଷ୍ଠୀ ସଂକ୍ରମଣ ହୋଇନାହିଁ।

ଆସନ୍ତା ସପ୍ତାହରୁ ଟେଷ୍ଟ ବୃଦ୍ଧି କରାଯିବ। ଦିନକୁ ୧୦,୦୦୦ ଟେଷ୍ଟ କରାଯିବାର ଲକ୍ଷ ରହିଛି।  ବର୍ତମାନ ୩୦ ହଜାର ପରୀକ୍ଷଣ କିଟ ମହଜୁଦ ଅଛି । ଆଉ ଲକ୍ଷେ କିଟ ଅର୍ଡର କରାଯାଇଛି ।ଏହି କିଟ ପହଞ୍ଚିବା ପରେ ପ୍ରତି ଜିଲ୍ଲାକୁ ଟେଷ୍ଟ ପାଇଁ ପଠାଯିବ । ଅଧିକ ପଜିଟିଭ ବାହାରୁଥିବା ଜିଲ୍ଲାରେ ଅଧିକ ପରୀକ୍ଷା କରାଯିବ ବୋଲି ଆଇଏଲଏସ ନିର୍ଦ୍ଦେଶକ କହିଛନ୍ତି । ଏହା ସହ ଓଡ଼ିଶାରେ ଏଯାଏ ଗୋଷ୍ଠୀ ସଂକ୍ରମଣ ହୋଇନି ବୋଲି ସେ କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe