ନନ୍ଦନକାନନରେ ସଂରକ୍ଷିତ ବନ୍ୟ ପ୍ରାଣୀଙ୍କ ସଂଖ୍ୟା ବଢୁଛି, ସମ୍ବର ସଂଖ୍ୟା ୧୨ ହେଲା

ନନ୍ଦନକାନନରେ ସଂରକ୍ଷିତ ବନ୍ୟ ପ୍ରାଣୀଙ୍କ ସଂଖ୍ୟା ବଢୁଛି, ସମ୍ବର ସଂଖ୍ୟା ୧୨ ହେଲା

ଭୁବନେଶ୍ୱର: ପର୍ଯ୍ୟଟକ ମାନଙ୍କ ପାଇଁ ଭୁବନେଶ୍ୱରର ଅନ୍ୟତମ ଆକର୍ଷଣୀୟ କେନ୍ଦ୍ର ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଆଜି ଏକ ସମ୍ବର ଶାବକ ଜନ୍ମ ନେଇଛି। ୩୮ ନମ୍ବର ଖୁଆଡ଼ରେ ଏହି ସମ୍ବର ଶାବକ ଜନ୍ମଲାଭ କରିଛି। ଏଥି ସହି ନନ୍ଦନକାନନରେ ମୋଟ ସମ୍ବର ସଂଖ୍ୟା ୧୨କୁ ବୃଦ୍ଧି ହୋଇଛି। ଏମାନଙ୍କ ମଧ୍ୟରେ ୪ ଅଣ୍ଡିରା, ୭ ମାଈ ଓ ଲିଙ୍ଗ ଚିହ୍ନଟ ହୋଇ ନ ଥିବା ଗୋଟିଏ ଛୁଆ ଅଛି।

ସୂଚନାଯୋଗ୍ୟ, ଗତକାଲି ନନ୍ଦନକାନନରେ ଏକ ମଣିପୁରୀ ହରିଣ ଛୁଆ ଜନ୍ମ ହୋଇଥିଲା। ୩୬ ନମ୍ବର ଖୁଆଡରେ ଏହା ଜନ୍ମ ନେଇଥିଲା। ଏଥି ସହିତ ମଣିପୁରୀ ହରିଣଙ୍କ ମୋଟ ସଂଖ୍ୟା ୧୮କୁ ବୃଦ୍ଧି ପାଇଛି।

ଗତ ଶନିବାର ନନ୍ଦନକାନନର ୪୨ ନମ୍ବର ଖୁଆଡରେ ରହୁଥିବା ଏକ ମାଈ ଭାରତୀୟ ଗୟଳ ଏକ ଛୁଆକୁ ଜନ୍ମ ଦେଇଥିଲା। ଉଭୟ ମା’ ଓ ଛୁଆ ସୁସ୍ଥ ଅଛନ୍ତି। ନନ୍ଦନକାନନର ମୋଟ ଗୟଳ ସଂଖ୍ୟା ୭କୁ ବୃଦ୍ଧିି ହୋଇଛ। ଏମାନଙ୍କ ମଧ୍ୟରେ ୩ଟି ଅଣ୍ଡିରା, ୩ଟି ମାଈ ଓ ଲିଙ୍ଗ ଚିହ୍ନଟ ହୋଇନଥିବା ଛୁଆଟି ଅଛି। ସଂରକ୍ଷିତ ବନ୍ୟ ପ୍ରାଣୀଙ୍କ ବଂଶ ବୃଦ୍ଧି ହେଉଥିବାରୁ ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ଉତ୍ସାହ ଦେଖାଯାଇଛି।

ସୂଚନାଯୋଗ୍ୟ, ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଏବେ ପର୍ଯ୍ୟଟକ ମାନଙ୍କ ପାଇଁ ସୋମବାର ବ୍ୟତୀତ ସକାଳ ୭ଟାରେ ଖୋଲା ଯାଉଛି। ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଏହା ଖୋଲା ରହୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe