କରୋନା ପଜିଟିଭ୍ ଚିହ୍ନଟ ହେଲେ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଜଣେ ଷ୍ଟାଫ୍ ନର୍ସ

କରୋନା ପଜିଟିଭ୍ ଚିହ୍ନଟ ହେଲେ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଜଣେ ଷ୍ଟାଫ୍ ନର୍ସ

ନୟାଗଡ଼: ପୁଣି ଜଣେ ନର୍ସ କରୋନାରେ ଆକ୍ରାନ୍ତ ଥିବା ଜଣାଯାଇଛି। ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଜଣେ ଷ୍ଟାଫ୍ ନର୍ସ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ନେଇ ନୟାଗଡ଼ ଜିଲ୍ଲାପାଳ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ପୂର୍ବରୁ ଆକ୍ରାନ୍ତଙ୍କ ସଂପର୍କରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ସୂଚନା ଦେଇଥିଲେ। ସେ  କହିଥିଲେ ଯେ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବାରୁ ନର୍ସ ପଜିଟିଭ୍ ବାହାରିଛନ୍ତି।  ସଂପୃକ୍ତ ଷ୍ଟାଫ୍ ନର୍ସଙ୍କୁ ଭୁବନେଶ୍ୱରର ସମ୍ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସବୁ ଓ୍ୱାର୍ଡକୁ ଭଲ ଭାବେ ସାନିଟାଇଜ୍ କରାଯାଇଥିବା ବିଷୟରେ ବି ସେ ସୂଚନା ଦେଇଥିଲେ।

ସୂଚନାଯୋଗ୍ୟ, ବାଲେଶ୍ବରର ଦୁଇଜଣ ନର୍ସଙ୍କଠାରେ କରୋନା ସଂକ୍ରମଣ ଦେଖା ଦେଇଥିଲା।ଏନେଇ  ସେଠାରେ କାର୍ଯ୍ୟରତ ନର୍ସମାନଙ୍କ ଭିତରେ ଅସନ୍ତୋଷ ଦେଖା ଦେଇଥିଲା। ସେମାନଙ୍କୁ ବ୍ୟକ୍ତିିଗତ ସୁରକ୍ଷା ଉପକରଣ  ଯୋଗାଇ ଦେବାକୁ ଦାବି କରି କାମବନ୍ଦ ଆନ୍ଦୋଳନ ବି କରିଥିଲେ। ପ୍ରଥମେ କୋରାପୁଟ ଜିଲ୍ଲାରେ ଜଣେ ସ୍ବାସ୍ଥ୍ୟକର୍ମୀ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ।

କଟକ ସହରର ଜଣେ ଡାକ୍ତର ବି କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ଏହାପରେ ପୁଣି କେନ୍ଦ୍ରାପଡ଼ା ଜିଲ୍ଲାରେ ବି ସମାନ ଘଟଣା ନଜରକୁ ଆସିଥିଲେ। ପ୍ରାପ୍ତ ସୂଚନା ଅନୁଯାୟୀ କେନ୍ଦ୍ରାପଡ଼ା ଜିଲ୍ଲାର ମାର୍ଶାଘାଇ ବ୍ଲକରୁ ୩ଜଣ ଓ ପଟ୍ଟାମୁଣ୍ଡାଇ ବ୍ଲକରୁ ଜଣେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ଏମାନଙ୍କ ଭିତରେ ସରକାରୀ ଉଚ୍ଚ ବିଦ୍ୟାଳୟର ସଙ୍ଗରୋଧ କେନ୍ଦ୍ରର ସୁଇପର୍ ଥିବା ଜଣାଯାଇଛି। ତା’ଛଡ଼ା ଜଣେ ଅଙ୍ଗନବାଡ଼ି କର୍ମୀଙ୍କ ସ୍ବାମୀ ବି କରୋନା ପଜିଟିଭ୍ ଚିହ୍ନଟ ହୋଇଥିବାର ଖବର ମିଳିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe