ମୁହଁ ଖୋଲିଲେ ଆତ୍ମହତ୍ୟା ଉଦ୍ୟମ କରିଥିବା ନର୍ସ: ‘ଏଡିଏମ୍‌ଓ ଦୁଷ୍କର୍ମ କରୁଥିଲେ, ୨ନର୍ସ ନିର୍ଯାତନା ଦେଉଥିଲେ’

Advertisment

ଭଦ୍ରକ ରେଳଷ୍ଟେସନ୍‌ ନିକଟରେ ଟ୍ରେନ୍‌ ଆଗକୁ ଡେଇଁ ଶୁକ୍ରବାର ଆତ୍ମହତ୍ୟା ଉଦ୍ୟମ କରିଥିବା ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କାର୍ଯ୍ୟରତ ନର୍ସ ଆଜି ମୁହଁ ଖୋଲିଛନ୍ତି। ଏଡିଏମ୍‌ଓ ତାଙ୍କୁ ଦୁଷ୍କର୍ମ କରୁଥିଲେ ଏବଂ ୨ଜଣ ନର୍ସ ନିର୍ଯାତନା ଦେଉଥିଲେ ବୋଲି ସେ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି।

ଭଦ୍ରକ ରେଳଷ୍ଟେସନ୍‌ ନିକଟରେ ଟ୍ରେନ୍‌ ଆଗକୁ ଡେଇଁ ଶୁକ୍ରବାର ଆତ୍ମହତ୍ୟା ଉଦ୍ୟମ କରିଥିବା ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କାର୍ଯ୍ୟରତ ନର୍ସ ଆଜି ମୁହଁ ଖୋଲିଛନ୍ତି। ଏଡିଏମ୍‌ଓ ତାଙ୍କୁ ଦୁଷ୍କର୍ମ କରୁଥିଲେ ଏବଂ ୨ଜଣ ନର୍ସ ନିର୍ଯାତନା ଦେଉଥିଲେ ବୋଲି ସେ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି।

rape

ଭଦ୍ରକ: ଭଦ୍ରକ ରେଳଷ୍ଟେସନ୍‌ ନିକଟରେ ଟ୍ରେନ୍‌ ଆଗକୁ ଡେଇଁ ଶୁକ୍ରବାର ଆତ୍ମହତ୍ୟା ଉଦ୍ୟମ କରିଥିବା ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କାର୍ଯ୍ୟରତ ନର୍ସ ଆଜି ମୁହଁ ଖୋଲିଛନ୍ତି। ଏଡିଏମ୍‌ଓ ତାଙ୍କୁ ଦୁଷ୍କର୍ମ କରୁଥିଲେ ଏବଂ ୨ଜଣ ନର୍ସ ନିର୍ଯାତନା ଦେଉଥିଲେ ବୋଲି ସେ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି। ଯାହାକୁ ନେଇ ଜିଲ୍ଲାରେ ଆଲୋଡ଼ନ ସୃଷ୍ଟି ହୋଇଛି। ଭଦ୍ରକ ଜିଲ୍ଲାପାଳ ଘଟଣାର ତଦନ୍ତ ପାଇଁ ସିଡିଏମ୍‌ଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପୀଡ଼ିତା ନର୍ସଙ୍କ କହିବା ଅନୁସାରେ; ଏଡିଏମ୍‌ଓ ଡାକ୍ତର ଅମୂଲ୍ୟ ଦାସ ବିଭିନ୍ନ ସମୟରେ ଧମକଚମକ ଦେବା ସହ ଦୁଷ୍କର୍ମ କରୁଥିଲେ। ପ୍ରତିବାଦ କଲେ ବି ଶୁଣୁ ନଥିଲେ। ସେହିପରି ଚିକିତ୍ସାଳୟର ଜଣେ ନର୍ସ ତାଙ୍କୁ ହ୍ବାଟ୍‌ସଆପ୍‌ରେ ଆପତ୍ତିଜନକ ଫଟୋ ଓ ମନ୍ତବ୍ୟ ପଠାଇ ମାନସିକ ନିର୍ଯାତନା ଦେଉଥିବା ବେଳେ ଅନ୍ୟଜଣେ ନର୍ସ ଡ୍ୟୁଟିରେ ବାଧା ଉପୁଜାଉଥିଲେ।

ତଦନ୍ତ ନିର୍ଦ୍ଦେଶ ଦେଲେ ଭଦ୍ରକ ଜିଲ୍ଲାପାଳ  ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ: ସିଡିଏମ୍‌ଓ

ଏହା ଅସହ୍ୟ ହେବାରୁ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା ପାଇଁ ନିଷ୍ପତ୍ତି ନେଇଥିଲେ ବୋଲି ପୀଡ଼ିତା କହିଛନ୍ତି। ଅଭିଯୁକ୍ତ ଡା. ଦାସ ଏବଂ ୨ଜଣ ନର୍ସଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ପୀଡ଼ିତା ନର୍ସଙ୍କ ସହ ବୁଦ୍ଧିଜୀବୀମାନେ ଦାବି କରିଛନ୍ତି। ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ କୁମାର ରାଉତରାଏ ଘଟଣାର ତଦନ୍ତ କରି ରିପୋର୍ଟ ଦେବା ପାଇଁ  ସିଡିଏମ୍‌ଓ ଡା. ସୁଧାଂଶୁ ଶେଖର ବଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ଅଭିଯୁକ୍ତ ଡା. ଦାସଙ୍କ ପ୍ରତିକ୍ରିୟା ନିଆଯାଇଥିଲା। ସେ କହିଛନ୍ତି, ଅଭିଯୋଗ ମିଛ। ସେପରି କୌଣସି ଘଟଣା ସହ ମୁଁ ସଂପୃକ୍ତ ନୁହେଁ। ସିଡିଏମ୍‌ଓ ଡା. ବଳ କହିଛନ୍ତି, ପୀଡ଼ିତାଙ୍କୁ ଡାକ୍ତରଖାନାରେ ଭେଟି ଅଭିଯୋଗ ଶୁଣିଛି। ଘଟଣାର ତଦନ୍ତ ପାଇଁ ଏକ ସ୍ବତନ୍ତ୍ର କମିଟି ଗଠନ କରାଯିବ। ଯେଉଁ କମିଟିରେ ଜଣେ ମହିଳା ଡାକ୍ତର ମଧ୍ୟ ରହିବେ। ରିପୋର୍ଟ ଆସିବା ପରେ ଯାହା କିଛି କାର୍ଯ୍ୟାନୁଷ୍ଠାନ ନିଆଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe