ସପିଂ ମଲ୍‌ରେ ନର୍ସିଂ ଛାତ୍ରୀ ହଟହଟା; ଆପେ ଭାଙ୍ଗିଗଲା କାଚ୍‌ ଗେଟ୍‌, କ୍ଷତପୂରଣ ମାଗି‌ ସାଢ଼େ ୫ ଘଣ୍ଟା ଅଟକ ରଖିଲେ

Advertisment
ସପିଂ ମଲ୍‌ରେ ନର୍ସିଂ ଛାତ୍ରୀ ହଟହଟା; ଆପେ ଭାଙ୍ଗିଗଲା କାଚ୍‌ ଗେଟ୍‌, କ୍ଷତପୂରଣ ମାଗି‌ ସାଢ଼େ ୫ ଘଣ୍ଟା ଅଟକ ରଖିଲେ

ରାଉରକେଲା: ଆଜି ଜଣେ ନର୍ସିଂ ଛାତ୍ରୀ ଏକ ସପିଂ ମଲ୍‌କୁ ପୋଷାକ କିଣିବାକୁ ଯାଇଥିଲେ। ସେ କିଣି ସାରି ବାହାରିବା ପୂର୍ବରୁ ହଠାତ୍‌ ଉକ୍ତ ସପିଂ ମଲ୍‌ର ସେନସର୍‌ଯୁକ୍ତ କାଚ ଗେଟ୍‌ ଭାଙ୍ଗି ପଡ଼ିଥିଲା। ତେବେ ଏଥିରେ ଉତ୍‌କ୍ଷିପ୍ତ ହୋଇ ମଲ୍‌ କର୍ତ୍ତୃପକ୍ଷ ସଂପୃକ୍ତ ଛାତ୍ରୀଙ୍କୁ କ୍ଷତିପୂରଣ ଦାବିରେ ପ୍ରାୟ ୫ ଘଣ୍ଟା ଅଟକ ରଖିଥିଲେ। ଏବେ ଘଟଣା ପ୍ଲାଣ୍ଟ୍‌ସାଇଟ୍‌ ଥାନାରେ ପହଞ୍ଚିଛି। ରେଳ ଷ୍ଟେସନ ସମ୍ମୁଖସ୍ଥ ‘କ୍ରସ୍‌ରୋଡ୍‌ ସପିଂ ମଲ୍‌’ କର୍ତ୍ତୃପକ୍ଷଙ୍କ ଏଭଳି କାର୍ଯ୍ୟକଳାପକୁ ତୀବ୍ର ସମାଲୋଚନା କରାଯାଇଛି।

ଆଜି ମଧ୍ୟାହ୍ନରେ ଜଣେ ନର୍ସିଂ ଛାତ୍ରୀ ଜଣେ କ୍ରସ୍‌ରୋଡ୍‌ ସପିଂ ମଲ୍‌କୁ କିଣିବାକୁ ଯାଇଥିଲା। ମଧ୍ୟାହ୍ନ ପ୍ରାୟ ୨ଟା ୧୫ ମିନିଟ୍‌। କିଣିସାରି ଛାତ୍ରୀଜଣକ ମଲ୍‌ରୁ ବାହାରକୁ ଆସୁଥିଲେ। ତେବେ ସେ ସେନସର୍‌ଯୁକ୍ତ କାଚ ଗେଟ୍‌ ପାର୍‌ ହେବା ପୂର୍ବରୁ ହଠାତ୍‌ ଉକ୍ତ କାଚ ଗେଟ୍‌ଟି ଭାଙ୍ଗିପଡ଼ିଥିଲା। ଫଳରେ ‌ଅଳ୍ପକେ ଛାତ୍ରୀ ଜଣକ ନିଶ୍ଚିତ ବଡ଼ଧରଣର ବିପଦରୁ ବର୍ତ୍ତି ଯାଇଥିଲେ। ଏହି ଦୃଶ୍ୟ ସିସିଟିଭିରେ ମଧ୍ୟ କଏଦ୍‌ ହୋଇଯାଇଛି। ସମ୍ଭବତଃ କୌଣସି ତ୍ରୁଟି ପାଇଁ ଉକ୍ତ କାଚ୍‌ ଗେଟ୍‌ ଭାଙ୍ଗିଯାଇଥିଲା। ତେବେ ନିଜ ତ୍ରୁଟିକୁ ସ୍ବୀକାର କରିବା ବଦଳରେ ଛାତ୍ରୀ ଜଣକ ହିଁ ଗେଟ୍‌ ଭାଙ୍ଗିଦେଇଥିବା ଅଭିଯୋଗ କରିଥିଲେ। ଛାତ୍ରୀ ଜଣକ ନିର୍ଦ୍ଦୋଷ ଥିବା ନେଇ ଯେତେ କାକୁତିମିନତି କରିଥିଲେ ସୁଦ୍ଧା ମଲ୍‌ କର୍ତ୍ତୃପକ୍ଷ କିଛି ଶୁଣିନଥିଲେ। କିଛି ସମୟପରେ କ୍ଷତିପୂରଣ ବାବଦକୁ ଦେଢ଼ ଲକ୍ଷ ଟଙ୍କା ଦାବି କରିବାରୁ ଏତେ ଟଙ୍କା ଦେବାକୁ ଛାତ୍ରୀ ଜଣକ ଅକ୍ଷମତା ପ୍ରକାଶ କରିଥିଲେ।

publive-image

ତେବେ କର୍ତ୍ତୃପକ୍ଷ ଅନ୍ୟୁନ ୨୫ ହଜାର ଟଙ୍କା ଦାବିରେ ଅଡ଼ି ବସିବାରୁ ଛାତ୍ରୀ ଜଣକ ନିଜ ସୁନା ଚେନ୍‌ ରଖିବାକୁ କହିଥିଲେ। ଏନେଇ ଛାତ୍ରୀ ଜଣକ ନିଜ ସାଙ୍ଗମାନଙ୍କୁ ଅବଗତ କରିବାପରେ ସେମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ପରେ ପୁଲିସକୁ ସୂଚନା ଦିଆଯିବାରୁ ପ୍ଲାଣ୍ଟ୍‌ସାଇଟ୍‌ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାତ୍ରୀଙ୍କୁ ଉଦ୍ଧାର କରିଥିଲା। ସନ୍ଧ୍ୟା ପ୍ରାୟ ସାଢ଼େ ୭ଟା ପର୍ଯ୍ୟନ୍ତ, ପାଖାପାଖି ୫ ଘଣ୍ଟା ଧରି ଛାତ୍ରୀ ଜଣକ ସପିଂ ମଲ୍‌ରେ ରହି ଯାବତୀୟ ମାନସିକ ନିର୍ଯାତନାର ସମ୍ମୁଖୀନ ହୋଇଥିବା ଅଭିଯୋଗ କରିଛନ୍ତି। ଖବର ଲେଖା ହେବା ପର୍ଯ୍ୟନ୍ତ ଛାତ୍ରୀ ଜଣକ ପ୍ଲାଣ୍ଟ୍‌ସାଇଟ୍‌ ଥାନାରେ ଅଛନ୍ତି। ଏହି ଘଟଣା ନେଇ ଏଯାଏଁ କୌଣସି ଲିଖିତ ଅଭିଯୋଗ ହୋଇନଥିବା ପୁଲିସ ସୂଚନାରୁ ପ୍ରକାଶ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe