ଆଜିଠୁ ନର୍ସିଂ କର୍ମଚାରୀଙ୍କ କାମ ବନ୍ଦ: ଧମକାଇଲେ ସରକାର, ଏସ୍‌ମା ଲାଗୁ

Advertisment

ଆସନ୍ତାକାଲିଠାରୁ ରାଜ୍ୟବ୍ୟାପୀ କାର୍ଯ୍ୟବନ୍ଦ ଆନ୍ଦୋଳନ ଡାକରା ଦେଇଛି ଓଡ଼ିଶା ନର୍ସିଂ କର୍ମଚାରୀ ସଂଘ। ଜରୁରିକାଳୀନ ରୋଗୀ ସେବାରେ କୌଣସି ପ୍ରକାର ବାଧା ନ ଦେଇ ଆନ୍ଦୋଳନକୁ ଓହ୍ଲାଇବେ ନର୍ସିଂ କର୍ମଚାରୀ।

ଆସନ୍ତାକାଲିଠାରୁ ରାଜ୍ୟବ୍ୟାପୀ କାର୍ଯ୍ୟବନ୍ଦ ଆନ୍ଦୋଳନ ଡାକରା ଦେଇଛି ଓଡ଼ିଶା ନର୍ସିଂ କର୍ମଚାରୀ ସଂଘ। ଜରୁରିକାଳୀନ ରୋଗୀ ସେବାରେ କୌଣସି ପ୍ରକାର ବାଧା ନ ଦେଇ ଆନ୍ଦୋଳନକୁ ଓହ୍ଲାଇବେ ନର୍ସିଂ କର୍ମଚାରୀ।

ffshfsfsfsffshtt

Ommcom News

ଭୁବନେଶ୍ବର: ଆସନ୍ତାକାଲିଠାରୁ ରାଜ୍ୟବ୍ୟାପୀ କାର୍ଯ୍ୟବନ୍ଦ ଆନ୍ଦୋଳନ ଡାକରା ଦେଇଛି ଓଡ଼ିଶା ନର୍ସିଂ କର୍ମଚାରୀ ସଂଘ। ଜରୁରିକାଳୀନ ରୋଗୀ ସେବାରେ କୌଣସି ପ୍ରକାର ବାଧା ନ ଦେଇ ଆନ୍ଦୋଳନକୁ ଓହ୍ଲାଇବେ ନର୍ସିଂ କର୍ମଚାରୀ। ତେବେ ଏହି ଆନ୍ଦୋଳନ ପୂର୍ବରୁ ଚେତାବନୀ ଦେଇଛନ୍ତି ରାଜ୍ୟ ସରକାର। ଅଗଷ୍ଟ ମାସରୁ ଏସ୍‌ମା ଲାଗୁ ହୋଇଥିବାରୁ ଆନ୍ଦୋଳନକୁ ଓହ୍ଲାଇଲେ କାର୍ଯ୍ୟାନୁଷ୍ଠାନ ନିଆଯିବ। ରାଜ୍ୟ ନର୍ସିଂ ନିର୍ଦ୍ଦେଶକ ଡା. ଆର୍ତ୍ତବନ୍ଧୁ ନାୟକ ସବୁ ସିଡିଏମ୍‌ଓ, ମେଡିକାଲ କଲେଜର ଅଧ୍ୟକ୍ଷ ଓ ଆଚାର୍ଯ୍ୟ ହରିହର, କ୍ୟାପିଟାଲ ହସ୍ପିଟାଲ ଓ ଆରଜିଏଚ୍‌ ରାଉରକେଲାକୁ ପତ୍ର ଲେଖି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ଲାଗି କହିଛନ୍ତି।

ଅଗଷ୍ଟ ୭ ତାରିଖରୁ ରାଜ୍ୟରେ କାର୍ଯ୍ୟରତ ନର୍ସ, ପାରାମେଡିକ୍ସ, ଟେକ୍ନିସିଆନ୍ ଓ ଅନ୍ୟ ତୃତୀୟ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ପାଇଁ ଏସ୍‌ମା ଲାଗୁ ହୋଇଛି। ଏହା ୬ମାସ ପାଇଁ ବଳବତ୍ତର ରହିବ। ନିକଟରେ ନର୍ସିଂ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଦିଆଯାଇଥିବା ଦାବିପତ୍ରରେ ୨୫ ତାରିଖରୁ ଅଣଜରୁରିକାଳୀନ ସେବା ବନ୍ଦ କରିବା ନେଇ ଉଲ୍ଲେଖ କରିଛନ୍ତି। ତେଣୁ ଆନ୍ଦୋଳନକୁ ଓହ୍ଲାଉଥିବା କର୍ମଚାରୀଙ୍କ ବିରୋଧରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ନର୍ସିଂ ନିର୍ଦ୍ଦେଶାଳୟ ନିର୍ଦେଶ ଦେଇଛି। କେବଳ ସେତିକି ନୁହେଁ, କେଉଁ ନର୍ସିଂ ଅଫିସରମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ସେମାନଙ୍କ ସଂପର୍କରେ ନିର୍ଦ୍ଦେଶାଳୟକୁ  ସୂଚନା ପ୍ରଦାନ କରିବା ଲାଗି କୁହାଯାଇଛି। 

ଅପରପକ୍ଷରେ ରାଜ୍ୟ ସରକାରଙ୍କ ଚେତାବନୀ ପତ୍ର ସତ୍ତ୍ବେ ଓଡ଼ିଶା ନର୍ସିଂ କର୍ମଚାରୀ ସଂଘ ନିଜ ଜିଦ୍‌ରେ ଅଟଳ ରହିଛି। ସଂଘର ସାଧାରଣ ସଂପାଦକ ଅଶ୍ବିନୀ କୁମାର ଦାସ କହିଛନ୍ତି, ଆସନ୍ତାକାଲିଠାରୁ ନର୍ସିଂ କର୍ମଚାରୀମାନେ ଆନ୍ଦୋଳନକୁ ଓହ୍ଲାଇବେ। ଦାବି ପୂରଣ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ସେ କହିଛନ୍ତି। ଉଲ୍ଲେଖ ଯେ ଗତ ବିଭିନ୍ନ ଦଫା ଦାବି ନେଇ ଗତ ଅଗଷ୍ଟ ମାସରେ ସଂଘ ପକ୍ଷରୁ କଳା ବ୍ୟାଜ୍‌ ପରିଧାନ ଓ ପରବର୍ତ୍ତୀ ସମୟରେ ଆନ୍ଦୋଳନ ଡାକରା ଦିଆଯାଇଥିଲା। ହଜାର ହଜାର ନର୍ସିଂ କର୍ମଚାରୀ ରାଜଧାନୀରେ ଆନ୍ଦୋଳନ କରିଥିଲେ। ପରେ ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସଂଘ ସହ ଆଲୋଚନା ହେବା ପରେ ସଂଘ ୧ମାସ ପାଇଁ ଆନ୍ଦୋଳନରୁ ଓହରି ଯାଇଥିଲା। ଏହାଭିତରେ ୧ମାସ ବିତିଯାଇଛି। ରାଜ୍ୟ ସରକାର ସଂଘର କୌଣସି ଦାବି ପୂରଣ କରି ନ ଥିବାରୁ ‌ଆସନ୍ତାକାଲିଠାରୁ ପୁନର୍ବାର କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇବା ଲାଗି ସଂଘ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe