ଫାଣ୍ଡି ପରିସରରୁ ଓଏପିଏଫ୍ ଯବାନଙ୍କ ମୃତଦେହ ଉଦ୍ଧାର

Advertisment
ଫାଣ୍ଡି ପରିସରରୁ ଓଏପିଏଫ୍ ଯବାନଙ୍କ ମୃତଦେହ ଉଦ୍ଧାର

twitter.com

ଗୋଲାମୁଣ୍ଡା: କଳାହାଣ୍ଡି ଜିଲ୍ଲାରେ ଜଣେ ପୁଲିସ କର୍ମଚାରୀଙ୍କ ଆତ୍ମହତ୍ୟା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ଆଜି ସକାଳେ ତାଙ୍କର ସରକାରୀ କ୍ୱାର୍ଟର୍ସରୁ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି।
ସେହି ପୁଲିସ କର୍ମଚାରୀ ହେଲେ ଗୋଲାମୁଣ୍ଡା ଥାନା ଦଶପୁର ଫାଣ୍ଡି ଓଏପିଏଫ୍ ଯବାନ ଦେବରାଜ ନାଏକ (୩୨)। ତେବେ ତାଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ମୃତକଙ୍କ ଘର ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଅଞ୍ଚଳରେ। ଘଟଣାସ୍ଥଳରେ ଗୋଳାମୁଣ୍ଡା ଥାନା ଅଧିକାରୀ ଯୁଗଳ ଶବର ଓ ଏସଡିପିଓ ଧୀରଜ କୁମାର ଚୋକଦାର ଉପସ୍ଥିତ ରହି ତଦନ୍ତ ଚଳାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe