ଓଏଏସ୍‌ ପରୀକ୍ଷାଫଳ, ଆୟୂଷୀ ଟପର

Advertisment
ଓଏଏସ୍‌ ପରୀକ୍ଷାଫଳ, ଆୟୂଷୀ ଟପର

କଟକ: ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ଦ୍ବାରା ପରିଚାଳିତ ଓଡ଼ିଶା ପ୍ରଶାସନିକ ସେବା-୨୦୧୭ ପରୀକ୍ଷାଫଳ ଆଜି ପ୍ରକାଶ ପାଇଛି। ଲିଖିତ ଏବଂ ମୌଖିକ ପରୀକ୍ଷା ଆଧାରରେ ମୋଟ ୧୦୬ ଜଣଙ୍କୁ କ୍ୟାଟେଗୋରି-୧ ଓ ୨ ସେବା ପାଇଁ ଯୋଗ୍ୟ ବିବେଚିତ କରାଯାଇଛି। ପ୍ରଶାସନିକ ସେବା ପାଇଁ ଡିସେମ୍ବର ୩ରୁ ୧୨ ତାରିଖ ପର୍ଯ୍ୟନ୍ତ ମୌଖିକ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଏହି ପରୀକ୍ଷାରେ ଆୟୂଷୀ ମହାପାତ୍ର ଟପର ହୋଇଥିବା ବେଳେ ସଂଜିତା ମହାପାତ୍ର ଦ୍ବିତୀୟ ଏବଂ ପୁନମ ମହାପାତ୍ର ତୃତୀୟ ସ୍ଥାନରେ ରହିଛନ୍ତି। ପ୍ରଥମ ୧୦ ଜଣଙ୍କ ମଧ୍ୟରେ ୫ ଜଣ ମହିଳା ଅଛନ୍ତି। ଓପିଏସସି ୱେବସାଇଟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ୧୦୬ ଜଣଙ୍କ ମଧ୍ୟ‌େ‌ର ମୋଟ ୪୨ ଜଣ ମହିଳା ଅଛନ୍ତି। ସେହିଭଳି ଏସସି ବର୍ଗରୁ ୨୧, ଏସଟି ବର୍ଗରୁ ୨୧ ଏବଂ ଏସଇବିସି ବର୍ଗରୁ ୧୩ ଜଣ ନିଯୁକ୍ତି ପାଇଁ ଯୋଗ୍ୟ ବିବେଚିତ ହୋଇଥିବା ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe