ବରିଷ୍ଠ ଓଏଏସ୍‌ ସ୍ତରରେ ଅଦଳବଦଳ : ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶକ ହେଲେ ପ୍ରଦୀପ ଦାଶ

Advertisment
୮ ଓଏଏସ୍‌ ଅଧିକାରୀଙ୍କ ବଦଳି

Eduvoice

ଭୁବନେଶ୍ବର : ଆଜି ରାଜ୍ୟ ସରକାର ବରିଷ୍ଠ ଓଏଏସ୍‌ ସ୍ତରରେ ଅଦଳବଦଳ କରିଛନ୍ତି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ, ବରିଷ୍ଠ ଓଏଏସ୍‌ ଅଧିକାରୀ ତଥା ଜଳ ସମ୍ପଦ ବିଭାଗର ସ୍ବତନ୍ତ୍ର ଶାସନ ସଚିବ ଥିବା ପ୍ରଦୀପ କୁମାର ଦାଶଙ୍କୁ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶକ ଭାବେ ନିଯୁକ୍ତି ମିଳିଛି। ନିକଟରେ ଶ୍ରୀ ଦାଶଙ୍କୁ ଓଡ଼ିଶା ସବଅର୍ଡିନେଟ୍‌ ଷ୍ଟାଫ୍‌ ସିଲେକ୍‌ସନ୍‌ କମିସନର ସଚିବ ଭାବେ ବଦଳି କରାଯାଇଥିଲା। ସେହିପରି ଓଡ଼ିଶା ଲୋକସେବା ଆୟୋଗର ସଚିବ ଥିବା କୁମୁଦ ଚନ୍ଦ୍ର ମଲ୍ଲିକଙ୍କୁ ବଦଳି କରାଯାଇ କୃଷି ବିଭାଗର ସ୍ବତନ୍ତ୍ର ଶାସନ ସଚିବ ଭାବେ ଅବସ୍ଥାପିତ କରାଯାଇଛି। ତାଙ୍କ ସ୍ଥାନରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ଶାସନ ସଚିବ ଥିବା ବିଭୂତି ଭୂଷଣ ଦାସଙ୍କୁ ଓପିଏସ୍‌ସିର ସଚିବ ପଦରେ ନିଯୁକ୍ତି ମିଳିଛି।

ସେହିପରି ବ୍ରହ୍ମପୁରରେ ଚକବନ୍ଦୀ ଅଫିସର ଥିବା ଓଏଏସ୍‌ ସୂର୍ଯ୍ୟମାଧବ ପାଣିଗ୍ରାହୀଙ୍କୁ ନୂଆପଡ଼ା ଏଡିଏମ୍‌, ଏସ୍‌ସି-ଏସ୍‌ଟି ବିଭାଗରେ ଯୁଗ୍ମ ଶାସନ ସଚିବ ଥିବା ନୃପରାଜ ସାହୁଙ୍କୁ କେବିକେ ଜିଲ୍ଲାର ଯୁଗ୍ମ ଶାସନ ସଚିବ, ସାଧାରଣ ପ୍ରଶାସନ ବିଭାଗର ରେଣ୍ଟ ଅଫିସର ଦାୟିତ୍ବରେ ଥିବା ଶଶାଙ୍କ ଶେଖର ଦାଶଙ୍କୁ ବୌଦ୍ଧ ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ, ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଯୁଗ୍ମ ସିଇଓ ଭାବେ କାର୍ଯ୍ୟରତ ନୀତି ରଞ୍ଜନ ସେନ୍‌ଙ୍କୁ ସୁବର୍ଣ୍ଣପୁର ଏଡିଏମ୍‌ ଭାବେ ବଦଳି କରାଯାଇଛି। ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡର ଜେନେରାଲ୍‌ ମ୍ୟାନେଜର (ସାମାଜିକ ପ୍ରକଳ୍ପ) ଓଏଏସ୍‌ ଦୀପ୍ତିରାଣୀ ସାହୁଙ୍କୁ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମର ଓଏସ୍‌ଡି ଭାବେ ଅତିରିକ୍ତ ଦାୟିତ୍ବ ମିଳିଥିବାବେଳେ ଗଞ୍ଜାମ ଡିଆର୍‌ଡିଏ ଏପିଡି ଭାବେ ପୂର୍ବରୁ ବଦଳି ହୋଇଥିବା ଧର୍ମେନ୍ଦ୍ର ମଲ୍ଲିକଙ୍କୁ ଜଗତସିଂହପୁର ଉପଜିଲ୍ଲାପାଳ, ବାରିପଦା ଆଇଟିଡିଏର ପି.ଏ ଥିବା ବିଜନ କୁମାର ଥମ୍ବଙ୍କୁ ବାଲିଗୁଡ଼ା ଆଇଟିଡିଏର ପି.ଏ ଏବଂ ଆଠଗଡ଼ ବିଡିଓ ଅଜମ୍ବର ମହାନ୍ତିଙ୍କୁ ଆଠଗଡ଼ ଉପଜିଲ୍ଲାପାଳ ଭାବେ ଅବସ୍ଥାପିତ କରାଯାଇଛି। ଏହାସହିତ ୧୨ ଜଣ କନିଷ୍ଠ ବର୍ଗର ଓଏଏସ୍‌ ଅଧିକାରୀଙ୍କୁ ବରିଷ୍ଠ ବର୍ଗକୁ ପଦୋନ୍ନତି ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe